ଏହି ପ୍ୟାକ୍ କିପରି  ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା -


COMMERCIAL BREAK
SCROLL TO CONTINUE READING

ପୁଷ୍ଟିକର ବିଶେଷଜ୍ଞଙ୍କ ମତରେ  ପ୍ରଥମେ ଆପଣଙ୍କୁ ତିନିରୁ ଚାରି ଚାମଚ କଫି ନେବେ ଏଥିରେ ଏକ ଚାମଚ ନଡିଆ ତେଲ ଏବଂ ମହୁ ମିଶାନ୍ତୁ । ସମ୍ଭବ ହେଲେ ଆପଣ ଗୋଲାପ ଜଳ ମଧ୍ୟ ମିଶାଇପାରିବେ । ଏହି ସବୁ ମିଶ୍ରଣକୁ ମିଶାଇବା ପରେ  ଏହି ପ୍ୟାକକୁ ମୁହଁରେ ଲଗାନ୍ତୁ ।ଏହି ପ୍ୟାକକୁ ୨୫ ମିନିଟ୍ ପାଇଁ ମୁହଁରେ ଲଗାଇ ରଖନ୍ତୁ । ଏହି ପ୍ୟାକ୍ ଆପଣଙ୍କ ଚର୍ମକୁ ଚମକାଇବ ସହ ପିମ୍ପଲକୁ ଦୂର କରିବାରେ ସହାୟକ ହୋଇଥାଏ  । 


କଫି ଫେସ୍ ପ୍ୟାକର ଲାଭ
-ପୁଷ୍ଟିକର ବିଶେଷଜ୍ଞଙ୍କ ମତରେ କଫି ପ୍ୟାକ୍ କେବଳ ଯେ ଚେହେରାରେ ଚମକ ଆଣିବ ତାହା ନୁହେଁ ବରଂ ବ୍ରଣ ସମସ୍ୟାକୁ ଦୂର କରିଥାଏ ।ଏହା ସହ ଆପଣ ମୁହଁ ସତେଜ ଦେଖାଯାଇଥାଏ । 


- ଏହା ବ୍ୟତୀତ ଚର୍ମର ମୃତକୋଷିକାକୁ ବି ଦୂର କରିଥାଏ । ପୁଷ୍ଟିକର ବିଶେଷଜ୍ଞଙ୍କ ମତରେ ଯେଉଁମାନଙ୍କର ଅତ୍ୟଧିକ ତେଲିଆ କିମ୍ବା ଶୁଷ୍କ ଚର୍ମ ଥାଏ ସେମାନେ ମଧ୍ୟ ଏହି ପ୍ୟାକ  ନିଶ୍ଚିତ ଭାବେ ଟ୍ରାଏ କରନ୍ତୁ । ଏହା ଦ୍ହାରା ଆପଣଙ୍କୁ ନିଶ୍ଚିତ ଲାଭ ମିଳିବ । 


-କଫି ଫେସ୍ ପ୍ୟାକ୍ ଦ୍ବାରା ଡାର୍କ ସର୍କଲ ହଟାଇବା ସହ ବ୍ଲାକ ହେଡ୍ସକୁ ବି ଦୂର କରିବାରେ ସହାୟକ ହୋଇଥାଏ ।


- ଏହି ପ୍ୟାକ ବ୍ୟବହାର କରିବା ଦ୍ବାରା ଆପଣଙ୍କ ଚେହେରା ସଫା ରହିଥାଏ । ଏହାକୁ ସପ୍ତାହରେ ଥରେ ପ୍ରୟୋଗ କରନ୍ତୁ । ଆପଣଙ୍କୁ ଧୀରେ ଧୀରେ ଏହାର ଉପକାରିତା ଦେଖିବାକୁ ପାଇବେ ।