ଆପଣ ନିଶ୍ଚିତ ଭାବରେ ଦେଖିଥିବେ ଯେ ପାର୍ଲରରେ କିମ୍ବା ଘରେ କିଛି ଲୋକେ ତଉଲିଆକୁ ଘୋଡାଇ ଗରମ ବାମ୍ପ ନିଅନ୍ତି କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ଏହା କାହିଁକି କରାଯାଏ । ଆସନ୍ତୁ ଏସବୁ ପ୍ରଶ୍ନର ଉତ୍ତର ଜାଣିବା । ମୁହଁରେ ବାମ୍ପ ନେବା ସମୟରେ କିଛି ଲୋକେ ଗରମ ପାଣିରେ ନିମ୍ବ ପତ୍ର,ଲୁଣ,ଲେମ୍ବୁ ରସ ମିଶାଇ ବାମ୍ପ ନେଇ ଥାଆନ୍ତି । କାରଣ ଚର୍ମ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ଦୂର କରିଥାଏ ଗରମ ବାମ୍ପ । ତେବେ ଆସନ୍ତୁ ଜାଣିବା ଚେହେରାରେ ଗରମ ବାମ୍ପ ନେବା ଦ୍ବାରା କଣ ଲାଭ ମିଳିଥାଏ । 


COMMERCIAL BREAK
SCROLL TO CONTINUE READING

Also Read ; କଣ ଆପଣ ଚା ସହ ପାଉଁରୁଟି ଖାଇବାକୁ ଭଲ ପାଆନ୍ତି ? ସତର୍କ ହୋଇଯାଆନ୍ତୁ ଏହି ୫ଟି ବିପଦରୁ ରକ୍ଷା ପାଇବା ହେବ କଷ୍ଟକର
ଚେହେରାରେ ଷ୍ଟିମ ନେବା ଲାଭ
୧-ମୁହଁକୁ ସଫା ରଖେ - ଯେଉଁ ମାନେ ନିୟମିତ ଭାବରେ ମୁହଁରେ ଷ୍ଟିମ ନିଅନ୍ତି ସେମାନଙ୍କ ଫେସର ଓପନ ପୋର୍ସ ଖୋଲିଯାଏ ଯେଉଁ କାରଣରୁ ଚେହେରାରେ ଥିବା ମଇଳା ,ମୃତଚର୍ମ ଦୂର ହୋଇଥାଏ । ବିଶେଷତଃ ଯେଉଁ ମାନେ ବ୍ଲାକ ହେଡ୍ ଏବଂ ୱାଇଟ୍ ହେଡ୍ ଦ୍ବାରା ଅସୁବିଧା ଭୋଗୁଛନ୍ତି ସେମାନେ ଏପରି କରି ନିଜ ଚେହେରାକୁ ସଫା ରଖିପାରିବେ । 
୨-ରକ୍ତ ସଞ୍ଚାଳନ - ଆପଣ ନିଜ ଚେହେରାର ଯତ୍ନ ଉତ୍ତମ ଭାବେ ନେଉଥିବେ ସତ କିନ୍ତୁ ବେଳେ ବେଳେ ଏହା ମଳିନ ଏବଂ ଡିହାଇଡ୍ରେଡ୍ ଦେଖାଯାଏ । ଏପରି ସ୍ଥିତିରେ ଷ୍ଟିମିଙ୍ଗ କରିବା ଦ୍ବାରା ଆପଣଙ୍କ ମୁହଁରେ ରକ୍ତ ସଞ୍ଚାଳନ ଉନ୍ନତ ହୋଇଥାଏ ଏବଂ ଏହା ଚେହେରା ପାଇଁ ବହୁତ ପ୍ରଭାବଶାଳୀ ରୁଟିନ ଅଟେ । 
୩-ମୁହଁ ହାଇଡ୍ରେସନ୍ -  ବେଳେ ବେଳେ ଜଳ ଅଭାବ ହେତୁ ଆମ ଚେହେରା ଡିହାଇଡ୍ରେଟ୍ ହେବାକୁ ଲାଗେ । ଆପଣ ନିଜ ମୁହଁର କ୍ୟାପାସିଟିକୁ ବଢାଇବା ପାଇଁ ମୁହଁରେ ବାମ୍ପ ନେବା ଉଚିତ୍ ଯାହା ଦ୍ବାରା ଚେହେରା ହାଇଡ୍ରେଟ୍ ହୋଇଥାଏ । ଏପରି କରିବା ଦ୍ବାରା ଆପଣଙ୍କ ଚେହେରା ଚମକିଥାଏ । 
୪- ଚେହେରାରେ ଆସେ ଚମକ- ଷ୍ଟିମ ନେବା ଦ୍ବାରା ଚେହେରାରେ କୋଲାଜେନ୍ ଏବଂ ଏଲାଷ୍ଟିନ ଉତ୍ପାଦନ ବୃଦ୍ଧି ହୋଇଥାଏ । ଯାହା ଆମ ଚେହେରାକୁ ଯୁବ ଏବଂ ଚମକ ଦେଇଥାଏ । ସାଧାରଣତଃ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ  ସପ୍ତାହରେ ୩ ଥର ଷ୍ଚିମ ନେବା ଉତ୍ତମ ରୁଟିନ ଅଟେ ।