Papaya leaf for constipation: ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ସ୍ୱାସ୍ଥ୍ୟର ଯତ୍ନ ନେବା କାଠିକର ପାଠ ଅଟେ। କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସାଧାରଣତଃ ବହୁ ଲୋକେ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେଇପାରନ୍ତି ନାହିଁ।  ଯାହା ଫଳରେ ଅନେକ ସମସ୍ୟା ଭୋଗିବାକୁ ପଡି଼ଥାଏ। ସେହି ସମସ୍ୟା ଗୁଡି଼କ ମଧ୍ୟରୁ କୋଷ୍ଠକାଠିନ୍ୟ (Constipation) ଅନ୍ୟତମ। ଏଥିରେ ପାଚନ ପ୍ରକ୍ରିୟା ଧିମା ହୋଇଯିବା ସହ ମଳତ୍ୟାଗ ସମୟରେ କଷ୍ଟ ଅନୁଭବ ହୋଇଥାଏ। ଏହି ରୋଗକୁ ସମୟ ପୂର୍ବରୁ ଧ୍ୟାନ ନ ଦେଲେ ପରେ ଏହି ସାଧାରଣ କୋଷ୍ଠକାଠିନ୍ୟ ଜଟିଳ ରୂପ ଧାରଣ କରେ। ନର୍ମାଲ କନ୍‌ଷ୍ଟିପେସନ (Normal Constipation) ଧିରେ ଧିରେ କ୍ରୋନିକ କନ୍‌ଷ୍ଟିପେସନରେ (chronic constipation) ପରିଣତ ହୋଇଥାଏ। ଏହାର ପ୍ରଭାବରେ ମଳଦ୍ୱାରର ଚର୍ମ ଫାଟିଯିବା ସହ ବେଳେ ରକ୍ତସ୍ରାବ ସହ ପ୍ରବଳ କଷ୍ଟ ମଧ୍ଯ ହୋଇଥାଏ । ଯେଉଁମାନେ ଫାଇବର ଯୁକ୍ତ ଖାଦ୍ୟ ଖାଇଥାଆନ୍ତି ସେମାନେ କୋଷ୍ଠକାଠିନ୍ୟ ଯୋଗୁଁ ଅଧିକ କଷ୍ଟ ପାଇଥାଆନ୍ତି । ଅସ୍ତୁଳନ ଜୀବନଶୈଳୀ ପାଇଁ କୋଷ୍ଠକାଠିନ୍ୟ ପରି ସମସ୍ୟା ସୃଷ୍ଟି ହୋଇଥାଏ ।


COMMERCIAL BREAK
SCROLL TO CONTINUE READING

ଯଦି କୋଷ୍ଠକାଠିନ୍ୟ ସମସ୍ୟା ବଢିବାକୁ ଲାଗେ ତାହାଲେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ । ଯାହା ଦ୍ବାରା ଏହି ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ। ଏନେଇ କିଛି ଘରୋଇ ଉପଚାର ମଧ୍ଯ ରହିଛି, ଯାହା କରିବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । କୋଷ୍ଠକାଠିନ୍ୟରୁ ଉପଶମ ପାଇବା ପାଇଁ ଅମୃତଭଣ୍ତା (papaya) ବେଶ ଉପଯୋଗୀ ହୋଇଥାଏ । ଯଦି ଆପଣ ଏହି ସମସ୍ୟାରୁ ଉପଶମ ପାଇବାକୁ ଚାହୁଁଛନ୍ତି ତାହାଲେ ଅମୃତଭଣ୍ତା ପତ୍ର ସେବନ କରି ଏଥିରୁ ଉପଶମ ପାଇପାରିବେ ।


କିଭଳି ଫାଇଦା ଦେଇଥାଏ ଅମୃତଭଣ୍ତା ପତ୍ର


ମଳତ୍ୟାଗ ସମୟରେ କଷ୍ଟ ଅନୁଭବ ହେଉଥିଲେ ଅମୃତଭଣ୍ତା ପତ୍ର (Papaya leaf for constipation) ଏଥିଲାଗି ବହୁ ଲାଭଦାୟକ ହୋଇଥାଏ । ଏଥିରେ ଅନେକ ହଜମକାରୀ ଏନଜାଇମ୍ ଥାଏ, ଯାହା ହଜମ ଶକ୍ତିରେ ଉନ୍ନତି ଆଣିବାରେ ସାହାଯ୍ୟ କରେ। ଏହାକୁ ସେବନ କରିବା ଦ୍ବାରା ଏସିଡ଼ିଟି ଓ ହୃଦଘାତ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଅମୃତଭଣ୍ତା ପତ୍ରରେ ଭରପୂର ମାତ୍ରାରେ ଭିଟାମିନ୍ (ସି), ଭିଟାମିନ୍ (ଇ), ଭିଟାମିନ୍ (ଏ), ଭିଟାମିନ୍ (କେ) ପରି ବହୁ ଭିଟାମିନ୍ ମହଜୁଦ ରହିଥାଏ, ଯାହା କୋଷ୍ଠକାଠିନ୍ୟରୁ (Constipation) ମୁକ୍ତି ଦେବାରେ ସାହାଯ୍ୟ କରେ । ତେଣୁ ନିୟମିତ ଭାବେ ଅମୃତଭଣ୍ତା ପତ୍ର ସେବନ କରିବା ଦ୍ୱାରା ସମସ୍ତ ପେଟ ରୋଗରୁ ମୁକ୍ତି ମିଳିବା ସହ ହୃଦଘାତ, ଏସିଡ଼ିଟି ଓ ଛାତିରେ ଜଳାପୋଡା଼ ଭଳି ସମସ୍ୟା ସହଜରେ ଦୂର ହୋଇଥାଏ।


କେମିତି କରିବେ ସେବନ


ଅମୃତଭଣ୍ତା ପତ୍ରର ରସ କୋଷ୍ଠକାଠିନ୍ୟ (constipation) ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ । ଏହାର ପତ୍ରକୁ ଭଲ ଭାବେ ପାଣିରେ ଧୋଇବା ପରେ କାଟି କରି ଗ୍ରାଇଣ୍ଡ୍ କରନ୍ତୁ । ଏଥିରେ ଅଳ୍ପ ପାଣି ମିଶାଇ ଜୁସ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ଛାଣି କରି ପିଇନ୍ତୁ । ସ୍ୱାଦ ପାଇଁ ଏଥିରେ କିଛି ଲୁଣ, ଚିନି କିମ୍ବା ଗୁଣ୍ଡ ମିଶାଇ ଏହାକୁ ପିଇ ପାରିବେ । ଆପଣ ଏହି ରସକୁ ସପ୍ତାହରେ ୨ରୁ ୩ ଥର ପିଇପାରିବେ ।



(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ )