ଗୁଗଲ୍ ବଞ୍ଚାଇବ ଆପଣଙ୍କ ଅର୍ଥ ! ଆପ୍ ଜଣାଇବ କେଉଁ ରାସ୍ତାରେ ଗଲେ ଖର୍ଚ୍ଚ ହେବ ସର୍ବନିମ୍ନ ଇନ୍ଧନ
Google Mapsରେ ଲଞ୍ଚ୍ ହେବାକୁ ଯାଉଛି ନୂଆ ଫିଚର । କେଉଁ ମାର୍ଗରେ ଗଲେ ସର୍ବନିମ୍ନ ଇନ୍ଧନ ଖର୍ଚ୍ଚ ହେବ, ଆପଣଙ୍କୁ ଜଣାଇ ଦେବ ନାଭିଗେସନ ଆପ୍ । ନାଭିଗେସନ ଆପ ଗୁଗଲ୍ ମ୍ୟାପ୍ସରେ କମ୍ପାନି ନୂଆ ଫିଚର ଯୋଡିବା ନେଇ ଘୋଷଣା କରିଛି । ଯାହା ଦ୍ୱାରା ଆପଣଙ୍କ ଟଙ୍କା ମଧ୍ୟ ସଞ୍ଚୟ ହେବ ।
Google Maps New Feature: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ କମ୍ପାନି ଗୁଗଲ, ଖୁବଶୀଘ୍ର ନାଭିଗେସନ ଆପ୍ ଗୁଗଲ ମ୍ୟାପ୍ସ ରେ ଲଞ୍ଚ୍ କରିବାକୁ ଯାଉଛି ନୂଆ ଫିଚର । ଯେଉଁ ଫିଚର ଦ୍ୱାରା ଆପଣ ଗନ୍ତବ୍ୟ ପଥକୁ ସର୍ଟକର୍ଟ ରୁଟ୍ ଜାଣିପାରିବା ସହ କମିବ ଆପଣଙ୍କ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ । ନାଭିଗେସନ ଆପ ଗୁଗଲ୍ ମ୍ୟାପ୍ସରେ କମ୍ପାନି ନୂଆ ଫିଚର ଯୋଡିବା ନେଇ ଘୋଷଣା କରିଛି । କେଉଁ ମାର୍ଗରେ ଗଲେ ସର୍ବନିମ୍ନ ଇନ୍ଧନ ଖର୍ଚ୍ଚ ହେବ, ଆପଣଙ୍କୁ ଜଣାଇ ଦେବ ନାଭିଗେସନ ଆପ୍ । ଯାହା ଦ୍ୱାରା ଆପଣଙ୍କ ଟଙ୍କା ମଧ୍ୟ ସଞ୍ଚୟ ହେବ ।
ନୂଆ ଫିଚର ଆକ୍ଟିଭ ହେବା ପରେ ନାଭିଗେସନ୍ ଆପ୍ ଗୁଗଲ୍ ମ୍ୟାପ୍ସରେ ଆପଣଙ୍କୁ କିଛି ଗନ୍ତବ୍ୟ ତଥ୍ୟ ଭରିବାକୁ ପଡ଼ିବ । ନୂତନ ଫିଚର ଦ୍ୱାରା ଉପଭୋକ୍ତାମାନଙ୍କୁ ଯେକୌଣସି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଭିନ୍ନ ଭିନ୍ନ ରୁଟର ସମ୍ପୂର୍ଣ୍ଣ ବିବରଣୀ ମିଳିପାରିବ । ଏହାସହିତ ପ୍ରତି ରୁଟରେ ରାସ୍ତାର ଅବସ୍ଥା, ଟର୍ଣ୍ଣ ଓ ଟ୍ରାଫିକକୁ ଗଣନା କରି କେଉଁ ରାସ୍ତାରେ ଗଲେ ସର୍ବନିମ୍ନ ଇନ୍ଧନ ଖର୍ଚ୍ଚ ହେବ, ତାହା ଜଣାଇବ ଗୁଗଲ ମ୍ୟାପ୍ସ ଆପ୍ । ଉପଭୋକ୍ତାମାନେ ଗୁଗଲ ଆପ୍ ରେ କାର ଇଞ୍ଜିନର ପ୍ରକାର ବାଛିପାରିବେ । ଉପଭୋକ୍ତା ନିଜ ଗାଡ଼ିରେ ଥିବା ଇନ୍ଧନ ପ୍ରକାର ଜଣାଇବାକୁ ପଡ଼ିବ । ଗ୍ୟାସ୍, ଡିଜେଲ, ପେଟ୍ରୋଲ, ହାଇବ୍ରିଡ୍ କିମ୍ବା ଇଲେକ୍ଟ୍ରିକ୍ ଯାନ (EV)କୁ ସିଲେକ୍ଟ କରିବା ପରେ ଗୁଗଲ ମ୍ୟାପ୍ସ, ଉପଯୁକ୍ତ ତଥା ସର୍ବନିମ୍ନ ଇନ୍ଧନ ଖର୍ଚ୍ଚ ହେଉଥିବା ରୁଟ ଜଣାଇଦେବ ।
ଉଦାହରଣ ସ୍ୱରୂପ, ଡିଜେଲ ଇଞ୍ଜିନ ଗୁଡ଼ିକରେ ପେଟ୍ରୋଲ ଏବଂ ଗ୍ୟାସ ଇଞ୍ଜିନ ଅପେକ୍ଷା ଅଧିକ ସ୍ପିଡ ଉପରେ କମ୍ ଇନ୍ଧନ ଖର୍ଚ୍ଚ ହୋଇଥାଏ । ଅନ୍ୟପଟେ, ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ କାର୍ ଗୁଡିକ Stop-and-Go ଟ୍ରାଫିକରେ କମ୍ ଇନ୍ଧନ ବ୍ୟବହାର କରନ୍ତି । ଇଞ୍ଜିନ୍ ପ୍ରକାର ଅନୁସାରେ ସର୍ବୋତ୍ତମ ମାର୍ଗ ମ୍ୟାପ୍ ଆପ୍ ରେ ପ୍ରଦର୍ଶିତ ହେବ । ଏହାସହିତ ଇନ୍ଧନ ସଞ୍ଚୟ ମାର୍ଗ ଉପଭୋକ୍ତାମାନଙ୍କୁ ଏକ ପତ୍ର ଲେବଲ୍ ସହିତ ଦେଖାଯିବ ।
ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଦେଶରେ ନୂଆ ଫିଚର ଟେଷ୍ଟିଂ ହେବାକୁ ଯାଉଛି । ନୂଆ ଫିଚରର ଉପଲବ୍ଧତାକୁ ନେଇ କମ୍ପାନି ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଛି । ପ୍ରଥମେ ଏହି ଫିଚରର ପରୀକ୍ଷା ୟୁରୋପ, ଆମେରିକା ଓ ତାନାଡାରେ ହେବ । ଆସନ୍ତା କିଛି ମାସ ମଧ୍ୟରେ ଏହା ମାର୍କେଟରେ ରୋଲ ଆଉଟ ହେବ । ଏହାସହିତ କମ୍ପାନି
ଇକୋ-ଫ୍ରେଣ୍ଡଲି ରୁଟିଂ ଫିଚର ଉପରେ ମଧ୍ୟ ଅଧିକ ପରୀକ୍ଷା କରୁଛି । ଗତବର୍ଷ ଏହି ଫିଚର ଆମେରିକାରେ ଲଞ୍ଚ୍ ହୋଇଥିଲା । ଫିଚରର ଗ୍ରହଣୀୟତା ବୃଦ୍ଧି ପରେ ଏବେ ୟୁରୋପର ଅନ୍ୟ ୪୦ଟି ଦେଶରେ ଇକୋ-ଫ୍ରେଣ୍ଡଲି ରୁଟିଂ ଫିଚର କାର୍ଯ୍ୟକ୍ଷମ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି । ଏହାଦ୍ୱାରା ଉପଭୋକ୍ତାମାନେ ସର୍ବନିମ୍ନ ଇନ୍ଧନ ବ୍ୟବହାର ଏବଂ ଦ୍ରୁତତମ ମାର୍ଗ ମଧ୍ୟରୁ ଗୋଟିଏ ବାଛିବାରେ ସକ୍ଷମ ହେବେ ।
ଏହାବି ପଢ଼ନ୍ତୁ: ୬ବର୍ଷ ପୂର୍ତ୍ତି ଅବସରରେ Jioର ଧମାକାଦାର ଅଫର, ୭୫GB ଫ୍ରିଡାଟା ସହ ସପିଂ ଉପରେ ବମ୍ପର ଡିସ୍କାଉଣ୍ଟ
ଦ୍ରୁତ ଗତିରେ ବଢୁଥିବା ଇନ୍ଧନ ମୂଲ୍ୟରୁ ଆଶ୍ୱସ୍ତି
ଗୁଗଲ୍ ମ୍ୟାପ୍ସର ନୂତନ ଫିଚର ସହିତ, ସେହି ଉପଭୋକ୍ତାମାନଙ୍କୁ ମଧ୍ୟ ଲାଭ ମିଳିବ, ଯେଉଁମାନେ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ନେଇ ସମସ୍ୟାକୁ ସାମ୍ନା କରୁଛନ୍ତି । ଏହାବ୍ୟତୀତ ବୈଦ୍ୟୁତିକ ଯାନ ଗୁଡିକର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ଏହାକୁ ମଧ୍ୟ ଗୁଗଲ ନଜର ରଖିଛି । ଇଭି ଯାନ ଗୁଡିକର ବିକାଶ ଧାରାକୁ କମ୍ପାନି ସମର୍ଥନ କରୁଛି । ତେଣୁ କମ୍ପାନି ଇଭି ଚାର୍ଜିଂ ଷ୍ଟେସନ ଗୁଡିକୁ ମଧ୍ୟ ମ୍ୟାପିଂ କରିବା ଜାରି ରଖିଛି । ଶୀଘ୍ର ଗୁଗଲ୍ ମ୍ୟାପ୍ସରେ ବ୍ୟବହାରକାରୀମାନେ ଇଭି ଚାର୍ଜିଂ ଷ୍ଟେସନର ଠିକଣା ମଧ୍ୟ ପାଇପାରିବେ ।