Tea habit is harmful: ଆମ ଦେଶରେ ଅଧିକାଂଶ ଲୋକ ଚା’(Tea) ପିଇବାକୁ ବେଶ୍ ପସନ୍ଦ କରନ୍ତି। ପାଣି ପରେ ଯଦି କୌଣସି ପାନୀୟ ଦ୍ରବ୍ୟ ଅଧିକ ପିଆଯାଇଥାଏ ତାହା ହେଉଛି ଚା’।ଆମେ ଭାରତୀୟ ଦିନର ଆରମ୍ଭ ଚା’ ରୁ ହିଁ କରିଥାଉ।ତେବେ ପ୍ରତିଦିନ ଚା’ ପିଇବା ଦ୍ୱାରା ଅନେକ ଲୋକଙ୍କ ପାଇଁ ନିଶା ସଦୃଶ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥାଏ।ତେବେ ଆପଣ ଜାଣିଛନ୍ତି କି, ଚା’ ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ? ଏହାକୁ ମାତ୍ରାଧିକ ପିଇବା ଦ୍ୱାରା ଏହା ଆମ ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ।


COMMERCIAL BREAK
SCROLL TO CONTINUE READING

ଯଦିଓ ଚା’ରେ ଥିବା କ୍ୟାଫେନ୍(caffeine) କିଛି ସମୟ ପାଇଁ ମାନସିକ ସ୍ତରରେ ଶାନ୍ତି ଦେଇଥାଏ, କିନ୍ତୁ ନିଜକୁ ସତେଜ ରଖିବାର ଇଚ୍ଛା ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ। ତେବେ ଆସନ୍ତୁ ଜାଣିବା ଯେ ଚା’ ଆମ ଶରୀର ପାଇଁ କାହିଁକି କ୍ଷତିକାରକ?


1. କଫିନ୍ ନିର୍ଭରଶୀଳତା-


ଦିନକୁ ଅନେକ ଥର ଚା’ ପିଇବା ଦ୍ୱାରା ଏଥିରେ ଥିବା କ୍ୟାଫେନ୍(caffeine) ଉପରେ ନିର୍ଭରଶୀଳତା ବହୁ ପରିମାଣରେ ବୃଦ୍ଧି ପାଇଥାଏ, ତେବେ ଏହା କେବଳ ଅନେକ ଦୀନ ଧରି ପିଇବା ଦ୍ୱାରା ହୋଇଥାଏ। ଏହା ଆମର ନ୍ୟୁରନ୍ ଉପରେ ପ୍ରଭାବ ପକାଇଥାଏ, ଯେଉଁ କାରଣରୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ।


2. ପେଟ ଜଳିବା-


ଆମ ମଧ୍ୟରୁ ଅଧିକାଂଶ ସକାଳୁ ଉଠି ଚା’ ପିଇବା ପସନ୍ଦ କରିଥାନ୍ତି।କିଛି ଲୋକ ତ ଏହାକୁ ବେଡ୍ ଟି ନାଁ ଦେଇ ହାତ ମୁହଁ ନଧୋଇ ବିଛଣାରେ ହିଁ ପିଇଥାନ୍ତି। ତେବେ ଖାଲି ପେଟରେ ଚା’ ପିଇବା ଦ୍ୱାରା ଏହା ଆମର ହଜମ ପ୍ରକ୍ରିୟାକୁ ବ୍ୟାହାତ କରିଥାଏ ଏବଂ ପେଟ ଜଳିବା ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ।


3.ମଧୁମେହ-


ମଧୁମେହ(Diabetes) ଏପରି ଏକ ରୋଗ ଯାହାର ଚିକିତ୍ସା ଏପର୍ଯ୍ୟନ୍ତ ମିଳିପାରି ନାହିଁ, ଯଦିଓ ଏହାକୁ ଖାଦ୍ୟରୁ ଦୂରେଇ ରଖି ନିୟନ୍ତ୍ରଣ କରାଯାଇଥାଏ। ତେବେ ଅତ୍ୟଧିକ ଚା’ ପିଇବା ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ଅଟେ। ତେଣୁ ଡାକ୍ତରମାନେ ବିନା ଚିନିରେ ଚା’ ପିଇବାକୁ ମଧୁମେହ ରୋଗୀଙ୍କୁ ପରାମର୍ଶ ଦେଇଥାନ୍ତି।


4.ମେଦବହୁଳତା-


କିଛି ଲୋକ ଶୀଘ୍ର ଓଜନ ହ୍ରାସ କରିବାକୁ ଚାହାଁନ୍ତି, କିନ୍ତୁ ଚା’ ପିଇବା ଅଭ୍ୟାସ ଛାଡ଼ିବା ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ।ତେବେ ଅତ୍ୟଧିକା ଚା’ ପିଇବା ଦ୍ୱାରା ଏହା ମେଦବହୂଳତାକୁ ପ୍ରୋତ୍ସାହିତ କରିଥାଏ।ତେଣୁ ମୋଟାପଣ କମ୍ କରିବାକୁ ଚାହୁଁଥିଲେ ଚା’ ପିଇବାର ମାତ୍ରା କମ୍ କରିବା ଅତ୍ୟନ୍ତ ଆବଶ୍ୟକ।


5. ହୃଦୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ-


ଯଦି ଆପଣ ନିଜ ହୃଦୟ ସ୍ୱାସ୍ଥ୍ୟକୁ ଭଲ ରଖିବାକୁ ଚାହୁଁଛନ୍ତି, ତେବେ ଦୈନନ୍ଦିନ ଖାଦ୍ୟରୁ କିଛି ଜିନିଷକୁ ବାଦ୍ ଦେବା ଆବଶ୍ୟକ, ସେଥି ମଧ୍ୟରୁ ଗୋଟିଏ ହେଉଛି ଚା’। ଏଥିରେ କିଛି ଉପାଦାନ ମିଳିଥାଏ ଯାହା ଏକ ସୁସ୍ଥ ହୃଦୟ ପାଇଁ ବିପଦ ଅଟେ ।


ବାରମ୍ବାର ଚା ଗରମ କରିବା ବିପଜ୍ଜନକ ଅଟେ-


କିଛି ଲୋକ ଅଳସୁଆମି ହେତୁ ଥରେ ଚା’ ତିଆରି କରି ଏହାକୁ ବାରମ୍ବାର ଗରମ କରି ପିଇଥାନ୍ତି। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏଥି ସହ ଏହା ବିଶାକ୍ତ ବୋଲି ମଧ୍ୟ କୁହାଯାଏ।


(ପ୍ରତ୍ୟାଖ୍ୟାନ: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ନିଅନ୍ତୁ ।)


Also Read: Friday Remedies: ଶୁକ୍ରବାର ଦିନ କରନ୍ତୁ ଏହି ୫ଟି ଉପାୟ, ଦୂର ହେବ ଦାରିଦ୍ରତା, କେବେବି ହେବନି ଟଙ୍କାର ଅଭାବ!


Friday Remedies: ଶୁକ୍ରବାର ଦିନ କରନ୍ତୁ ଏହି ୫ଟି ଉପାୟ, ଦୂର ହେବ ଦାରିଦ୍ରତା, କେବେବି ହେବନି ଟଙ୍କାର ଅଭାବ!