ଆମ ଦୈନନ୍ଦିନ ଜୀବନରେ ଆମେ ଯେଉଁ ଖାଦ୍ୟ ଖାଉଚେ ସବୁଥିରେ କେମିକାଲ ଭରି ରହୁଛି। ଯେଉଁଥିପାଇଁ କମ୍ ବୟସରୁ ବିଭିନ୍ନ ପ୍ରକାର ରୋଗ ଗ୍ରାସ କରୁଛି। ପରିବା ଠୁ ଆରମ୍ଭ କରି ଫଳ ଓ ଗ୍ରୋସରି ଠୁ ଆରମ୍ଭ କରି ଡାଲି ଚାଉଳ । ଯାହା ବି ଆମେ ସବୁଦିନ ଖାଇଥାଉ ସେ ସମସ୍ତ କେମିକାଲ ଯୁକ୍ତ।ତେବେ ବର୍ତ୍ତମାନ ହେଉଛି ଖରାଦିନ। ଖରାଦିନର ସବୁଠୁ ଭଲ ଓ ସମସ୍ତଙ୍କ ପସନ୍ଦ ତରଭୁଜ ଓ ଆମ୍ଭ।ପିଲା ଠୁ ବୃଦ୍ଧ ସମସ୍ତଙ୍କର ଭାରି ପ୍ରିୟ।ତେବେ ଏହି ଆମ୍ବ ଏବଂ ଅନ୍ୟ ଫଳକୁ ମଧ୍ୟ କୃତ୍ରିମ ଉପାୟରେ ପଚାଇବା ପାଇଁ ବ୍ୟବହାର କରାଯାଉଥିବା କ୍ୟାଲସିୟମ କାର୍ବାଇଟ୍‍ ବ୍ୟବହାର ଦେହ ପାଇଁ କ୍ଷତି।


COMMERCIAL BREAK
SCROLL TO CONTINUE READING

ଆପଣ ଥରେ ନିଜ ଚିନ୍ତା କରନ୍ତୁ ଯେଉଁ କେମିକାଲ କଞ୍ଚା ଆମ୍ବକୁ ଗୋଟିଏ ଦିନରେ ପୁରା ହଳଦିଆ ରଙ୍ଗ ସହ ପାଚି ଯାଉଚି ସେହି କେମିକାଲଯୁକ୍ତ ଆମ୍ବ ଆମେ ସବୁଦିନ ଖାଇବା ଦ୍ଵାରା ଆମ ଶରୀର ମଧ୍ୟ କେତେ କ୍ଷତି ନାହେଉଥିବ।ଏନେଇ କେନ୍ଦ୍ର ସରକାର ଏହି କାର୍ବାଇଟ କୁ ନିଷେଧ କରିଛନ୍ତି । ସ୍ୱାସ୍ଥ୍ୟ ପ୍ରତି କ୍ୟାଲସିୟମ କାର୍ବାଇଟର ଖରାପ ପ୍ରଭାବକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନବ କର୍ତ୍ତୃପକ୍ଷ କାର୍ବାଇଟ୍‍ ବ୍ୟବହାର ନିଷେଧ ଆଇନର କଡା ଅନୁପାଳନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।


କ୍ୟାଲସିୟମ୍ କାର୍ବାଇଡ୍, ଯାହା ସାଧାରଣତଃ ଆମ୍ବ ଭଳିି ଫଳ ପାଚିବା ପାଇଁ ବ୍ୟବହୃତ ହୁଏ, ଆସେଟିଲିନ୍ ଗ୍ୟାସ୍ ନିର୍ଗତ କରେ ଯେଉଁଥିରେ ଆର୍ସେନିକ୍ ଏବଂ ଫସଫରସ୍ ରହିଥାଏ । ଏହି କାରଣରୁ କର୍କଟ ରୋଗ ହେବାର ଆଶଙ୍କା ରହିଛି, ସୁପ୍ରିମକୋର୍ଟ ଏହାର ଉତ୍ତର ମାଗିବାର ଗୋଟିଏ ଦିନ ପରେ ଏଫଏସଏସଏଆଇ ଏହି ଚେତାବନୀ ଦେଇଛି । ଏକ ପିଟିସନର ଶୁଣାଣି ବେଳେ ସୁପ୍ରିମକୋର୍ଟ ମଧ୍ୟ ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥର ବ୍ୟବହାର ସମ୍ପର୍କରେ କେନ୍ଦ୍ର, କୃଷି ମନ୍ତ୍ରଣାଳୟ ଏବଂ ଏଫଏସଏସଏଆଇକୁ ନୋଟିସ ଜାରି କରିଛନ୍ତି ।


ବିପଜ୍ଜନକ ରାସାୟନିକ ପଦାର୍ଥ ବ୍ୟବହାର ହେତୁ ସାରା ଦେଶରେ ଲୋକମାନେ ମରୁଛନ୍ତି ବୋଲି ଏହି ଆବେଦନରେ ଦର୍ଶାଯାଇଛି । ଏଫଏସଏସଏଆଇ କହିଛି ଯେ ବ୍ୟବସାୟୀ , ଫଳ ନିୟନ୍ତ୍ରକ  ଖାଦ୍ୟ ବ୍ୟବସାୟ ଅପରେଟର  ବିଶେଷ ଭାବରେ ଆମ୍ବ ଋତୁରେ ଫଳର କୃତ୍ରିମ ପାଚନରେ ବିପଜ୍ଜନକ ‘କ୍ୟାଲସିୟମ୍ କାର୍ବାଇଡ୍’ ବ୍ୟବହାର ନକରିବା ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ସତର୍କ କରାଯାଇଛି।


(Written By- Tapasa Gyanadarshini)