Avoid Ghee in Winter: ସୀମିତ ପରିମାଣରେ ଗାଈ ଘିଅ ବା ଗୁଆ ଘିଅ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ । କିନ୍ତୁ ଥଣ୍ଡା ସମୟରେ ଘିଅର ବ୍ୟବହାର ଅନେକ ରୋଗରେ ବିଷ ପରି କାମ କରିଥାଏ । ଥଣ୍ଡା ବା ଶୀତ ଦିନେ ଘିଅର ବ୍ୟବହାର କରିବା ପୂର୍ବରୁ, ଆପଣ ଜାଣିବା ଉଚିତ୍ ଯେ ଘିଅ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନା ନାହିଁ। ଯଦିଓ ଏହା ସତ ଯେ ଘିଅ ଆୟୁର୍ବେଦରେ ଏକ ଔଷଧ ସଦୃଶ, କିନ୍ତୁ କିଛି ଲୋକ ଶୀତଦିନେ ଏହାକୁ ଖାଇବା ବନ୍ଦ କରିବା ଉଚିତ୍ । ନଚେତ୍ ସ୍ୱାସ୍ଥ୍ୟ ପ୍ରତି ଏହା ହାନିକାରକ ସାବ୍ୟସ୍ତ ହୋଇଥାଏ। 


COMMERCIAL BREAK
SCROLL TO CONTINUE READING

ଘିଅରେ (Ghee) ଅନେକ ପ୍ରକାରର ପୋଶକ ତତ୍ତ୍ୱ ରହିଥାଏ ଯେମିତି କି ଓମେଗା ଥ୍ରୀ ଏ, ଓମେଗା ୬ ଫେଟି ଏସିଡ ଓ ଭିଟାମିନ । ମାତ୍ର ଥଣ୍ଡାରେ ଘିଅ ଏହି ରୋଗ ପାଇଁ ଅତ୍ୟନ୍ତ ବିପଦ ଟାଣିଆଣିପାରେ। ତେବେ ଆସନ୍ତୁ ଜାଣିବା କେବେ ଘିଅ ଖାଇବା ଉଚିତ୍ ଓ କେବେ ନୁହେଁ।


ହାଇ କୋଲେଷ୍ଟ୍ରଲ:-(High Cholesterol)
ଯଦି ଆପଣ ହାଇ କୋଲେଷ୍ଟ୍ରଲ୍ର ରୋଗୀ, ତେବେ ଆପଣ ଆଦୌ ଥଣ୍ଡା ଦିନେ ଘିଅ କିମ୍ବା ବଟର ଖାଇବା ଉଚିତ୍ ନୁହେଁ । ବାସ୍ତବରେ, ଶୀତରେ ଘିଅ ଯେପରି ଫ୍ରିଜ୍ ହୋଇଯାଏ, ସେହିଭଳି ରକ୍ତରେ ମଧ୍ୟ ଏହା ଜମାଟ ବାନ୍ଧିଥାଏ। ଏପରି ପରିସ୍ଥିତିରେ, ଯେଉଁମାନଙ୍କର ଶିରାରେ ଅବରୋଧ କିମ୍ବା ପ୍ଲୋକ୍ ସମସ୍ୟା ଥାଏ ଏବଂ ଯେଉଁମାନଙ୍କର ରକ୍ତ ମୋଟା, ସେମାନେ ଘିଅ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ତେବେ ଏହି ସମୟରେ ଘିଅର ବ୍ୟବହାରରୋଗର ସମସ୍ୟାକୁ ଆହୁରି ଖରାପ ସ୍ଥିତିକୁ ନେଇଯାଇପାରେ।


କଫ ବା ଶ୍ୱାକକ୍ରିୟାରେ ସମସ୍ୟା:- (Cough Problem)
ଯଦି ଆପଣଙ୍କର ଗଳାରେ ଯନ୍ତ୍ରଣା, କଫ କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ଅଛି, ତେବେ ଆପଣ ଥଣ୍ଡା ସମୟରେ ଘିଅ ଖାଇବା ଠାରୁ ଦୂରେଇ ରହିବା ଉଚିତ । କାରଣ ଏହା ଗଳା ଏବଂ ଛାତିରେ ଜମାଟ ବାନ୍ଧିଥାଏ । ଛାତିରେ ନିକଟରେ ଏହା ଜମାଟ ବାନ୍ଧି ଅଧିକ ଟାଣ ଲାଗେ ଏବଂ କଫ ବାହାରକୁ ଆସିବା ପରିବର୍ତ୍ତେ ଛାତିରେ ଜମିଯାଏ । ଯାହାଫଳରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ। 


ଖରାଫ ଲିଭର:-(Liver Problem)
ଯଦି ଆପଣଙ୍କର ଲିଭର ସହିତ ଜଡ଼ିତ କୌଣସି ସମସ୍ୟା ଅଛି, ତେବେ ଘିଅକୁ ଆଦୌ ଖାଇବା ଉଚିତ୍ ନୁହେଁ। କାରଣ ଏହା ଶରୀରକୁ ଯିବା ମାତ୍ରେ ବିଷ ପରି କାମ ଦେଇଥାଏ।  ଲିଭରରେ ଘିଅର ମାତ୍ରା ଅଧିକ ଫ୍ୟାଟି ଲିଭର ଏବଂ ଦରଜ ହେବା କାମ କରିଥାଏ । ଏହାଦ୍ୱାରା ଲିଭରରେ ସିରୋସିସ୍, ସ୍ପ୍ଲେନୋମେଗାଲୀ, ହେପାଟୋମେଗାଲୀ, ହେପାଟାଇଟିସ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। 


ପାଚନ ପ୍ରକ୍ରିୟା ଠିକ୍ ନରହିଲେ:-(Digest Problem)
ଯେଉଁମାନଙ୍କର ପାଚନ କ୍ରିୟା ଭଲ ନୁହେଁ, ସେମାନେ ଘିଅ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଯଦି ଗ୍ୟାସ୍, ଅମ୍ଳତା ଏବଂ ଏସିଡିଟି ସମସ୍ୟାରେ ପୀଡିତ ଲୋକମାନେ ଘିଅ ଖାଉଛନ୍ତି, ତେବେ ସେମାନଙ୍କର ସମସ୍ୟା ବୃଦ୍ଧି ପାଇବ । ଯଦି ଆପଣଙ୍କର ହଜମ ଶକ୍ତି ଭଲ ନୁହେଁ, ତେବେ ଆପଣ ସୀମିତ ପରିମାଣରେ ଘିଅ ଖାଇବା ଉଚିତ୍ ।


ଘିଅ ଖାଇବାର ଫାଇଦା ବି ଜାଣିବା ଉଚିତ୍:- (Ghee Benefits)
ଦେଶୀ ଘିଅ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏବଂ ଖାଦ୍ୟର ସ୍ୱାଦକୁ ମଧ୍ୟ ବଢାଇଥାଏ । ପ୍ରତିଦିନ ଘିଅ ଖାଇବା ଦ୍ୱାରା ମେଦବହୁଳତାକୁ ନିୟନ୍ତ୍ରଣ କରାଯାଇପାରିବ । ଏହାକୁ ଖାଇବା ଦ୍ୱାରା ହାଡ ଏବଂ ମାଂସପେଶୀ ଶକ୍ତିଶାଳୀ ହୁଏ । ତେଲ ବଦଳରେ ଘି ଖାଇବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ । ଭିଟାମିନ୍ E ରେ ଭରପୂର ଘି ଖାଇବା ଦ୍ୱାରା ଚର୍ମ ସହିତ ସ୍ୱାସ୍ଥ୍ୟର ଯତ୍ନ ମଧ୍ୟ ବଢାଇଥାଏ । ଅନେକ ଗବେଷଣାରେ ଏହା ପ୍ରକାଶ ପାଇଛି ଯେ ଭିଟାମିନ୍ ଇରେ ଭରପୂର ଥିବା ଘିଅରେ ଗୁରୁତ୍ୱପୂର୍ଣ୍ଣ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା କର୍କଟ, ଆର୍ଥ୍ରାଇଟିସ୍ ଏବଂ ମୋତିଆବିନ୍ଦୁ ହେବାର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ।


Also Read:  Black Thread Rules: ଏହି ଦୁଇରାଶି ଭୁଲରେ ବି ପିନ୍ଧନ୍ତୁ ନାହିଁ କଳାଫିତା: ହୋଇପାରେ ସବୁ କାମରେ ବିଘ୍ନ


Also Read: Mooga Dali Side Effects: ଏହି ଲୋକମାନେ ଭୁଲରେ ବି ଖାଆନ୍ତୁନି ମୁଗ ଡାଲି, ହୋଇଥାଏ ୩ଟି ବଡ଼ କ୍ଷତି