Diabetes Patient: ମଧୁମେହ (Diabetes) ଏଭଳି ଏକ ରୋଗ ଅଟେ ଯାହାର କୌଣସି ଉପଶମ ନାହିଁ । ଖାଦ୍ୟପେୟର ସଠିକ୍ ଯତ୍ନ ନେବା ଦ୍ବାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ମଧୁମେହ ରୋଗୀ ମିଠା ଖାଇବା ଉଚିତ୍ ନୁହେଁ । ଏପରି ପରିସ୍ଥିତିରେ, ମଧୁମେହ ରୋଗୀଙ୍କୁ ମିଠା ଫଳ ଖାଇବାଠାରୁ ମଧ୍ଯ ଦୂରେଇ ରହିବାକୁ ପଡିବ (Diabetes Patient Should Avoid These Fruits) । କିଛି ଫଳ ରକ୍ତରେ ଶର୍କରା ସ୍ତରକୁ ବେଶ ବଢାଇ ଦେଇଥାଏ । ତେବେ ଆସନ୍ତୁ ସେହି ଫଳ ବିଷୟରେ ଆଲୋଚନା କରିବା ଯାହା ମଧୁମେହ ରୋଗୀ ଆଦୌ ଖାଇବା ଉଚିତ୍ ନୁହେଁ ।


COMMERCIAL BREAK
SCROLL TO CONTINUE READING

ଏହି ଫଳଠାରୁ ଦୂରେଇ ରୁହନ୍ତୁ ମଧୁମେହ ରୋଗୀ (Diabetes Patient Should Avoid These Fruits)


କମଳା- ଭିଟାମିନ୍ (ସି)ରେ ଭରପୂର କମଳା ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ହୋଇଥାଏ । କିନ୍ତୁ ମଧୁମେହ ରୋଗୀମାନେ ଏହାକୁ ଖାଇବା ଉଚିତ୍ ନୁହେଁ । କମଳା ରକ୍ତରେ ଶର୍କରା ସ୍ତରକୁ ଶୀଘ୍ର ବଢାଇଥାଏ । ଯଦି କୌଣସି ମଧୁମେହ ରୋଗୀ କମଳା ଖାଇବାକୁ ଚାହାଁନ୍ତି, ତେବେ ସେମାନେ ସବୁଜ କିମ୍ବା ଖଟା କମଳା ଖାଇପାରିବେ।


ଅଙ୍ଗୁର- ଅଙ୍ଗୁର ମଧୁମେହକୁ ଅସନ୍ତୁଳିତ କରିଥାଏ । ଅଙ୍ଗୁରରେ ପ୍ରାକୃତିକ ଚିନି ଭରପୂର ମାତ୍ରାରେ ରହିଥାଏ ଯାହା ରକ୍ତରେ ସହଜରେ ମିଳେଇ ଯାଇଥାଏ । ଏହି କାରଣରୁ ଶରୀରରେ ଚିନି ସ୍ତର ଶୀଘ୍ର ବଢିଥାଏ । ତେଣୁ ମଧୁମେୟ ରୋଗୀ ଅଙ୍ଗୁର ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ​


କଦଳୀ- କଦଳୀରେ କାର୍ବସ୍ ଓ ଶୀଘ୍ର ହଜମ ହେଉଥିବା ଥିବା ଫାଇବର ରହିଥାଏ । ଏହା ରକ୍ତରେ ଶର୍କରା ପରିମାଣକୁ ବଢାଇଥାଏ । ଯେଉଁ କାରଣରୁ ମଧୁମେହ ଅସନ୍ତୁଳିତ ହୋଇଥାଏ ।  ଏହି କାରଣରୁ ମଧୁମେୟ ରୋଗୀ କଦଳୀ ଖାଇବା ଆଦୌ ଉଚିତ୍ ନୁହେଁ ।


ଚିକୁ- ଚିକୁ ଅତ୍ୟନ୍ତ ମିଠା ଫଳ ଅଟେ । ମଧୁମେହ ରୋଗୀଙ୍କୁ ମିଠା ଖାଇବା ଠାରୁ ଦୂରେଇ ରହିଥାଆନ୍ତି । ଚିକୁ ଖାଇବା ଦ୍ୱାରା ହଠାତ୍ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ । ତେଣୁ ଏହି ରୋଗୀମାନେ ଆଦୌ ଚିକୁ ଖାଇବା ଉଚିତ୍ ନୁହେଁ ।


ସପୁରୀ - ମଧୁମେହ ପାଇଁ ସପୁରୀ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହା ମଧ୍ଯ ଖୁବଶୀଘ୍ର ରକ୍ତରେ ଶର୍କରା ସ୍ତରକୁ ବଢାଇଥାଏ । ସପୁରୀ ଖାଇବା ଦ୍ବାରା ବାରମ୍ବାର ପରିସ୍ରା ଲାଗିବା ଓ ଅତ୍ୟଧିକ ଭୋକ ଲାଗିବା ପରି ଲକ୍ଷଣ ଦେଖାଦେଇଥାଏ ।


(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।