Shani Remedies: ଜ୍ୟୋତିଷ ଶାସ୍ତ୍ରରେ ଅନୁସାରେ, ଶନିଦେବଙ୍କୁ (Shani Dev)ଏକ ନିଷ୍ଠୁର ଗ୍ରହ ବୋଲି  କୁହାଯାଏ।  ଶନିଦେବ (Shani Dev) ଲୋକଙ୍କୁ ସେମାନଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ କରନ୍ତି। ଯଦିଓ ଶନି ଦେବଙ୍କୁ ଯେ କୌଣସି ଦିନରେ ପୂଜା କରାଯାଇପାରିବ, କିନ୍ତୁ ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ କରାଯାଇଛି।  ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ ,ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ଆଉ ଯଦି ଶନି ଦେବ,  ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଆଉ ଯଦି ଆପଣଙ୍କ ଜାତକରେ ଶନି ସାଢେ ସତି ରହିଛି । ତାହାଲେ ଶନିବାର ଦିନ ଏହି ସବୁ ପ୍ରତିକାର (Astro Tips) କରିବା ଦ୍ବାରା ଶନି ଦେବଙ୍କ କୃପା ଲାଭ ହେବା ସହ ଶନିଙ୍କ ଆର୍ଶିବାଦ ମିଳିଥାଏ (Saturday Remedies)।  ତେବେ, ଆସନ୍ତୁ ସେହି ଉପାୟ ଗୁଡିକ ବିଷୟରେ ଜାଣିବା ।...


COMMERCIAL BREAK
SCROLL TO CONTINUE READING

Also Read: Today Horoscope: ଆଜି ଏହି ୪ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?


ଶନିବାର ଦିନ କରନ୍ତୁ ଏହି ସବୁ ପ୍ରତିକାର :
୧-ଯଦି ଆପଣଙ୍କ ଜାତକରେ ଶନି ଦଶା କିମ୍ବା ଶନି ସାଢେ ଶତି ରହିଛି, ତେବେ  ଆପଣ ଶନିବାର ଦିନ ସ୍ନାନ ପରେ ଓସ୍ତ ଗଛ ମୂଳେ ସୋରିଷ ତେଲରେ ଏକ ଦୀପ ଜାଳନ୍ତୁ । ଏବଂ ଶନିଙ୍କଦେବଙ୍କୁ ପୂଜା କରନ୍ତୁ। ବିଶ୍ବାସ୍ ରହିଛି ଯେ, ଏଭଳି କରିବା ଦ୍ବାରା ଶନି ଦଶା କଟିଥାଏ । ଏବଂ ଧନ ଓ ଐଶ୍ବର୍ଯ୍ୟ ପ୍ରାପ୍ତ ହୋଇଥାଏ। 
୨-ଶନିବାର ଦିନ ଓସ୍ତ ଗଛକୁ ପୂଜା କରିବା ସହ ଗଛ ଚାରିପଟେ ସାତଥର ବୁଲନ୍ତି । ଏବଂ “ଓମ୍ ସିନାଶଚାର୍ଯ୍ୟ ନାମ” ମନ୍ତ୍ର ଜପ କରନ୍ତୁ । ଏହି ଉପାୟ କରିବା ଦ୍ବାରା ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ। 
୩- ଶନିବାର ଦିନ କିଛି କଳା କୁକୁରଙ୍କୁ ସୋରିଷ ତେଲରେ ପ୍ରସ୍ତୁତ ରୁଟି ବା ପରଟା ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଉପରେ ଶନିଦେବ ପ୍ରସନ୍ନ ରହିବେ। ବିଶ୍ବାସ ରହିଛି ଯେ , ଏପରି କରିବା ଦ୍ବାରା ଆପଣ ରାଶିରେ ରାହୁକେତୁଙ୍କ ସ୍ଥିତି ଠିକ୍ ରହିବ। ଏବଂ ଆର୍ଥିକ ସ୍ଥିତି ସୁଦୃଢ ହେବ। 
୪- ଖାସ୍ କରି ଶନିବାର ଦିନ ଅସହାୟ ବା ଗରିବ ଲୋକଙ୍କୁ ସୋରିଶ ତେଲ, କଳା ଡାଲି, ଲୁହା ସାମଗ୍ରୀ ଓ କଳା ପୋଷାକ ଦାନ କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଜାତକରେ ଥିବା ଶନିଦଶା ଦୂର ହେବା ସହ ଶନିଦେବ ପ୍ରସନ୍ନ ହୋଇ ଥାଆନ୍ତି। 
୫-  ଯଦି ଦିର୍ଘ ଦିନ ଧରି ଆପଣ ଚାକିରି ପାଉ ନାହାଁନ୍ତି ବା କ୍ୟାରିୟରକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ, ଶନିବାର ଦିନ ଶନିମନ୍ଦିରକୁ ଯାଇ ଅପରାଜିତା ଫୁଲ ଚଢାନ୍ତୁ । ଦେଖିବେ, ଆପଣଙ୍କୁ ଚାକିରି ଜନିତ ସମସ୍ୟା ବା କ୍ୟାରିୟରରେ ସଫଳତା ମିଳିବ। 
୬- ସେହିପରି ଶନିବାର ଦିନ ଆପଣ (Shani Yantra) ଶନି ଯନ୍ତ୍ରକୁ ପୂଜା କରିବା ଦ୍ବାରା ଆପଣଙ୍କୁ ସୌଭାଗ୍ୟପ୍ରାପ୍ତ ହୋଇଥାଏ। 


(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )