ନୂଆଦିଲ୍ଲୀ: ଭାରତୀୟ ଝିଅକୁ ହୃଦୟ ଦେଇ ବସିଥିବା ଅଷ୍ଟ୍ରେଲିଆ କ୍ରିକେଟର (Australian cricketer) ତଥା ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ (Glenn Maxwell) ଖୁବ୍ ଶୀଘ୍ର ଭାରତର ଜ୍ବାଇଁ ହେବାକୁ ଯାଉଛନ୍ତି । ଗତ ବର୍ଷ ଗ୍ଲେନ୍ ମ୍ୟାକ୍ସୱେଲ (Glenn Maxwell) ତାଙ୍କ ଭାରତୀୟ ମୂଳ ଗର୍ଲଫ୍ରେଣ୍ଡ ଭିନି ରମଣଙ୍କ ସହ (Vini Raman) ଭାରତୀୟ ରୀତିନୀତି ଅନୁସାରେ ନିର୍ବନ୍ଧ (Engagement) କରିଥିଲେ ।


COMMERCIAL BREAK
SCROLL TO CONTINUE READING


ଭାରତୀୟ ଝିଅର ମଙ୍ଗେତର ହେଉଛନ୍ତି ମ୍ୟାକ୍ସୱେଲ
ଗ୍ଲେନ୍ ମ୍ୟାକ୍ସୱେଲ ଓ ଭିନି ରମଣଙ୍କ ନିର୍ବନ୍ଧରେ କେବଳ ତାଙ୍କର ଘନିଷ୍ଠ ବନ୍ଧୁ ଓ ପରିବାର ଯୋଗ ଦେଇଥିଲେ । ଏହି ଅବସରରେ ଗ୍ଲେନ୍ ମ୍ୟାକ୍ସୱେଲ (Glenn Maxwell) ଏକ ନୀଳ ଶେରୱାନି ପିନ୍ଧିଥିଲେ । ମ୍ୟାକ୍ସୱେଲଙ୍କ ଗର୍ଲଫ୍ରେଣ୍ଡ ଭିନି ରମଣ (Vini Raman) ଏକ କଳା ରଙ୍ଗର ଲେହେଙ୍ଗା ଚୁନ୍ନି ପିନ୍ଧିଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ।



ଶୀଘ୍ର କରିବାକୁ ଯାଉଛନ୍ତି ବିବାହ 
ଗ୍ଲେନ୍ ମ୍ୟାକ୍ସୱେଲ ଓ ଭିନି ରମଣ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ତାରକା ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଦ୍ୱିତୀୟ ଅଷ୍ଟ୍ରେଲୀୟ ଖେଳାଳି ହେବେ ଯିଏକି ଭାରତର ଜ୍ବାଇଁ ହେବେ ।



ମ୍ୟାକ୍ସୱେଲ ଦ୍ୱିତୀୟ ଅଷ୍ଟ୍ରେଲୀୟ କ୍ରିକେଟର ହେବେ ଯିଏକି ଭାରତର ଜ୍ବାଇଁ ହେବେ
ଭିନି ରମଣଙ୍କୁ ବିବାହ କରିବା ପରେ, ମ୍ୟାକ୍ସୱେଲ ଶାନ୍ ଟାଇଟଙ୍କ ପରେ ଦ୍ୱିତୀୟ ଅଷ୍ଟ୍ରେଲୀୟ ଖେଳାଳି ହେବେ ଯିଏକି ଜଣେ ଭାରତୀୟ ମୂଳ ଝିଅକୁ ନିଜ ଜୀବନସାଥୀ ଭାବରେ ଗ୍ରହଣ କରିବେ । ଏହାପୂର୍ବରୁ ୨୦୧୪ ରେ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଶନ୍ ଟାଇଟ୍ ଭାରତୀୟ ମୂଳ ମାସୁମ୍ ସିଙ୍ଗାଙ୍କୁ ବିବାହ କରିଥିଲେ । ଏକ ଆଇପିଏଲ ପାର୍ଟି ସମୟରେ ଦୁହେଁ ପରସ୍ପରକୁ ଭେଟିଥିଲେ ଓ ବିବାହ ପୂର୍ବରୁ ପରସ୍ପର ସହିତ ସମ୍ପର୍କ ରଖିଥିଲେ ।