ଜାମୁ ଖାଇବା ପରେ କରନ୍ତୁ ନାହିଁ ଏହିସବୁ ଖାଦ୍ୟ ସେବନ, ହୋଇପାରନ୍ତି ପେଟ ରୋଗର ଶିକାର
ପଣ ଜାଣନ୍ତି କି ଏପରି କିଛି ଜିନିଷ ଅଛି ଯାହା ଜାମୁ ଖାଇବା ପରେ ତୁରନ୍ତ ଖାଇବା ଉଚିତ୍ ନୁହେଁ । ଯଦି ଆପଣ ଜାମୁ ଖାଇବା ପରେ ଏହି ଜିନିଷଗୁଡିକ ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।
ଖରାଦିନେ ପ୍ରାୟ ସବୁ ସ୍ଥାନରେ ପ୍ରଚୁର ଜାମୁ (Indian blackberry) କୋଳି ମିଳିଥାଏ । ବେଶ ସ୍ୱାଦିଷ୍ଟ ଏହି କୋଳି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବିବେଚନା କରାଯାଏ । କାରଣ ଜାମୁରେ (Java Plum) ପ୍ରଚୁର ପରିମାଣରେ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ ଭିଟାମିନ୍ ଭଳି ପୁଷ୍ଟିକର ଉପାଦାନ ଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଜିନିଷ ଅଛି ଯାହା ଜାମୁ ଖାଇବା ପରେ ତୁରନ୍ତ ଖାଇବା ଉଚିତ୍ ନୁହେଁ । ଯଦି ଆପଣ ଜାମୁ ଖାଇବା ପରେ ଏହି ଜିନିଷଗୁଡିକ ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ଏବଂ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଆସନ୍ତୁ ଜାଣିବା ଜାମୁ ଖାଇବା ପରେ କେଉଁ ଜିନିଷ ଖାଇବା ଉଚିତ୍ ନୁହେଁ ।
ଜାମୁ ଖାଇବା ପରେ ସେବନ କରନ୍ତୁ ନାହିଁ ହଳଦୀ
ଜାମୁ ଖାଇବା ପରେ, ତୁରନ୍ତ ହଳଦୀ (Turmeric) ବ୍ୟବହାର ହୋଇଥିବା କୌଣସି ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ ଜାମୁ ଖାଇବା ପରେ ତୁରନ୍ତ ହଦଳୀରେ ତିଆରି ଜିନିଷ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇପାରେ ।
ଜାମୁ ଖାଇବା ପରେ ତୁରନ୍ତି ପିଅନ୍ତୁ ନାହିଁ ପାଣି
ଜାମୁ ଖାଇବା ପରେ, ଲୋକମାନେ ପ୍ରାୟତଃ ପାଣି ପିଇଥାନ୍ତି । କାରଣ ଜାମୁ ସାମାନ୍ୟ କଷା ହୋଇଥିବାରୁ ଶୋଷ ଲାଗିଥାଏ । କିନ୍ତୁ ଆପଣ ଜାଣନ୍ତି କି ଜାମୁ ଖାଇବା ପରେ ତୁରନ୍ତ ପାଣି ପିଇଲେ ଏହା ବାନ୍ତିର କାରଣ ହେବା ସହ ହଜମ ସମସ୍ୟା ଦେଖା ଦେଇଥାଏ । ତେଣୁ ଜାମୁ ଖାଇବା ପରେ ଅତିକମରେ ୩୦ ମିନିଟ୍ ପରେ ପାଣି ପିଇବା ଉଚିତ୍ ।
ଜାମୁ ଖାଇବା ପରେ କରନ୍ତୁ ନାହିଁ କ୍ଷୀର ସେବନ
ଜାମୁ ଖାଇବା ପରେ ତୁରନ୍ତ କ୍ଷୀର (Milk) ପିଇବା ଉଚିତ୍ ନୁହେଁ । ଏପରିକି କ୍ଷୀରରେ ପ୍ରସ୍ତୁତ କୌଣସି ଖାଦ୍ୟ ତୁରନ୍ତ ଖାଇବା ମଧ୍ୟ ଠିକ ନୁହେଁ । କାରଣ ଯଦି ଆପଣ ଜାମୁ ଖାଇବା ପରେ ତୁରନ୍ତ କ୍ଷୀର ପିଅନ୍ତି , ତେବେ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ।
ଜାମୁ କାଇବା ପରେ ଖାଆନ୍ତୁ ନାହିଁ ଆଚାର
ଜାମୁ ଖାଇବା ପରେ ତୁରନ୍ତ କୌଣସି ପ୍ରକାର ଆଚାର (Pickle) ଖାଇବା ଉଚିତ୍ ନୁହେଁ । କାରଣ ପ୍ରାୟ ସମସ୍ତ ଆଚାର ଖଟା ହୋଇଥାଏ, ତେଣୁ ଯଦି ଆପଣ ଜାମୁ ଖାଇବା ପରେ ତୁରନ୍ତ ଆଚାର ଖାଆନ୍ତି, ଏହା ଫୁଡ ପଏଜନର କାରଣ ହୋଇଥାଏ ।
ସକାଳେ ଖାଲି ପେଟରେ ଖାଆନ୍ତୁ ନାହିଁ ଜାମୁ
ସକାଳେ ଖାଲି ପେଟରେ ଜାମୁ ଖାଇବା ଉଚିତ୍ ନୁହେଁ । କାରଣ ଯଦି ଆପଣ ସକାଳେ ଖାଲି ପେଟରେ ଜାମୁନ୍ ଖାଆନ୍ତି, ତେବେ ଏହା ଅମ୍ଳତା, ବାନ୍ତି ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।