Health News : ଋତୁସ୍ରାବ ବା ପିରିୟଡ୍ (period)ସମୟରେ ମହିଳା ଓ ଯୁବତୀମାନେ ବିଭିନ୍ନ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରିଥାନ୍ତି । ସେହି ସମୟରେ କିଛି ଜଣଙ୍କର ପେଟରେ ଯନ୍ତ୍ରଣା ହେଉଥିବା ବେଳେ ଆଉ କିଛି ଜଣଙ୍କର ଶରୀରର ବିଭିନ୍ନ ଅଙ୍ଗ ଫୁଲିଯାଏ । ଏପରିକି ସେହି ସମୟରେ ଭୋଗ ନ ଲାଗିବା ସହ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ପିରିୟଡ ସମୟରେ ଆଉ କିଛିଜଣଙ୍କର ମୁହଁରେ ବ୍ରଣ ବାହାରିବା ସହ ପିଠିରେ ଯନ୍ତ୍ରଣା, ମୁଣ୍ତବିନ୍ଧା ପରି ସମସ୍ୟା ମଧ୍ୟ ଦେଖାଦେଇଥାଏ । ପିରିୟଡ ଯୋଗୁଁ ଶରୀରରେ ପ୍ରୋଜେଷ୍ଟେରନ୍ ଓ ଇଷ୍ଟ୍ରୋଜେନ୍ ସ୍ତରର ପରିବର୍ତ୍ତନ ହୋଇଥାଏ । ଫଳରେ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେଇଥାଏ । ଯାହାଦ୍ୱାରା ଶରୀରରେ ବିଭିନ୍ନ ଅଂଶ ଫୁଲିବାରେ ଲାଗିଥାଏ । ତେବେ କିଛି ଘରୋଇ ଉପଚାର ମାଧ୍ୟମରେ ଏସବୁ ସମସ୍ୟାକୁ ଚୁଟକିରେ ଦୂର କରି ହେବ। ଯାହା ଦ୍ବାରା ଆପଣ ପିରିୟଡ ସମୟରେ ଏସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।


COMMERCIAL BREAK
SCROLL TO CONTINUE READING

ପିରିୟଡ ସମୟରେ ହେଉଥିବା ଯନ୍ତ୍ରଣାକୁ ଦୂର କରିବା ପାଇଁ ରାମବାଣ ପରି କାର୍ଯ୍ୟକରେ ଅଦା । କାହିଁକିନା ଅଦାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ( anti-inflammatory )ପ୍ରଭାବ ରହିଛି ।  ଅଦାକୁ ପାଣିରେ ଫୁଟାଇ ଏହାକୁ ପିଇ ପାରିବେ ନଚେତେ ଅଦାଖଣ୍ତକୁ ଆପଣ ଚୋବେଇକି ଖାଇପାରିବେ । ଯାହାକି ସେହି ସମୟରେ ହେଉଥିବା ଯନ୍ତ୍ରଣାକୁ କମ୍ କରାଇପାରିବ। ଜୁଆଣୀ ବା ଆଜଓ୍ବିନ ମଧ୍ୟ ପିରିୟଡ ସମୟରେ ପେଟ ଫିଲିବା ଭଳି ସମସ୍ୟାକୁ ମଧ୍ୟ ଦୂର କରିବାରେ ବେଶ ସହାୟକ ହେବ । ଜୁଆଣୀକୁ ଆପଣ ଗରମ ପାଣିରେ ପିଇ ପାରିବେ ନଚେତ ଜୁଆଣୀକୁ ଆପଣ ସେହି ସମୟରେ ଚୋବାଇ ଖାଇ ପାରିବେ । ଯାହା ଖିୁବଶିଘ୍ର ଶରୀରରେ ଏହାର ପ୍ରଭାବ ପକାଇ ଥାଏ । ପାନ ମହୁରୀ ମଧ୍ୟ ପିରିୟଡ ଜନିତ ଯନ୍ତ୍ରଣା ଦୂର କରିବାରେ ବେଶ ଉପାଦେୟ । ପାନ ମହୁରୀ ସାଧାରଣତଃ ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ । କାରଣ ପେଟରେ ହେଉଥିବା ଗ୍ୟାସ ସଫା କରିବାରେ ଏହା ସହାୟକ ହୋଇଥାଏ । ଯାହା ଦ୍ବାର ପେଟରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ । ଯାହା ଆପଣଙ୍କ ପାକସ୍ଥଳୀରେ ଥିବା ପଥକୁ ଆରାମ ଦେଇଥାଏ, ଗ୍ୟାସ ପାସ୍ କରିବା ସହିତ ପେଟ ମଧ୍ୟ ଫୁଲିବା ସମସ୍ୟାକୁ ମଧ୍ୟ କମାଇଥାଏ । 


ଏହାବି ପଢନ୍ତୁ : Health News : Adenosine Therapyରେ ଭଲ ହେବ ଏସବୁ ରୋଗ, ୩ ମାସରେ ହେବେ ସମ୍ପୁର୍ଣ୍ଣ ସୁସ୍ଥ, ଜାଣନ୍ତୁ କେମିକି ?


ସେହିପରି ଗୁଡ ଓ କଦଳୀ ମଧ୍ୟ ପିରିୟଡ ସମୟରେ ହେଉଥିବା ଯନ୍ତ୍ରଣାକୁ କମାଇବାରେ ବେଶ ସହାୟକ ହୋଇଥାଏ । ଗୁଡରେ ଅଧିକ ପୋଟାସିୟମ୍  ଓ କମ୍ ସୋଡିୟମ୍ ପଦାର୍ଥ ରହିଛି । ଏହାକୁ ଖାଇବା ଦ୍ବାରା ଶରୀରର ଫୁଲି ଯାଉଥିବା ଅଙ୍ଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହା ଶରୀରର କୋଷଗୁଡ଼ିକରେ ଥିବା ଏସିଡ୍ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ। ଯାହାଦ୍ୱାରା ପେଟ ଫୁଲିବା ଭଳି ସମସ୍ୟା ଠାରୁ ମୁକ୍ତି ମିଳିଥାଏ। କଦଳୀରେ ପ୍ରଚୁର ପରିମାଣର ଭିଟାମିନ ବି ୬ (B6 ) ଓ ପୋଟାସିୟମ୍ ରହିଛି। ଯାହା ଶରୀରକୁ ଜଳୀୟ ଅଂଶ ଯୋଗାଇବା ସହ ଶରୀରର ଫୁଲାକୁ ମଧ୍ୟ ରୋକିଥାଏ । 


 


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)