Chitra Navratri 2023: ଚୈତ୍ର ନବରାତ୍ରୀର ଷଷ୍ଠ ଦିନରେ ମାଆ କାତାୟନୀଙ୍କୁ ପୂଜା କରାଯାଇଥାଏ । ଋୁଷି କାତାୟନଙ୍କ ଝିଅ ହୋଇଥିବାରୁ ତାଙ୍କୁ ‘କାତାୟନୀ’ ନାମରେ ନାମିତ କରାଯାଇଛି । ତେବେ ବିବାହ ସମ୍ବନ୍ଧୀୟ ସମସ୍ୟା ଥିଲେ ମାଆ କାତାୟନୀଙ୍କ ପୂଜା ଆରାଧ୍ୟନା କଲେ ଶୁଭ ଫଳ ମିଳିଥିବା ନେଇ ବିଶ୍ବାସ ରହିଛି ।


COMMERCIAL BREAK
SCROLL TO CONTINUE READING

ବିଶ୍ବାସ ରହିଛି ଯେ, ମାଆ କାତାୟନୀଙ୍କୁ ପୂଜା କରିବା ଦ୍ବାରା ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ମାଆଙ୍କ ପୂଜା ଆରାଧ୍ଯନା କଲେ ମନ ପସନ୍ଦ ଜୀବନସାଥୀ ମିଳିବା ସହ ପ୍ରେମ ବିବାହରେ ଲାଗି ରହିଥିବା ସମସ୍ତ ବାଧ୍ଯାବିଘ୍ନ ଦୂର ହୋଇଥାଏ ।  ମାଆ କାତାୟନୀଙ୍କୁ ବ୍ରଜ ମଣ୍ତଳର ଦେବୀ ଅଟନ୍ତି । କୁହାଯାଏ, ମାଆ କାତାୟନୀ ଖୁସି ହେଲେ ଅର୍ଥ, ଧନ,ମୋକ୍ଷ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଚୈତ୍ର ନବରାତ୍ରୀର ଷଷ୍ଠ ଦିନରେ ମାଆ କାତାୟନୀଙ୍କ ପୂଜା ବିଧି, ପ୍ରତିକାର ଓ ଶୁଭ ସମୟ ବିଷୟରେ।


ଚୈତ୍ର ନବରାତ୍ରୀର ଷଷ୍ଠ ଦିନର ଶୁଭ ସମୟ


ଚୈତ୍ର ଶୁକ୍ଲର ଷଷ୍ଠୀ ତିଥି ଆରମ୍ଭ- ୨୬ ମାର୍ଚ୍ଚ ୨୦୨୩, ଅପରାହ୍ନ ୪:୩୨ ମିନିଟ୍


ଚୈତ୍ର ଶୁକ୍ଲର ଷଷ୍ଠୀ ତିଥି  ସମାପ୍ତ- ମାର୍ଚ୍ଚ ୨୭ ୨୦୨୩, ଅପରାହ୍ନ ୦୫:୨୭ ମିନିଟ୍


ମା' କାତାୟନୀଙ୍କୁ ପୂଜା କରିବାର ଶୁଭ ବେଳା


ରବି ଯୋଗ - ସକାଳ ୦୬.୧୮, ଅପରାହ୍ନ  - ୦୩: ୨୭ ମିନିଟ୍


ସାରାଭାର ସିଦ୍ଧ ଯୋଗ - ଦିନସାରା


ଅମୃତ ସିଦ୍ଧ ଯୋଗ - ୨୭ ମାର୍ଚ୍ଚ ୨୦୨୩ , ଅପରାହ୍ନ ୦୩:୨୭ ମିନିଟ୍ , ୨୮ ମାର୍ଚ୍ଚ ୨୦୨୩, ପୂର୍ବାହ୍ନ ୦୬:୧୬ ମିନିଟ୍


ଆୟୁଷ୍ମାନ ଯୋଗ – ୨୬ ମାର୍ଚ୍ଚ ୨୦୨୩, ୧୧:୩୩ -୨୭ ମାର୍ଚ୍ଚ ୨୦୨୩, ୧୧:୨୦ ମିନିଟ୍


ମା' କାତାୟନୀଙ୍କ ପୂଜା ବିଧି


ମା କାତାୟନୀଙ୍କର ବୃହସ୍ପତି ଓ ଶୁକ୍ରଙ୍କ ସହ ଆଂଶିକ ସମ୍ବନ୍ଧ ରହିଛି । ତେଣୁ ମାଆଙ୍କ ପୂଜାରେ ହଳଦିଆ ରଙ୍ଗ ଅଧିକ ବ୍ୟବହାର କରନ୍ତୁ । ଦ୍ୱିପ୍ରହରରେ ଦେବୀ କାତାୟନୀଙ୍କୁ ପୂଜା କରନ୍ତୁ। ଏହି ସମୟରେ କ୍ଷୀରରେ କେଶର ମିଶାଇ ଦେବୀ କାତାୟନୀଙ୍କୁ ଅଭିଷେକ କରନ୍ତୁ । ପରେ ମୂଳା, କଦଳୀ, ଅକ୍ଷତ, ଫୁଲ ଅର୍ପଣ କରନ୍ତୁ ।


ମା' କାତାୟାନୀଙ୍କ ପ୍ରତିକାର


ବିବାହ କିମ୍ବା ପ୍ରେମ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ଲାଗି ପାଇଁ ଚୈତ୍ର ନବରାତ୍ରୀର ଷଷ୍ଠ ଦିନ ସନ୍ଧ୍ୟା ସମୟରେ ମା’ କାତାୟନୀଙ୍କୁ ୩ଟି କଦଳୀ ଅର୍ପଣ କରନ୍ତୁ । ପରେ ମାତାଙ୍କ ମନ୍ତ୍ର ‘ଓମ୍ କାତାୟନୀ ମହାମାୟେ ମହାଯୋଗିନୀଧଶ୍ୱରୀ’କୁ ୧୦୮ ଥର ଜାପ କରନ୍ତୁ ।  ମନ୍ତ୍ର ଜାପ ସହ ମାଆଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ । ଗୋବର ଘଷି ଜଳାଇ ସେଥିରେ ଲବଙ୍ଗ ଓ କର୍ପୁର ଜଳାନ୍ତୁ । କୁହାଯାଏ ଏପରି କରିବା ଦ୍ବାରା ବିବାହ ଓ ଦାମ୍ପତ୍ୟ ଜୀବନ ସହ ଜଡିତ ସମସ୍ୟାର ସମାଧାନ ହୋଇଥାଏ ।