ପାଣି ସିଙ୍ଗଡ଼ାର ସ୍ବାଦ ଅଟେ ଭିନ୍ନ ଆଉ ଏହାକୁ ଖାଇବାକୁ ଭଲ ପାଆନ୍ତି ଲୋକେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପାଣି ସିଙ୍ଗଡା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଭିଟାମିନ୍ -A, ଭିଟାମିନ-C, ମାଙ୍ଗାନିଜ୍ , ଫାଇବର , ଫସଫରସ୍ , ଆୟୋଡ଼ିନ୍ , ମ୍ୟାଗ୍ନେସିୟମ ସହ ଅନେକ ପୋଷକ ତତ୍ତ୍ବ ପ୍ରଚୁର ପରିମାଣରେ ମିଳିଥାଏ । ଶୀତଦିନରେ ମିଳିବାକୁ ଥିବା ଏହି ଫଳକୁ ପୂଜା ପ୍ରସାଦରେ ମଧ୍ୟ ବ୍ୟବହାର କରାଯାଏ । ଏହାକୁ ପ୍ରତିଦିନ ସେବନ କରିବା ଦ୍ବାରା ଆପଣଙ୍କ ଶରୀରକୁ ଅନେକ ଲାଭ ମିଳିଥାଏ । ହୃଦୟ ଆକୃତି ପରି ଲାଲ ଏବଂ ସବୁଜ ରଙ୍ଗ ପରି ଏହି ପାଣି ସିଙ୍ଗଡା ଏହା ପାଣିରେ ଫଳିଥାଏ । ସେଥିପାଇଁ ଏହାକୁ ପାଣି ସିଙ୍ଗଡ଼ା କୁହାଯାଏ । 


COMMERCIAL BREAK
SCROLL TO CONTINUE READING

ପାଣି ସିଙ୍ଗଡ଼ା ଖାଇବାର ଲାଭ-


୧- ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହାକୁ ଖାଇବା ଦ୍ବାରା ପ୍ରଜନନ ହାର ବୃଦ୍ଧି ହୋଇଥାଏ ଏବଂ ହରମାୋନ୍ ସନ୍ତୁଳନରେ ମଧ୍ୟ ଭଲ ମିଳିଥାଏ । ରକ୍ତଚାପ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏହା କୌଣସ ବରଦାନ ଠାରୁ କମ୍ ନୁହେଁ । ଏଥିରେ ଥିବା ସୋଡିୟମ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । 
୨- ପାଣି ସିଙ୍ଗଡ଼ା ଚେହେରା ପାଇଁ ବେଶ ଫଳପ୍ରଦ । ଏହାକୁ ପ୍ରତିଦିନ ଖାଇବା ଦ୍ବାରା ଚେହେରାରେ କୁଞ୍ଚନ ଏବଂ ବ୍ରଣ ସମସ୍ୟାକୁ ଦୂର କରିଥାଏ । ଏଥିରେ ମିଳୁଥିବା ପୋଷକ ତତ୍ତ୍ବ ଚେହେରାକୁ ଉଜ୍ବଳ କରିଥାଏ । ଏହା ସହ ଆପଣଙ୍କ ଶରୀରକୁ ହାଇଡ୍ରେଟ୍ ରଖିଥାଏ । 


Also Read ; ତୁରନ୍ତ ରୋଷେଇ ଘରୁ ହଟାନ୍ତୁ ଏହି ୪ଟି ଜିନିଷ, ନଚେତ୍ ଆପଣଙ୍କ ପରିବାରର ସ୍ବାସ୍ଥ୍ୟ ଉପରେ ପଡିବ ଖରାପ ପ୍ରଭାବ
୩- ମହିଳାଙ୍କ ଗର୍ଭଧାରଣ ସମୟରେ ପାଣି ସିଙ୍ଗଡ଼ା ସେବନ କରିବା ମା ଏବଂ ଶିଶୁକୁ ସୁସ୍ଥ ରଖିଥାଏ । ଆପଣଙ୍କୁ କହି ରଖୁଛୁ କି ଗର୍ଭପାତ ବିପଦକୁ ବି ହ୍ରାସ କରିଥାଏ । ଏହା ବ୍ୟତୀତ ମାସିକ ଋତୁ ସ୍ରାବ ସମସ୍ୟାକୁ ଦୂର କରିଥାଏ । 
୪- ପାଣି ସିଙ୍ଗଡ଼ା ପେଟ ଗ୍ୟାସ, କୋଷ୍ଠକାଠିନ୍ୟ,ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଯଦି ଆପଣ ଘରେ କାହାକୁ ଭୋକ ଲାଗୁ ନାହିଁ ତେବେ ଏହାକୁ ସେବନ ପ୍ରତିଦିନ କରନ୍ତୁ ଏହା ଦ୍ବାରା ଆପଣଙ୍କ ଏହି ସମସ୍ୟାକୁ କମ୍ କରିଥାଏ ।