Weight Loss Tips: ଆଜିକାଲି ସମସ୍ତେ ପତଳା ଶରୀର ଚାହାଁନ୍ତି। ଓଜନ ହ୍ରାସ ପାଇଁ ସଭିଁଙ୍କ ଇଚ୍ଛା। ଏଥିପାଇଁ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ବିଶେଷ କରି ଓଜନ ହ୍ରାସ ପାଇଁ କେହି କେହି ଓ୍ବାର୍କ ଆଉଟ କରି ଥାନ୍ତ ତ ଆଉ କେହି କହି ନିଜ ଖାଦ୍ୟପେୟର ରୁଟିନକୁ ମଧ୍ୟ ପରିବର୍ତ୍ତନ କରିଥାନ୍ତି। ଡାଏଟ କରିବା ସହ ଆଉ କେତେକ ଲୋକେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ତେବେ ଓଜନ ହ୍ରାସ ପାଇଁ ଦହି (Curd) ବିଶେଷ ଭାବେ ସହାୟକ ମଧ୍ୟ ହୋଇଥାଏ। ଆପଣ ପ୍ରତଳା ହେବାକୁ ଚାହୁଁଥିଲେ । ଦୈନନ୍ଦିନ ଖାଦ୍ୟରେ ଆପଣ ଦହିକୁ ନିଜ ଖାଦ୍ୟରେ ସାମିଲ କରିପାରିବେ। 


COMMERCIAL BREAK
SCROLL TO CONTINUE READING

ଓଜନ ହ୍ରାସ ପାଇଁ ଓଟସ୍ (Oats)କୁ ସାଧାରଣତ ଲୋକେ ବ୍ରେକଫାଷ୍ଟରେ ବ୍ୟବହାର କରିଥାନ୍ତି।  ଆପଣ ନିଶ୍ଚିତ ଭାବରେ ବିଭିନ୍ନ ପ୍ରକାର ଓଟସ୍ ରେସିପି କରିଥିବେ। ହେଲେ ଆମେ ଆପଣଙ୍କୁ ଭିନ୍ନ ଏକ ରିସିପି ବିଷୟରେ କହିବୁ। ଯାହାର ନାଁ ହେଉଛି ଓଟସ ଦହି ମସାଲା(Oats Dahi Masala) । ତେବେ, ଏହା ପ୍ରସ୍ତୁତ କରିବାକୁ ୧୦ ରୁ ୧୫ ମିନିଟ ସମୟ  ଲାଗିଥାଏ । ବିଭିନ୍ନ ପ୍ରକାର କଟା ଯାଇଥିବା ଭେଟିଟେବୁଲ ସହ ଆପଣ ପାଣି ବଦଳରେ ଦହି ମିଶାଇ ପାରିବେ । ଏହାସହ ଆପଣ ସ୍ବାଦ ଅନୁଯାୟୀ ଲୁଣ ଓ ଲଙ୍କା ଗୁଣ୍ତ ଓ ଗୋଲମରିଚ ଗୁଣ୍ତ ମଧ୍ୟ ପ୍ରୟୋଗ କରିବେ । ଯାହାକୁ ଆପଣ ନିଜେ ସକାଳ ଜଳଖିଆରେ ଖାଇଲେ ଏହାର ସ୍ବାଦ ଜାଣିପାରିବେ । ଏହି ଖାଦ୍ୟ ଓଜନ ହ୍ରାସ କରିବା ପାଇଁ ବେଶ ସହାୟକ ହୋଇଥାଏ। ସେହିପରି ଦହିଚଣା ଚାର୍ଟ ।  ଯାହା ସ୍ବାସ୍ଥ୍ୟ ପାଇଁ ବେଶ ଉପଯୋଗୀ । ସିଝା ହୋଇଥିବା ଚଣାରେ ଦହି ମିଶାଇ ଏଥିରେ ଚାର୍ଟ ମସାଲା ମିଶାଇବେ। ଖୁବକମ୍ ସମୟରେ ଏହା ପ୍ରସ୍ତୁତ ହୋଇପାରିବ। ଯାହାକୁ  ଖାଇଲେ ସାଧାରଣତଃ ଓଜନ ହ୍ରାସ ହୋଇଥାଏ ।
  
ସେହିପରି ଦହି ଚିକେନ ମଧ୍ୟ ଓଜନ ହ୍ରାସରେ ବେଶ ସହାୟକ ହୋଇଥାଏ। ଏଥିରେ ଭରପୁର ପ୍ରୋଟିନ ରହିଥିବା ବେଳେ କାର୍ବୋହାଇଡ୍ରେଟ (carbohydrates) କମ୍ ଥାଏ। ଯାହାକୁ ଆପଣ ନିଜ ଲଞ୍ଚରେ ନେଇପାରିବେ। ଏହି ରେସିପି ବନେଇବା ବହୁତ ସହଜ । ଆବଶ୍ୟକ ଅନୁସାରେ ଦହି, ଜିରା ପାଉଡର, ରସୁଣ ପେଷ୍ଟ, ଗରମ ମସଲା, ହାଲଦି,ଚିଲି ପାଉଡରରେ ମିଶାଇ ମିକ୍ସ କରନ୍ତୁ। ପରେ ଏଥିରେ ଆବଶ୍ୟକ ଅନୁସାରେ ଚିକେନ ପକାନ୍ତୁ।  ଏହାକୁ ୩୦ ମିନିଟ ପାଇଁ ମ୍ୟାରିନେଟ ପାଇଁ ଛାଡି ଦିଅନ୍ତୁ। ପରେ ଅନ୍ୟ ଏକ ପ୍ୟାନରେ କଡାଇରେ ଦୁଇ ଚାମଚ ତେଲ ପକାନ୍ତୁ। ସେଥିରେ ପିଆଜକୁ ଭାଜି ନିଅନ୍ତୁ । ପରେ ସେଥିରେ କଟା ହୋଇଥିବା ଟମାଟୋକୁ ପକାଇ କସନ୍ତୁ। ପରେ ଚିକେନକୁ ସେଥିରେ ପକାଇ କିଛି ସମୟ ପାଇଁ କଷନ୍ତୁ। ପରେ ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ । କିଛି ସମୟ ମଧ୍ୟରେ ପ୍ରସ୍ତୁତ ହୋଇଯିବ ଦହି ଚିକେନ । ଯାହାକୁ ଆପଣ ନିଜ ଲଞ୍ଚରେ ନେଇପାରିବେ। ମିକ୍ସ ଭେଜ ରାଇତା ।  ସମସ୍ତଙ୍କର ପ୍ରିୟ ଖାଦ୍ୟ । କଟାଯାଇଥିବା ବିଭିନ୍ନ ପ୍ରକାର ଭିଜିଟେବୁଲରେ ଦହି ମିଶାଇ ଏକାକୁ ସହଜରେ ଆପଣ ପ୍ରସ୍ତୁତ କରିପାରିବେ। ଯାହା ଓଜନ ହାସନ ପାଇଁ ସହାୟକ ହୋଇଥାଏ।


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)