Morning prayer mantra: କୁହାଯାଏ ଯେ, ଦିନର ଆରମ୍ଭ ଯେତେ ଭଲ ହେବ, ପୁରା ଦିନ ସେହିପରି ଭଲରେ କଟିବ । ଏହାକୁ ଆପଣ ମଧ୍ୟ ଚେଷ୍ଟା (try) କରି ଦେଖିପାରିବେ । କୁହାଯାଏ ଯେ ଯଦି ଏହି ମନ୍ତ୍ର ଗୁଡ଼ିକ ସକାଳେ (morning) ଜପ କରାଯାଏ, ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଆମର ଶାସ୍ତ୍ରରେ, ଦିନକୁ ଶୁଭ କରିବା ପାଇଁ ଅନେକ ପଦକ୍ଷେପ ଉଲ୍ଲେଖ କରାଯାଇଛି, ସେଥିମଧ୍ୟରୁ ଗୋଟିଏ ହେଉଛି ମନ୍ତ୍ର ଜପ । ଯଦି ଏହି ମନ୍ତ୍ର ଗୁଡ଼ିକ ଆଖି ଖୋଲିବା ମାତ୍ରେ ( ସକାଳେ ଜାଗ୍ରତ ହେବା ପରେ) ଜପ କରାଯାଏ, କେବଳ ଆପଣଙ୍କ ଦିନ ଶୁଭ ହେବ ନାହିଁ, ବରଂ ଜୀବନର ସମସ୍ତ ସମସ୍ୟା ମଧ୍ୟ ଦୂର ହେବ ।


COMMERCIAL BREAK
SCROLL TO CONTINUE READING

ଏହି (Morning prayer) ମନ୍ତ୍ର ଜପ ଦ୍ୱାରା କେବଳ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବା ଆରମ୍ଭ କରିବ ନାହିଁ, ବରଂ ଆପଣଙ୍କର ଆର୍ଥିକ ସ୍ଥିତି (Financial status) ରେ ମଧ୍ୟ ଉନ୍ନତି ଆସିଥାଏ । ତେବେ ଆସନ୍ତୁ ଜାଣିବା ସକାଳୁ ଆଖି ଖୋଲିବା ମାତ୍ରେ କେଉଁ ମନ୍ତ୍ର ଜପ କରିବା ଉଚିତ୍ । ଜାଗ୍ରତ ହେବା ପରେ ସାରା ଦିନପାଇଁ ରୁଟିନ୍ ର ଆରମ୍ଭ  ହୋଇଯାଏ । ଦିନ ଆରମ୍ଭ କରିବାର ପ୍ରଥମ ପଦକ୍ଷେପ ମୂଳକ - କର ଦର୍ଶନମ୍ ଅର୍ଥାତ୍ ପାପୁଲିକୁ ଦେଖିବା ଓ ଶୁଭ ସକାଳ ମନ୍ତ୍ର ଜପ କରିବା ।


ତେବେ ଆସନ୍ତୁ ଜାଣିବା ସକାଳର ମନ୍ତ୍ର ବିଷୟରେ 


କରାଗ୍ରେ ବସତେ ଲକ୍ଷ୍ମୀ: କର ମଧ୍ୟେ ସରସ୍ୱତୀ 
କରମୂଳେ ସ୍ଥିତୋ ବ୍ରହ୍ମା ପ୍ରଭାତେ କର ଦର୍ଶନମ୍ ...।।


ଅର୍ଥାତ୍- ହାତର ଅଗ୍ରଭାଗରେ ଲକ୍ଷ୍ମୀ, ମଧ୍ୟ ଭାଗରେ ସରସ୍ୱତୀ ଓ ଭଗବାନ ବ୍ରହ୍ମା ବିଷ୍ଣୁ କର ମୂଳରେ ବାସ କରନ୍ତି। 


ସକାଳେ ସୂର୍ଯ୍ୟୋଦୟ ସମୟରେ ଏହି ମନ୍ତ୍ର ଜପ କରିବା ଅତ୍ୟନ୍ତ ଶୁଭଦାୟକ, ଏହି ମନ୍ତ୍ରଟି ତୁମର ପ୍ରିୟ ଇଷ୍ଟଙ୍କୁ ଧ୍ୟାନ କରିବା ସମୟରେ ଉଭୟ ହାତକୁ ଯୋଡ଼ି ଆଖି ବନ୍ଦ କରି ପାଠ କରନ୍ତୁ । ଏହି ଶକ୍ତିଶାଳୀ ମନ୍ତ୍ର ଆପଣଙ୍କ ଦିନ ଏବଂ ଆପଣଙ୍କ ଭାଗ୍ୟକୁ ଜାଗ୍ରତ କରିଥାଏ  । ଭଗବାନ ଆପଣଙ୍କ ପାପୁଲିରେ ରହିଥାନ୍ତି, ଦେବୀ ଲକ୍ଷ୍ମୀ ପାପୁଲିର ଅଗ୍ରଭାଗରେ ରୁହନ୍ତି, ଦେବୀ ସରସ୍ୱତୀ ମଧ୍ୟ ଭାଗରେ ଓ ପରମବ୍ରହ୍ମା ଗୋବିନ୍ଦ ମୂଳ ଭାଗରେ ରୁହନ୍ତି । ପାପୁଲି ଦେଖିବା ସମୟରେ, ଆପଣ ମନରେ ଏକ ସଂକଳ୍ପ ନିଅନ୍ତୁ ଯେ କଠିନ ପରିଶ୍ରମ କରି ମୁଁ ଦାରିଦ୍ରତା ଓ  ଅଜ୍ଞନତାକୁ ଦୂର କରିବି ଓ ନିଜ ପାଇଁ ଏବଂ ବିଶ୍ବ ପାଇଁ ଭଲ କରିବି ।


ହେ ପୃଥିବୀ ଦେବୀ! ତୁମେ ଯିଏ ସମୁଦ୍ର ପରି ପୋଷାକ ଧାରଣ କରିଛ , ତୁମେ ଭଗବାନ ବିଷ୍ଣୁଙ୍କ ପତ୍ନୀ, ତୁମକୁ କୋଟି ନମସ୍କାର, ମୋର ପାଦ ମାଟିରେ ଛୁଇଁଥିବାରୁ ମୋତେ କ୍ଷମା କର । ବିଛଣାରୁ ଭୂମିରେ ପାଦ ଦେବା ପୂର୍ବରୁ ପୃଥିବୀ ମାତାଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ବିଛଣାରୁ ଉଠିବା ପରେ ଜଣେ ଭୂମିରେ ପାଦ ଦେବା ପୂର୍ବରୁ ପୃଥିବୀ ମାତାଙ୍କର ମନ୍ତ୍ର ଜପ କରିବା ଉଚିତ୍ ।


'ଗଙ୍ଗା ଚ ଯମୁନା ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳ ସ୍ମିନ୍ସନ୍ନିଧି କୁରୁ।....।।


ଏହାର ଅର୍ଥ ହେଉଛି ହେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ, କାବେରୀ ନଦୀ ଆପଣ ସମସ୍ତେ ମୋର କଲ୍ୟାଣ କରନ୍ତୁ ।  ସ୍ନାନ କରିବା ସମୟରେ ଅନ୍ୟ ଏକ ଶ୍ଲୋକ ମଧ୍ୟ ପ୍ରାୟତଃ ଜପ କରାଯାଏ । ଏହି ମନ୍ତ୍ର ସକାଳେ ଗାଧୋଇବା ସମୟରେ ଜପ କରିବେ ।


ଗଙ୍ଗା ସିନ୍ଧୁ ସରସ୍ୱତୀ ଚ ଯମୁନା ଗୋଦାବରୀ ନର୍ମଦା । କାବେରୀ  ସରୟୁ ମହେନ୍ଦ୍ରତନାୟା ଚର୍ମଣ୍ୟବତୀ ବେଦିକା ।


ସିପ୍ରା ବେତ୍ରବତୀ ମହସୁରନଦି ଖ୍ୟାତା ଜୟା ଗଣ୍ଡାକି । ପୂର୍ଣ୍ଣା: ପୁର୍ନାଜାଲୈ: ସମଦ୍ରାସହିତା: କୁର୍ବନ୍ତୁ ମେ ମଙ୍ଗଲମ୍ ।


ଏହି ପଦର ଅର୍ଥ ହେଉଛି, ସମୁଦ୍ର ସମେତ ଉପରୋକ୍ତ ସମସ୍ତ ଜଳ ପୂର୍ଣ୍ଣ ନଦୀ ମୋ ଉପରେ କଲ୍ୟାଣ କରନ୍ତୁ । ଗଙ୍ଗାଙ୍କ ବର୍ଣ୍ଣନା ଅବର୍ଣ୍ଣନୀୟ । ତାଙ୍କୁ ନମସ୍କାର କରି ଜୀବନକୁ ସାର୍ଥକ କରିବାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ ।


ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବ ସର୍ବାର୍ଥ ସାଧିକ । ଶରଣେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ। 


ଶୁଭଫଳ ପ୍ରଦାନକରୁଥିବା ମଙ୍ଗଳମୟୀ ମା , ତୁମେ କଲ୍ୟାଣକାରୀ ଯିଏ ସମସ୍ତଙ୍କର ମନୋ କାମନାକୁ ପୂର୍ଣ୍ଣ କରିଥାନ୍ତି ତାଙ୍କୁ କୋଟି କୋଟି ପ୍ରଣାମ।


Also read- ଭକ୍ତ ପାଇଁ ଅଟକିଛନ୍ତି ମହାପ୍ରଭୁ: କିଛି ସମୟ ପରେ ରଥଟଣା