Chanakya Niti:  ଏକ ସୁନ୍ଦର, ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପାଇଁ ଜୀବନରେ ଚାଣକ୍ୟ  (Chanakya) ଙ୍କ ନୀତି ବହୁ ଗୁରୁତ୍ୱ ରଖେ । ଏକଥାକୁ ଅନେକ ଲୋକ ମଧ୍ୟ ସେମାନଙ୍କ ଜୀବନରେ ଉପଯୋଗ କରନ୍ତି । ତେବେ ଚାଣକ୍ୟ ନୀତି ଯଦିଓ ବେଶ କଠୋର, କିନ୍ତୁ ତାହା ବାସ୍ତବ ଜୀବନରେ ଅନେକ ଗୁରୁତ୍ୱବହନ କରିଥାଏ ।  ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ର (Arthashastra) ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାଗୁଡିକ ମଧ୍ୟରୁ ଅନ୍ୟତମ । ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । କୌଟିଲ୍ୟ (Kautilya) ଏହି ଶାସ୍ତ୍ରର ରଚୟିତା । କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ (Chanakya) ନାମରେ ମଧ୍ୟ ପ୍ରସିଦ୍ଧ । କେତେକଙ୍କ ମତାନୁସାରେ ଅନେକ ଶତାବ୍ଦୀ ଧରି ବିଭିନ୍ନ ଶ୍ଳୋକର ସମାହାରରେ ଏହି ଶାସ୍ତ୍ରର ରଚନା ହୋଇଛି ଓ ଏହାର ମୁଖ୍ୟ ଶ୍ରେୟ ଚାଣକ୍ୟଙ୍କୁ ଦିଆଯାଇଛି । 


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁଛୁ ଯେ, ଭାରତର ସୁରକ୍ଷା ପାଇଁ ନିଜର ଚତୁର ନୀତିର ପ୍ରୟୋଗ କରି  ଆଚାର୍ଯ୍ୟ ଚାଣକ୍ୟ ଆଲେକ୍ସଜାଣ୍ଡାରଙ୍କୁ ପରାସ୍ତ କରିଥିଲେ । ଚାଣକ୍ୟ କହିଛନ୍ତି ଯେ,  ଲକ୍ଷ୍ୟ ଯେତେ ବଡ଼ ହେବ ସେତେ କଠିନ ପରିସ୍ଥିତି ସାମ୍ନାକୁ ଆସିବ । କୁହାଯାଏ ଯେ ବ୍ୟକ୍ତିଙ୍କୁ ସେତେ ପର୍ଯ୍ୟନ୍ତ ହାର ମାନିବା ଉଚିତ ନୁହେଁ, ଯେତେ ପର୍ଯ୍ୟନ୍ତ ତାଙ୍କୁ ଗନ୍ତବ୍ୟ ସ୍ଥଳ ନ ମିଳି ଯାଉଛି । ଯେଉଁମାନେ କେବଳ ବିଜୟରେ ବିଶ୍ୱାାସ କରନ୍ତି, ଶେଷରେ ସଫଳତା ସେମାନଙ୍କର ହାତ ମୁଠାରେ ଥାଏ । ଚାଣକ୍ୟ କହିଛନ୍ତି ଯେ, ଯେତେବେଳେ କ୍ରମାଗତ ପରାଜୟ କିମ୍ବା ନିରାଶାର ସାମ୍ନା କରିବାକୁ ପଡ଼ିଥାଏ, ସେତେବେଳେ ଚାଣକ୍ୟଙ୍କର ଏହି ଗୋଟିଏ କଥା ମନେ କରିନିଅନ୍ତୁ । ଏହି ବିଷୟ ଉପରେ ବିଚାର କରିବା ପରେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ ।


ପ୍ରଭୂତଂକାର୍ଯ୍ୟମଲ୍ପଂବାପନ୍ନରଃ କର୍ତୁମିଚ୍ଛାତି।
ସର୍ବାରଂଭେଣତତ୍କାର୍ଯ୍ୟଂ ସିଂହାଦେକଂପ୍ରଚକ୍ଷତେ।।


ଆଚାର୍ଯ୍ୟ ଚାଣକ୍ୟ ଷଷ୍ଠ ଅଧ୍ୟାୟର ୧୬ ତମ ଶ୍ଲୋକରେ ସଫଳତାର ମୂଳ ମନ୍ତ୍ର କହିଛନ୍ତି । ଚାଣକ୍ୟ ଏକ ସିଂହର ଉଦାହରଣ ଦେଇ ବ୍ୟାଖ୍ୟା କରନ୍ତି ଯେ, ଯେପରି ସିଂହ ନିଜର ଶିକାର ପାଇବା ପାଇଁ ସମ୍ପୂର୍ଣ୍ଣ ଏକାଗ୍ରତା ସହିତ ଚେଷ୍ଟା କରେ, ସେହିଭଳି ଜଣେ ବ୍ୟକ୍ତି ମଧ୍ୟ ନିଜ ଲକ୍ଷ୍ୟ ହାସଲ କରିବା ପ୍ରତି ଧ୍ୟାନ ରଖିବା ଉଚିତ୍ । ଯଦି ଧ୍ୟାନ ବିଭ୍ରାନ୍ତ ହୁଏ, ଉଭୟ ସୁଯୋଗ ଓ ସଫଳତା ନଷ୍ଟ ହୋଇଯିବ । ତା’ପରେ ତାକୁ ପୁନର୍ବାର ପାଇବାକୁ ହେଲେ ଆପଣଙ୍କୁ ଶୂନରୁ ଆରମ୍ଭ କରିବାକୁ ପଡ଼ିବ । ଏକାଗ୍ରତା ହିଁ ଜଣେ ବ୍ୟକ୍ତିର ସଫଳତାର ମାପକାଠି ସ୍ଥିର କରେ ।


ସିଂହ ନିଜ ଶିକାରକୁ ଶିକାର କରିବା ପାଇଁ ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥାଏ । ସେହିଭଳି ଜଣେ ବ୍ୟକ୍ତି ଯଦି ସଚ୍ଚୋଟ ହୋଇ ନିଜ କାର୍ଯ୍ୟ ପ୍ରତି କଠିନ ପରିଶ୍ରମ କରେ ତେବେ ସଫଳତା ହାସଲ କରିପାରିବ । ଯଦି ଆପଣ ଆରମ୍ଭରୁ ସମ୍ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରନ୍ତି, ତେବେ ଆଗକୁ ଯିବା ରାସ୍ତା ସହଜ ହେବ । ସେହି ସମୟରେ ଯଦି ଆପଣ ଆରମ୍ଭରେ ଅଳସୁଆ ଦେଖାନ୍ତି, ତେବେ ଏହା ବିଫଳ ହେବା ନିଶ୍ଚିତ ।


ଅଧିକ ପଢ଼ନ୍ତୁ:-ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଦିଗଜ ଟିମ୍ ଇଣ୍ଡିଆର ଉଡ଼ାଇଲେ ମଜାକ, ଜାଣନ୍ତୁ କ'ଣ କହିଲେ


ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କୁ ନେଇ ଏ କ'ଣ କହିଗଲେ ଗୌତମ ଗମ୍ଭୀର


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ନେଇ ସୁରେଶ ରୈନାଙ୍କ ବଡ଼ ଭବିଷ୍ୟବାଣୀ, କହିଲେ-ଏହି ଦଳକୁ ପରାସ୍ତ କଲେ ହିଁ ଆମେ ଟି-20 ବିଶ୍ୱକପ ଜିତି ପାରିବା


 


କାର୍ଯ୍ୟ ପ୍ରତି ଢିଲାପଣ ଆମଠାରୁ ସଫଳତାକୁ ଦୂର କରିଥାଏ । ଯଦି ଆପଣ ଚାଣକ୍ୟଙ୍କର ଏହି ପଦ୍ଧତିଗୁଡିକ ଗ୍ରହଣ କରି କାର୍ଯ୍ୟ କରନ୍ତି, ତେବେ ସଫଳତା ଆପଣଙ୍କ ହାତ ମୁଠାରେ ରହିବ । ଯେପରି ସିଂହ ନିଜ ଶିକାରକୁ ଖସିଯିବାକୁ କୌଣସି ସୁଯୋଗ ଦେଇନଥାଏ, ସେହିଭଳି ଲକ୍ଷ୍ୟ ହାସଲ କରିବାକୁ କୌଣସି ସୁଯୋଗ ଛାଡ଼ନ୍ତୁ ନାହିଁ ।