Health tips: ଗରମ ଦିନେ ଥଣ୍ଡା ଜାତୀୟ ଖାଦ୍ୟକୁ ସମସ୍ତେ ବେଶୀ ପସନ୍ଦ କରନ୍ତି। ସେ ଲସି ହେଉ କି କୋଲ୍ଡଡ୍ରିଙ୍କସ ଆଇସକ୍ରିମ ହେଉ କି ସରବତ, ଲସି ଆଦି ଥଣ୍ଡା ଜାତୀୟ ଜିନିଷ ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି । ତେବେ ପାଟିକୁ ସୁଆଦିଆ ଲାଗୁଥିଲେ ସୁଦ୍ଧା ତାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଆପଣମାନେ ଖାଉଥିବା ଆଇସକ୍ରିମକୁ ସଂରକ୍ଷିତ କରି ରଖିବା ପାଇଁ ସେଥିରେ ଅନେକ ପ୍ରକାରର ହାନିକାରକ କେମିକାଲ ମିଶାଯାଇଥାଏ। ଏଥିସହିତ ସେଥିରେ ବହୁ ମାତ୍ରାରେ ସୁଗାର ରହିଥାଏ, ଯାହାକି ଆମର ସ୍ୱାସ୍ଥ୍ୟ ପ୍ରତି ଖରାପ ଅଟେ । ଯଦି ଆପଣ ଆଇସକ୍ରିମ ବେଶୀ ଖାଉଛନ୍ତି ତାହେଲେ ଏପରି ଭୋଗୀ ପାରନ୍ତି।


COMMERCIAL BREAK
SCROLL TO CONTINUE READING

୧- ଯଦି ଆପଣମାନେ ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି ତେବେ ଆଇସକ୍ରିମ ଖାଇବାରୁ ଦୂରେଇ ରୁହନ୍ତୁ । ଆଇସକ୍ରିମକୁ ପ୍ରସ୍ତୁତ କରିବା ପାଇଁ ଅତ୍ୟଧିକ ମାତ୍ରାରେ ଶୁଗର ପ୍ରୟୋଗ କରାଯାଇଥାଏ । ତେଣୁ ଏପରି ସ୍ଥିତିରେ ଆପଣଙ୍କର ଶୁଗର ସ୍ତର ଅଚାନକ ବୃଦ୍ଧି ପାଇ ସମସ୍ୟା ଡାକି ଆଣିପାରେ ।


୨- ଆଇସକ୍ରିମ ଅତ୍ୟଧିକ ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସେଥିରେ ଅନେକ କେମିକାଲ୍ସ ବ୍ୟବହାର କରାଯାଉ ଥିବାରୁ ତାହା ହୃଦ୍ ସମ୍ବନ୍ଧିତ ବେମାରୀକୁ ଆମନ୍ତ୍ରଣ କରିଥାଏ ।


୩- ଏଥିସହିତ ଏହାକୁ ଅଧିକ ସେବନ କଲେ ଆପଣଙ୍କର ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ । ଆପଣଙ୍କର ପାଚନତନ୍ତ୍ର ସମ୍ବନ୍ଧୀୟ ସମସ୍ୟା ରହିଥିଲେ ଆଇସକ୍ରିମ୍ ଆଦୌ ଖାଆନ୍ତୁ ନାହିଁ ।


୪- ଆଇସକ୍ରିମ ସେବନ ଫଳରେ ଥଣ୍ଡା, ସର୍ଦି ହେବାର ଆଶଙ୍କା ରହିଥାଏ । ତେଣୁ ଆଇସକ୍ରିମ ଖାଇବା ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ ।


୫- ଅଧିକ ମାତ୍ରାରେ ଏହାକୁ ସେବନ କଲେ ଦାନ୍ତରେ କ୍ୟାଭିଟିର ସମସ୍ୟା ବଢ଼ିପାରେ । ତେଣୁ ଆଇସକ୍ରିମ ଖାଇବାର କିଛି ସମୟ ପରେ ବ୍ରଶ୍ କରିବା ଆବଶ୍ୟକ । ଫଳରେ ଦାନ୍ତରେ ଲାଗି ରହିଥିବା ଆଇସକ୍ରିମ୍ ବାହାରିଯିବ ।


୬- ଆଇସକ୍ରିମରେ ଅତ୍ୟଧିକ ମାତ୍ରାରେ କ୍ୟାଲୋରୀ ରହିଥିବାରୁ ଏହାକୁ ଖାଇଲେ ଆପଣଙ୍କର ଶରୀରରେ କ୍ୟାଲୋରୀ ବଢ଼ିଯିବ । ତେଣୁ ଆବଶ୍ୟକତା ଠାରୁ ଅଧିକ ସେବନ କଲେ ଆପଣ ମୋଟାପ୍ପାର ଶିକାର ହୋଇ ପାରନ୍ତି । ତେଣୁ ମୋଟାପ୍ପା ହ୍ରାସ ପାଇଁ ପ୍ରୟାସ କରୁଥିବା ଲୋକମାନେ ଆଇସକ୍ରିମ ସେବନ କରନ୍ତୁ ନାହିଁ ଏବଂ ଯଦି ସକାଳୁ ଉଠି ଖାଲି ପେଟରେ ଆଇସକ୍ରିମ ଖାଉଛନ୍ତି ତାହେଲେ ସଙ୍ଗେ ସଙ୍ଗେ ପ୍ରାଣ ଛଜିଯିବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞ ମାନେ କହିଛନ୍ତି। ତେଣୁ ଆଇସକ୍ରିମ ଠୁ ଦୂରେଇ ରୁହନ୍ତୁ ଆଉ ସର୍ବତ ପିଆନ୍ତୁ ଯାହାଦ୍ଵାରା ଆପଣଙ୍କ ଶରୀର ହାଇଡ୍ରେଟ ରହିବ।


Also Read- Angarak Yog: ରାହୁ ମଙ୍ଗଳଙ୍କ ମିଳନରୁ ସ୍ୱତନ୍ତ୍ର ଯୋଗ, ୩ ରାଶିକୁ ମିଳିବ ଲାଭ