7 Tips For Healthy Life: ଫିଟ୍ ରହିବାକୁ କିଏ ବା ନଚାହେଁ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଓ କାର୍ଯ୍ୟ ବ୍ୟସ୍ତତା ମଧ୍ଯରେ ବହୁ ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରନ୍ତି ନାହିଁ । ଶରୀରକୁ ରୋଗରୁ ମୁକ୍ତ ରଖିବା ପାଇଁ ଭଲ ଖାଦ୍ୟ ଓ ବ୍ୟାୟାମ ଏକାନ୍ତ ଆବଶ୍ୟକ । ଯଦି ଆପଣ ରୋଗମୁକ୍ତ ରୁହନ୍ତି, ତେବେ ଆପଣ ସୁସ୍ଥ ଓ ଫିଟ୍ ରହିପାରିବେ । କିନ୍ତୁ ପରିବର୍ତ୍ତତ ଜୀବନଶୈଳୀ ଲାଗି ଆମ ଶରୀର ଉପରେ ଏହାର ଅନେକ ଖରାପ ପ୍ରଭାବ ପଡ଼ିନଥାଏ । ଶରୀରକୁ ଭଲ ଖାଦ୍ୟ, ବ୍ୟାୟାମ ସହ ଠିକ୍ ସମୟରେ ଖାଇବା ଓ ନିଦ ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ସକାଳେ ଉଠି ଏହି ନିୟମ ମାନିବା ଦ୍ବାରା ଆପଣ ସୁସ୍ଥ ରହିପାରିବେ।  ଆସନ୍ତୁ ଜାଣିବା ସେହି ୭ଟି ନିୟମ କ’ଣ .....


COMMERCIAL BREAK
SCROLL TO CONTINUE READING

ସକାଳୁ ଜଲଦି ଉଠିବା ଦରକାର - ସୁସ୍ଥ ରହିବାକୁ ଚାହୁଁ ଥିଲେ ରାତିରେ ଶୀଘ୍ର ଶୋଇ ସକାଳୁ ଶୀଘ୍ର ଉଠନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ଶରୀର ସୁସ୍ଥ ରହିପାରିବ । ଖାଲି ଏତିକି ନୁହେଁ, ଏହି ଅଭ୍ୟାସ ଦ୍ବାରା ଶରୀରରେ କୌଣସି ପ୍ରକାରର ଅସୁବିଧା ହେବନାହିଁ । ମନ ମଧ୍ୟ ସକ୍ରିୟ ରହିବା ସହ ଦିନ ତମାମ ଆପଣ ପୂର୍ତ୍ତି ଅନୁଭବ କରିବେ ।  ଶୀଘ୍ର ଉଠିବା ପୂର୍ବରୁ, ଧ୍ୟାନ ରଖନ୍ତୁ ଯେ ରାତିରେ ପ୍ରାୟ ୮ ଘଣ୍ଟା ଶୋଇବା ନିହାନ୍ତି ଆବଶ୍ୟକ ।


ପାଣି ପିଅନ୍ତୁ- ସକାଳୁ ଉଠି ଖାଲି ପେଟରେ ପ୍ରଥମେ ପାଣି ପିଇବା ଉଚିତ୍ । ଅନେକ ଲୋକ ସକାଳୁ ଗରମ ପାଣି ପିଇବାକୁ ପସନ୍ଦ କରନ୍ତି, ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ  । ସେହିପରି ଦିନସାରା ପ୍ରଚୁର ପାଣି ପିଇବାକୁ ଚେଷ୍ଟା କରନ୍ତୁ । ପାଣି ଶରୀରକୁ ଡିଟକ୍ସ କରିବା ସହ ଶରୀର ଭିତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ସକାଳୁ ଉଷୁମ ପାଣି ପିଇବା ଦ୍ବାରା ପେଟ ସହିତ ଜଡିତ ସମସ୍ୟାରୁ ମୁକ୍ତି ମିଳିଥାଏ ।


ବ୍ୟାୟାମ କରନ୍ତୁ - ଫିଟ୍ ଓ ସୁସ୍ଥ ରହିବାକୁ ହେଲେ ବ୍ୟାୟମ ଅତ୍ୟନ୍ତ ଜରୁରୀ ଅଟେ । ପ୍ରତ୍ୟେକ ଦିନ ୨୦ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ବ୍ୟାୟାମ କରିବା ଦ୍ବାରା ଆପଣ କେବଳ ଫିଟ୍ ରହିବେ ତାହା ନୁହେଁ ବରଂ ଆପଣଙ୍କ ଶରୀର ଅନେକ ରୋଗରୁ ମଧ୍ୟ ରକ୍ଷା ପାଇପାରିବ । ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ବ୍ୟାୟାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |


ଜଳଖିଆ ପୂର୍ବରୁ ବ୍ରଶ୍ କରନ୍ତୁ - ଅନେକ ଲୋକ ବିନା ବ୍ରଶ୍ କରି ଜଳଖିଆ ଖାଇଥାଆନ୍ତି । ଏହା କରିବା ଦ୍ବାରା ଖାଦ୍ୟରେ ଉପସ୍ଥିତ ଉପାଦାନଗୁଡ଼ିକ ଦାନ୍ତରେ ଥିବା ପ୍ଲେକ୍ ସହିତ ରାସାୟନିକ ଭାବରେ ପ୍ରତିକ୍ରିୟା କରି ଏସିଡ୍ ସୃଷ୍ଟି କରଥାଏ, ଯାହା ଦାନ୍ତକୁ ନଷ୍ଟ କରିପାରେ । ବ୍ରଶ କରିବା ପରେ ଜଳଖିଆ ଖାଇବା ଦ୍ୱାରା ଫ୍ଲୋରାଇଡର ଆବରଣ ଦାନ୍ତରେ ଜମା ହୋଇଯାଏ, ଯାହା ଦାନ୍ତକୁ ସୁରକ୍ଷିତ ରଖିଥାଏ ।


ଜଳଖିଆ ଖାଆନ୍ତୁ - କାର୍ଯ୍ୟରେ ବ୍ୟସ୍ତ ଯୋଗୁଁ ଆଜିକାଲି ବହୁ ଲୋକେ ଜଳଖିଆ କରିପାରନ୍ତି ନାହିଁ । ବିଶେଷଜ୍ଞଙ୍କ ମତ ଅନୁଯାୟୀ, ସକାଳୁ ଦୀର୍ଘ ସମୟ ଖାଲି ପେଟ ରହିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ସକାଳୁ ଜଳଖିଆ ନ ଖାଇବା ଦ୍ବାରା ଅନେକ ରୋଗ ସହ ମେଦବହୁଳତା ବଢିବା ନେଇ ସମ୍ଭାବନା ରହିଥାଏ । ସୁସ୍ଥ ରହିବାକୁ ହେଲେ ସକାଳ ସମୟରେ ଜଳଖିଆ ଖାଇବା ନିହାତି ଜରୁରୀ ।


(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।


Also Read-Copper Benefits: ପ୍ରତିଦିନ ପିଅନ୍ତୁ ତମ୍ବା ପାତ୍ରରେ ପାଣି, ଭଲ ହୋଇଯିବ ଏହି ସବୁ ରୋଗ..