Health Tips : ଆଜିକାଲି ସାଧାରଣତଃ ସମସ୍ତ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଥାନ୍ତି । ଯାହା ସ୍ବାସ୍ଥ୍ୟପକ୍ଷେ ବେଶ କ୍ଷତିକାରକ ହୋଇଥାଏ। ଏପରିକି ପ୍ଲାଷ୍ଟିକ୍ ବ୍ୟବହାର ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ସାଜିଥିବା ବେଳେ ବିଭିନ୍ନ ରୋଗକୁ ଡାକି ଆଣୁଛି। ପ୍ଲାଷ୍ଟିକ ବୋତଲରେ ପାଣି ପିଇଲେ ଯକୃତ କର୍କଟ, ସ୍ତନ କର୍କଟ ଭଳି ମାରାତ୍ମକ ରୋଗର ହେବାର ଆଶଙ୍କା ଅଧିକ ରହିଛି । କେବଳ ଯକୃତ କର୍କଟ, ସ୍ତନ କର୍କଟ ନୁହେଁ ବର୍ତ୍ତମାନ ବିଭିନ୍ନ ପ୍ରକାର ବଡ ରୋଗର କାରଣ ପାଲଟିଛି ପ୍ଲାଷ୍ଟିକ୍ ବୋତଲର ବ୍ୟବହାର । 


COMMERCIAL BREAK
SCROLL TO CONTINUE READING

ପ୍ଲାଷ୍ଟିକ ବୋତଲରେ ପାଣି ପିଇଲେ ଶରୀରର ଇମ୍ୟୁନିର୍ଟି ସିଷ୍ଟମ ଉପରେ ପ୍ରଭାବ ପଡିଥାଏ । ପ୍ଲାଷ୍ଟିକ ବୋତଲରୁ ପାଣି ନ ପିଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ପରାମର୍ଶ ଦେଇଥାନ୍ତି । । ଏହାର କାରଣ ହେଉଛି ପ୍ଲାଷ୍ଟିକରୁ ରାସାୟନିକ ପଦାର୍ଥ ଆମ ଶରୀରରେ ପ୍ରବେଶ କରିଥାଏ। ଯାହା ଆମର ଇମ୍ୟୁନିଟି ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଇଥାଏ । ପ୍ଲାଷ୍ଟିକ ବୋତଲରେ ପାଣି ପିଇଲେ, ଯକୃତ କର୍କଟ ଏବଂ ଶୁକ୍ରାଣୁ ହ୍ରାସ ହେବାର ମଧ୍ୟ ଆଶଙ୍କା ରହିଥାଏ । ପ୍ଲାଷ୍ଟିକରେ ଫଥାଲେଟ୍ ନାମକ ଏକ ରାସାୟନିକ ପଦାର୍ଥ ଥିବାରୁ ଏହା ଯକୃତ କର୍କଟ ଆଶଙ୍କାକୁ ବଢାଇ ଥାଏ । ଏବଂ ଶୁକ୍ରାଣୁ ହ୍ରାସ (ପୁରୁଷମାନଙ୍କ କ୍ଷେତ୍ରରେ) ଭଳି ସମସ୍ୟା ସୃଷ୍ଟି କରିଥାଏ। 


 ଏହାବି ପଢନ୍ତୁ : Health Tips : ଆଳୁ ଦୂର କରିବ ଏସବୁ ରୋଗ , ଜାଣନ୍ତୁ କେମିତି କରିବେ ବ୍ୟବହାର ?


 


କେବଳ ସେତିକି ନୁହେଁ, ପ୍ଲାଷ୍ଟିକ ବୋତଲରେ ମହିଳାମାନେ ପାଣି ପିଉଥିଲେ । ଏହା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ପ୍ଲାଷ୍ଚିକ ବୋତଲରେ (Biphenyl A,) ବିଫେନିଲ୍ ପରି ରାସାୟନିକ ପଦାର୍ଥ ରହିଛି । ଯାହା ଏକ ଇଷ୍ଟ୍ରୋଜେନ୍-ଅନୁକରଣକାରୀ ରାସାୟନିକ। ଏହା ଶରୀରକୁ ଗଲେ ମଧୁମେହ, ମୋଟାପଣ, ପ୍ରଜନନ ସମସ୍ୟା ଓ ମହିଳାଙ୍କ ଗର୍ଭାବସ୍ଥାରେ ସମସ୍ୟା ସୃଷ୍ଟି କରିପାରେ । ତେଣୁ ମହିଳା ବା ଯୁବତୀମାନେ ପ୍ଲାଷ୍ଟିକ ବୋତଲରୁ ପାଣି ପିଇବା ବନ୍ଦ କରିବା ଉଚିତ୍ । ଏପରିକି ପ୍ଲାଷ୍ଟିକ ବୋତଲ ଉପରେ ସୂର୍ଯ୍ୟ କିରଣ ପଡିଲେ । ଏହା ଅଧିକ ସ୍ବାସ୍ଥ୍ୟ ପାଇଁ ବିପଦଜନକ ହୋଇଥାଏ । ସୂର୍ଯ୍ୟ କିରଣ ସଂଶ୍ପର୍ଷରେ ପ୍ଲାଷ୍ଟିକ ବୋତଲ ଆସିଲେ,ବୋତଲରେ ଥିବା ଡାଇଅକ୍ସିନ୍ କ୍ଷତିକାରକ ରାସାୟନିକ ପଦାର୍ଥରେ ପରିଣତ ହୋଇଥାଏ । ଯାହା ବ୍ରେଷ୍ଟ କ୍ୟାନସର ଭଳି ସମସ୍ୟାକୁ ଡାକି ଆଣେ । 


ଏକ ନବୀନତମ ଅଧ୍ୟୟନରେ ମାନବ ଟିସୁରେ ମାଇକ୍ରୋସ୍କୋପିକ୍ ପ୍ଲାଷ୍ଟିକ୍ କଣିକାର ଉପସ୍ଥିତି ଚିହ୍ନଟ ହୋଇଛି। ପୃଥିବୀର ସର୍ବୋଚ୍ଚ ପର୍ବତଠାରୁ ଆରମ୍ଭ କରି ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପର୍ଯ୍ୟନ୍ତ ପ୍ରତିଟି ସ୍ଥାନରେ ଆଜି ପ୍ଲାଷ୍ଟିକର ପ୍ରଦୂଷକ କଣିକା ପହଞ୍ଚି ସାରିଲାଣି। ଆମ ରକ୍ତରେ ମାଇକ୍ରୋସ୍କୋପିକ୍ ପ୍ଲାଷ୍ଟିକର ଉପସ୍ଥିତି ଏହାର ଗମ୍ଭୀରତାକୁ ସ୍ପଷ୍ଟ କରିଛି। ପ୍ଲାଷ୍ଟିକର ବ୍ୟବହାରକୁ ରୋକିବା ପାଇଁ ବିଭିନ୍ନ ସମୟରେ ନିଆଯାଇଥିବା ଏକାଧିକ ନିଷ୍ପତ୍ତି ଓ ସଂକଳ୍ପ ସତ୍ତ୍ୱେ ପ୍ଲାଷ୍ଟିକର ବ୍ୟବହାରରେ କୌଣସି ଉଲ୍ଲେଖନୀୟ ହ୍ରାସ ଘଟିନାହିଁ। ନିଜ ଦୈନନ୍ଦିନ ଜୀବନରେ ଆମେ ଏଥି ସଂକ୍ରାନ୍ତୀୟ ଅନେକ ଉଦାହରଣ ପାଇବା। ପରିବେଶକୁ କ୍ଷତି ନ ପହଞ୍ଚାଇ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ନିଷ୍କାସନ ଓ ପୁନଃ ବ୍ୟବହାର ଆମ ପାଇଁ ଏକ ଆହ୍ବାନ ପାଲଟିଛି। ଅଧିକାଂଶ ପ୍ଲାଷ୍ଟିକ ଆବର୍ଜନା ଭୂମି ଉପରେ ଖାଲଖମାରେ ପଡିରହି ନଷ୍ଟ ହେଉଛି ତ ଆଉ କିଛିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଜାଳି ଦେଉଛନ୍ତି । ଯାହା ବିଷାକ୍ତ ଧୂଆଁ ନିର୍ଗତ କରୁଛି। ସମଗ୍ର ପୃଥିବୀରେ ପ୍ରତିବର୍ଷ ପ୍ରାୟ ୧.୪ କୋଟି ଟନ୍ ପ୍ଲାଷ୍ଟିକ୍ ସମୁଦ୍ରରେ ପହଞ୍ଚୁଛି।  ଯାହାର ଗମ୍ଭୀର ପ୍ରଭାବ ସାମୁଦ୍ରିକ ଜୀବମାନଙ୍କ ଉପରେ ପଡୁଛି। ଏହାଦ୍ବାରା କେବଳ ବାରିମଣ୍ଡଳ ନୁହେଁ, ଅଶ୍ମମଣ୍ଡଳ ଓ ବାୟୁମଣ୍ଡଳ ମଧ୍ୟ ପ୍ରଭାବିତ। ଏହାର ପ୍ରଭାବ ମାନବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଦୃଶ୍ୟମାନ ହେଲାଣି।


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)