ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣର (David Warner) ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ସେ ନିଜ ବିଷୟରେ ସମସ୍ତ ଅପଡେଟ ନିଜର ଫ୍ୟାନ୍ସମାନଙ୍କୁ ଦେଇଥାନ୍ତି । ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ପୁଣି ଥରେ ନିଜର ଏକ ଭିଡିଓ ସହିତ ପ୍ରମାଣ କରିଛନ୍ତି ଯେ ସେ ସାଉଥର ସୁପରଷ୍ଟାର ଅଲୁ ଅର୍ଜୁନଙ୍କର (Allu Arjun) ଜଣେ ବଡ଼ (Die hard fan) ପ୍ରଶଂସକ । ଅଷ୍ଟ୍ରେଲୀୟ କ୍ରିକେଟର ନିଜ ଇନଷ୍ଟାଗ୍ରାମରେ ଏକ ରିଲ୍ ସେୟାର କରିଛନ୍ତି, ଯେଉଁଥିରେ ସେ ପୁଷ୍ପାର ସବୁଠାରୁ ଲୋକପ୍ରିୟ ଡାଏଲଗକୁ ଲିପ୍ସିଙ୍ଗ କରୁଥିବାର ନଜର ଆସିଛନ୍ତି ।



COMMERCIAL BREAK
SCROLL TO CONTINUE READING

ଭାଇରାଲ ହେଉଛି ୱାର୍ଣ୍ଣରଙ୍କ ଭିଡିଓ 
ଡେଭିଡ ୱାର୍ଣ୍ଣର ଅଲୁ ଅର୍ଜୁନଙ୍କୁ ଫଲୋ କରୁଥିବା ଦେଖି ପ୍ୟାଟ କମିନ୍ସ ନିଜ ସାଥୀ କ୍ରିକେଟରଙ୍କୁ ପ୍ରଶ୍ନ କରିଛନ୍ତି ଯେ 'ଆପଣ ଠିକ ଅଛନ୍ତି ତ?' ପ୍ୟାଟ କମିନ୍ସଙ୍କ ପ୍ରତିକ୍ରିୟାରେ ୧୨,୦୦୦ ଲାଇକ ଏବଂ ଶହ ଶହ କାମେଣ୍ଟସ ଆସିଛି । ଯେଉଁଥିରେ Candice warner ଲେଖିଛନ୍ତି, 'You Have Lost...'



ଡେଭିଡ ୱାର୍ଣ୍ଣରଙ୍କ ରିଲ ପୋଷ୍ଟରେ ଅନେକ ଜଣାଶୁଣା ଚେହେରାରୁ ପ୍ରତିକ୍ରିୟା ଆସିଛି । ଯେଉଁଥିରେ ୭ ଲକ୍ଷରୁ ଅଧିକ ଲାଇକ୍ ଏବଂ ହଜାର ହଜାର କାମେଣ୍ଟସ ଏହା ଉପରେ ଆସିଛି । ଭିଡିଓଟି ଜୋରଦାର ଭାଇରାଲ୍ ହେଉଛି, ଯାହା ୱାର୍ଣ୍ଣର ଏବଂ ଅଲୁଙ୍କ ପ୍ରଶଂସକମାନଙ୍କ ଦ୍ୱାରା ବହୁ ମାତ୍ରରେ ସେୟାର ହୋଇଛି ।



ଏହା ଉପରେ ଅଲୁ ଅର୍ଜୁନଙ୍କ ପ୍ରତିକ୍ରିୟା ମଧ୍ୟ ତାଙ୍କ ଭାଷାରେ ଆସିଛି, ଯେଉଁଥିରେ ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି । ଭାରତୀୟ ଫିଲ୍ମ ପ୍ରତି ଡେଭିଡ ୱାର୍ନରଙ୍କ ପ୍ରେମ ଦେଖି ଅନେକ ଉପଭୋକ୍ତା ମଧ୍ୟ କହିଛନ୍ତି ଯେ ତାଙ୍କୁ ଭାରତୀୟ ନାଗରିକତ୍ୱ ଆବଶ୍ୟକ ।



ଅଷ୍ଟ୍ରେଲୀୟ କ୍ରିକେଟର ଏବଂ ଆଇପିଏଲ୍ ତାରକା ଡେଭିଡ ୱାର୍ଣ୍ଣରଙ୍କୁ ଯିଏ ଫଲୋ କରେ ସେ ଜାଣିଥିବେ ଯେ ସେ ଭାରତୀୟ ଫିଲ୍ମ, ବିଶେଷ କରି ସାଉଥ ଫିଲ୍ମକୁ ସେ କେତେ ଭଲ ପାଆନ୍ତି । ଏହାପୂର୍ବରୁ ସେ ପୁଷ୍ପାର ଏକ ଗୀତରେ ଅଲୁ ଅର୍ଜୁନଙ୍କ ଷ୍ଟାଇଲରେ ନାଚୁଥିବାର ନଜର ଆସିଥିଲେ । ଡେଭିଡ ୱାର୍ଣ୍ଣର ଦକ୍ଷିଣ ଭାରତୀୟ ସୁପରଷ୍ଟାରଙ୍କ କପି କରି ଅନେକ ଭାରତୀୟ ପ୍ରଶଂସକଙ୍କୁ ପ୍ରଭାବିତ କରିଛନ୍ତି ଏବଂ ବର୍ତ୍ତମାନ ସେ ଡାଇଲଗ ମାଧ୍ୟମରେ ଲାଇମଲାଇଟରେ ଅଛନ୍ତି । ଯେଉଁ ଗୀତରେ ଡେଭିଡ ୱାର୍ଣ୍ଣର ନାଚୁଛନ୍ତି ତାହା ତେଲୁଗୁ ଭାଷାରେ ଅଛି ଏବଂ ଏହି ଗୀତଟି ହେଉଛି 'ଆଇ ବିଡା ଇଡି ନା ଆଡା' (Eyy Bidda Idhi Naa Adda) ଯାହା ୧୯ ନଭେମ୍ବର ୨୦୨୧ ରେ ରିଲିଜ ହୋଇଥିଲା ।