Chandra Grahan Time and Date: ଆଜି (ମଙ୍ଗଳବାର) ଅର୍ଥାତ  ନଭେମ୍ବର ୮ରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଲାଗିବ । ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଚନ୍ଦ୍ର ଗ୍ରହଣ ଚନ୍ଦ୍ରୋଦୟ ସମୟଠାରୁ ଭାରତର ସମସ୍ତ ସ୍ଥାନରେ ଦେଖାଯିବ । ଏହା ମଧ୍ୟ ୨୦୨୨ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ନାସା ଅନୁଯାୟୀ, ଏହି ଚନ୍ଦ୍ର ଗ୍ରହଣ ମଧ୍ୟ ବ୍ଲଡମୁନ୍ ହେବ ଓ ଏହି ସମୟ ମଧ୍ୟରେ ଚନ୍ଦ୍ର ଲାଲ ଦେଖାଯିବ । ନାସା ଅନୁଯାୟୀ, ଏହା ନା କେବଳ ଚଳିତ ବର୍ଷର ଶେଷ ବ୍ଲଡମୁନ ହେବ, ବରଂ ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ତିନି ବର୍ଷ ପରେ ମାର୍ଚ୍ଚ ୨୦୨୫ରେ ଲାଗିବ । ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅନୁଯାୟୀ, "ଚନ୍ଦ୍ର ଗ୍ରହଣର ଆଂଶିକ ଓ ସମ୍ପୂର୍ଣ୍ଣ ପର୍ଯ୍ୟାୟର ଆରମ୍ଭ ଭାରତର କୌଣସି ସ୍ଥାନରେ ଦେଖାଯିବ ନାହିଁ । କାରଣ ଏହି ଚନ୍ଦ୍ର ଗ୍ରହଣ ଭାରତରେ ଚନ୍ଦ୍ରୋଦୟ ପୂର୍ବରୁ ଆରମ୍ଭ ହୋଇସାରିଥିବ । ଗ୍ରହଣର ଉଭୟ ପୂର୍ଣ୍ଣାବସ୍ଥା ଓ ଆଂଶିକ ଅବସ୍ଥାର ମୋକ୍ଷ ଦେଶର ପୂର୍ବ ଭାଗରେ ଦେଖାଯିବ । ଦେଶର ଅନ୍ୟାନ୍ୟ ଭାଗରେ ଆଂଶିକ ଅବସ୍ଥାର କେବଳ ମୋକ୍ଷ ହିଁ ଦୃଶ୍ୟିମାନ ହେବ ।"


COMMERCIAL BREAK
SCROLL TO CONTINUE READING

ବିଜ୍ଞାନ ମନ୍ତ୍ରଣାଳୟ ଅନୁଯାୟୀ, କୋଲକାତାରେ ଚନ୍ଦ୍ରୋଦୟ ସମୟ ଠାରୁ ପୂର୍ଣ୍ଣାବସ୍ଥାର ମୋକ୍ଷ ପର୍ଯ୍ୟନ୍ତ ସମୟ ଅବଧି ୨୦ ମିନିଟ୍ ହେବ ଓ ଚନ୍ଦ୍ରୋଦୟର ସମୟଠାରୁ ଗ୍ରହଣର ଆଂଶିକ ଅବସ୍ଥାର ମୋକ୍ଷ ପର୍ଯ୍ୟନ୍ତ ସମୟ ଅବଧି ୧ ଘଣ୍ଟା ୨୭ ମିନିଟ ହେବ । ଗୁଆହାଟୀରେ ଚନ୍ଦ୍ରୋଦୟ  ସମୟ ଠାରୁ ପୂର୍ଣ୍ଣାବସ୍ଥାର ମୋକ୍ଷ ପର୍ଯ୍ୟନ୍ତ ଚନ୍ଦ୍ର ଗ୍ରହଣ ସମୟ ଅବଧି ୩୮ ମିନିଟ୍ ହେବ । ଯେତେବେଳେ କି ଚନ୍ଦ୍ରୋଦୟ ସମୟଠାରୁ ଚନ୍ଦ୍ର ଗ୍ରହଣର ଆଂଶିକ ଅବସ୍ଥା ମୋକ୍ଷ ପର୍ଯ୍ୟନ୍ତ ୧ ଘଣ୍ଟା ୪୫ ମିନିଟ୍ ହେବ ।


ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ବାଙ୍ଗାଲୋର ପରି ଭାରତର ଅନ୍ୟାନ୍ୟ ସହରରେ ପୂର୍ଣ୍ଣ ଅବସ୍ଥାର ମୋକ୍ଷ ପରେ ଚନ୍ଦ୍ରୋଦୟ ହେବ ଓ ସେହି ସମୟରେ ଆଂଶିକ ଚନ୍ଦ୍ର ଗ୍ରହଣ ଚାଲିବ । ଉପରୋକ୍ତ ସହରଗୁଡ଼ିକରେ ଚନ୍ଦ୍ରୋଦୟ ସମୟ ଠାରୁ ଆଂଶିକ ଅବସ୍ଥାର ମୋକ୍ଷ ପର୍ଯ୍ୟନ୍ତ ଅବଧି ଯଥାକ୍ରମେ: ୫୦ ମିନିଟ୍, ୧୮ ମିନିଟ୍, ୪୦ ମିନିଟ୍ ଏବଂ ୨୯ ମିନିଟ୍ ପର୍ଯ୍ୟନ୍ତ ହେବ ।


ଚନ୍ଦ୍ର ଗ୍ରହଣର ସମୟ ଅବଧି


ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ୮ ନଭେମ୍ବର ୨୦୨୨ରେ ହେବାକୁ ଯାଉଛି । ଚନ୍ଦ୍ର ଗ୍ରହଣର ଆରମ୍ଭ ଅର୍ଥାତ୍ ସ୍ପର୍ଶକାଳ ସନ୍ଧ୍ୟା ୨:୩୯ ମିନିଟରେ ଆରମ୍ଭ ହେବ । ଚନ୍ଦ୍ର ଗ୍ରହଣର ମଧ୍ୟଭାଗ ୪:୨୯ ମିନିଟ ଓ ମୋକ୍ଷ ବା ଶେଷ ସନ୍ଧ୍ୟା ୬:୧୯ ମିନିଟରେ ହେବ । ଏହି ଚନ୍ଦ୍ର ଗ୍ରହଣର ସୂତକ ଅବଧି ଗ୍ରହଣର ୯ ଘଣ୍ଟା ପୂର୍ବରୁ ସକାଳ ୫:୩୯ ମିନିଟରେ ଆରମ୍ଭ ହେବ  । ସୂତକ ସମୟରେ ଭଗବାନଙ୍କ ମୂର୍ତ୍ତିର ସ୍ପର୍ଶ ନିଷେଧ ହୋଇଥାଏ । ଏହି ସମୟ ମଧ୍ୟରେ ଖାଦ୍ୟ ଖାଇବା ମଧ୍ୟ ନିଷେଧ, କିନ୍ତୁ ଏଥିରୁ ଶିଶୁ, ବୃଦ୍ଧ ଏବଂ ରୋଗୀଙ୍କୁ ବାଦ୍ ଦିଆଯାଇଛି । ଏହି ସମୟରେ ଘରେ ବସି ଭଗବାନଙ୍କ ଚିନ୍ତନ ସ୍ମରଣ କରିବା ଉଚିତ । ଶୋଇବା ମଧ୍ୟ ଭଲ ନୁହେଁ ।


ଅଧିକ ପଢ଼ନ୍ତୁ:-କୁମ୍ଭ ପାଇଁ ଲାଭକାରୀ, ଧନୁ ରାଶି ପାଇଁ ଚିନ୍ତାଗ୍ରସ୍ତ; ଜାଣନ୍ତୁ ଆପଣଙ୍କ ରାଶି ଉପରେ କେମିତି ରହିବ ଗ୍ରହଣର ପ୍ରଭାବ


ଅଧିକ ପଢ଼ନ୍ତୁ:-ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଏଠାରେ ଫ୍ରି'ରେ ଦେଖିପାରିବେ ନକଆଉଟ୍ ମ୍ୟାଚର ଲାଇଭ୍ ପ୍ରସାରଣ, ଦେଖନ୍ତୁ ଶେଡ୍ୟୁଲ୍


ଅଧିକ ପଢ଼ନ୍ତୁ:-ଖସିଲା ସୁନ-ରୁପା ଦର, ଜାଣନ୍ତୁ ଆଜି ଓଡ଼ିଶାରେ କ'ଣ ରହିଛି ରେଟ୍


 


ଚନ୍ଦ୍ର ଗ୍ରହଣ କେଉଁ କେଉଁ ସ୍ଥାନରେ ଦେଖାଯିବ?


ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଭାରତ ସମେତ ଦକ୍ଷିଣ / ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ, ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗରରେ ଦେଖାଯିବ ।