Constipation Remedy: ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା କାଠିକର ପାଠ। କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଖାଦ୍ୟପେୟ ଉପରେ ମଣିଷ ଧ୍ୟାନ ଦେଇପାରେ ନାହିଁ। ଏହା ଫଳରେ ଅନେକ ସମସ୍ୟା ଭୋଗିବାକୁ ପଡି଼ଥାଏ। ସେହି ସମସ୍ୟା ଗୁଡି଼କ ମଧ୍ୟରୁ କୋଷ୍ଠକାଠିନ୍ୟ ଅନ୍ୟତମ। ଏଥିଯୋଗୁଁ ମଣିଷକୁ ବହୁ ଅସୁବିଧାର ସମ୍ମୁଖିନ ହୋଇଥାଏ। ଏଥିରେ ପାଚନ ପ୍ରକ୍ରିୟା ଧିମା ହୋଇଯିବା ସହ ମଳତ୍ୟାଗ ସମୟରେ କଷ୍ଟ ଅନୁଭବ ହୋଇଥାଏ। ଏହି ରୋଗକୁ ସମୟ ପୂର୍ବରୁ ଧ୍ୟାନ ନ ଦେଲେ ପରେ ଏହି ସାଧାରଣ କୋଷ୍ଠକାଠିନ୍ୟ ଜଟିଳ ରୂପ ଧାରଣ କରେ। ନର୍ମାଲ କନ୍‌ଷ୍ଟିପେସନ (Normal Constipation) ଧିରେ ଧିରେ କ୍ରୋନିକ କନ୍‌ଷ୍ଟିପେସନରେ (chronic constipation) ପରିଣତ ହୋଇଥାଏ। ଏହାର ପ୍ରଭାବରେ ମଳଦ୍ୱାରର ଚର୍ମ ଫାଟିଯିବା ସହ ବେଳେ ରକ୍ତସ୍ରାବ ହେବାସହ ପ୍ରବଳ କଷ୍ଟ ମଧ୍ଯ ହୋଇଥାଏ । ତେବେ ନିଜର ଦୈନନ୍ଦିନ ଖାଦ୍ୟପେୟରେ ଏହି ସବୁ ଖାଦ୍ୟ ସାମିଲ କରିବା ଦ୍ୱାରା କୋଷ୍ଠକାଠିନ୍ୟରୁ ସହଜରେ ମୁକ୍ତି ମିଳିଥାଏ।


COMMERCIAL BREAK
SCROLL TO CONTINUE READING

ଅଳସୀ ମଞ୍ଜିର ତେଲ


ଅଳସୀ ମଞ୍ଜି ତେଲରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି ଇନ୍‌ଫ୍ଲାମେଟୋରୀ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ। ଏହା ହଜମ ପ୍ରକ୍ରିୟାକୁ ମଜବୁତ କରିବା ସହ ପେଟର ପାଚନ ପ୍ରକ୍ରିୟାକୁ ସକ୍ରିୟ କରିଥାଏ। ଆମର ଅନ୍ତଃନଳୀରେ ଖାଦ୍ୟର ଗତିକୁ ତ୍ୱରାନ୍ୱିତ କରିବାରେ ଏହା ସାହାଯ୍ୟ କରେ।


ସବୁଜ ପନିପରିବା


କୋଷ୍ଠକାଠିନ୍ୟ ସମୟରେ ତେଲ ଓ ମସଲା ଜାତୀୟ ଖାଦ୍ୟ ସମ୍ପୂର୍ଣ୍ଣ ଭାବେ ଛାଡି଼ ସବୁଜ ପନିପରିବା ଅଧିକ ଖାଇବା ଉଚିତ। ପନିପରିବାରେ ଥିବା ସବୁଜ ଫାଇବର୍ସ ସହଜରେ ହଜମ ହୋଇ ମଳକୁ ପତଳା କରିଥାଏ, ଫଳରେ ମଳତ୍ୟାଗ ସମୟରେ ବେଶୀ ଯନ୍ତ୍ରଣା ଅନୁଭବ ହୋଇ ନଥାଏ। ଏହାଛଡା଼ ପନିପରିବା ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ସନ୍ତୁଳିତ ହୋଇ ରୁହେ।


ମସୁର ଡାଲି


କୋଷ୍ଠକାଠିନ୍ୟ ଦୂର କରିବାରେ ମସୁର ଡା଼ଲି ବହୁତ ଲାଭଦାୟକ ହୋଇଥାଏ। ମସୁର ଡା଼ଲିରେ ପୋଟାସିୟମ, ଭିଟାମିନ B6 ଓ ଜିଙ୍କ ପ୍ରଚୁର ମାତ୍ରାରେ ଥାଏ ଯାହା କି ପେଟରେ ପାଚନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ପେଟ ସଫା ରଖିଥାଏ।


ସତେଜ ଫଳ


ସବୁଜ ଫଳରେ ପ୍ରଚୁର ପରିମାଣରେ ଫାଇବର୍ସ ରହିଛି। ଏହା କୋଷ୍ଠକାଠିନ୍ୟ ଦୂର କରିବାରେ ବହୁତ ସହାୟକ ହୋଇଥାଏ। ତେଣୁ କୋଷ୍ଠକାଠିନ୍ୟ ସମୟରେ ପ୍ରଚୁର ପରିମାଣରେ ଫଳ ଖାଇବା ଉଚିତ୍। ଫଳରେ ଥିବା ଫାଇବର ଗୁଡିକ ଅନ୍ତଃନଳୀ ସଫା ରଖିବାରେ ସାହାଯ୍ୟ କରିଥାଏ।


ପାଣି


ଶରୀରରେ ଜଳାଭାବରୁ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଇଥାଏ। କମ ପାଣି ପିଉଥିବା ବ୍ୟକ୍ତି କୋଷ୍ଠକାଠିନ୍ୟର ଶିକାର ଅଧିକ ହୁଅନ୍ତି। ତେଣୁ ଏହି ସମୟରେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ। ଏହାଛଡା କୋଷ୍ଠକାଠିନ୍ୟ ସମୟରେ ସୁପ କିମ୍ବା ଫଳ ରସ ମଧ୍ୟ ଶରୀର ପାଇଁ ଉପକାରୀ ହୋଇଥାଏ। ପାଣିଲେ ଲେମ୍ବୁ ଚିପୁଡି଼ ଓ କଳା ଲୁଣ ପକାଇ ପିଇବା ଦ୍ୱାରା ଉପଶମ ମିଳିଥାଏ। ଏଥିସହ ଉଷୁମ କ୍ଷୀର ସହ ଘିଅ ଓ ଅଦା ଚାହା କୋଷ୍ଠକାଠିନ୍ୟ କମାଇବାରେ ସାହାଯ୍ୟ କରିଥାଏ।