Healhy Physical Relationship: ସେକ୍ସ (SEX)ବା ଶାରୀରିକ ସମ୍ପର୍କ ଗଢିବା ଏକ ସାଧାରଣ କଥା ହୋଇଗଲାଣୀ । ସେକ୍ସ କରିବା ଦ୍ବାରା ଆପଣଙ୍କ ଶରୀରର ସୁସ୍ଥ ରହିବା ସହ ଆପଣଙ୍କ ମନ ବି ଖୁସି ରହିଥାଏ। ଶାରୀରିକ ସମ୍ପର୍କ ଗଢିବା ସମୟରେ, କିଛି ଛୋଟ ଛୋଟ କଥା ଗୁଡିକ ଉପରେ ମଧ୍ୟ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ। ଯାହା ଦ୍ବାରା ଆପଣ ନିଜ ପାର୍ଟନରଙ୍କୁ (Couple) ଅଧିକ ଖୁସି କରାଇପାରିବେ। ଏବଂ ଦିର୍ଘ ସମୟ ଧରି ଶାରୀରିକ ସମ୍ପର୍କ ରଖିପାରିବେ। ତେବେ, ଆସନ୍ତୁ ସେ ଟିପ୍ସ ଗୁଡିକ ବିଷୟରେ ଜାଣିବା (Physical Relationship) ।...


COMMERCIAL BREAK
SCROLL TO CONTINUE READING


ସେକ୍ସ କଲାବେଳେ ଏହି ଟିପ୍ସ ଗୁଡି଼କ ଆପଣାନ୍ତୁ : 


ଯେଉଁ ସମୟରେ ଆପଣ, ନିଜ ସାଥୀ ସହ ଶାରୀରିକ ସମ୍ପର୍କ ଗଢୁଛନ୍ତି । ସେହି ସମୟରେ ଆପଣ ନିଜ, ସାଥୀଙ୍କୁ ମନକୁ ଭଲ ଭାବରେ ଜାଣନ୍ତୁ । ତାଙ୍କୁ ବୁଝନ୍ତୁ ଏବଂ ଅଧିକ ରୋମାଣ୍ଟିକ୍ କରନ୍ତୁ। ଶାରୀରିକ ସମ୍ପର୍କ ହେଉଛି ଏକ ସମ୍ପର୍କର ଘନିଷ୍ଠତା । ଆଲିଙ୍ଗନ ଓ ଚୁମ୍ବନ ଏହି ସମ୍ପର୍କକୁ ଅଧିକ ମଜବୁତ୍ କରିଥାଏ । ଯଦି ଆପଣ, ନିଜ ସାଥୀ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି , ତେବେ ଆପଣ ନିଜ ସାଥୀଙ୍କ ପ୍ରଥମେ ଅନୁମତି ନେବା ଉଚିତ୍ । ନିଜ ସାଥୀଙ୍କ ସହ ଅଧିକ ସମୟ ବିତାନ୍ତୁ। 


ଶାରୀରିକ ସମ୍ବନ୍ଧ ରଖିବା  ସମୟରେ କିଛି ପୁରୁଷଙ୍କ ଠାରେ  ଶୀଘ୍ର ପତ୍ତନ ଅର୍ଥ ସମ୍ଭୋଗ ସମୟରେ ହୋଇଥାଏ।  ଶୀଘ୍ର ପତ୍ତନ ପରେ ନକରାତ୍ମକ ଚିନ୍ତା ଭାବନା ମନକୁ ଆସିଥାଏ। ପୁରୁଷ ହିସାବରେ ନିଜକୁ ହୀନ ବୋଲି ଭାବିବା । ନିଜକୁ କମଜୋର ଭାବିବା ସହ ଶୀଘ୍ର ପତ୍ତନ କାରଣରୁ ଦାମ୍ପତ୍ୟ ଜୀବନରେ ମଧ୍ୟ କଳହ ଦେଖାଦେଇଥାଏ।  ମଧ୍ୟଯୁଗରେ, ଯେତେବେଳେ ଲିଙ୍ଗର ସ୍ନାୟୁ ଦୁର୍ବଳ ହୋଇଯାଏ ଏବଂ ବୟସ ବଢିବା ହେତୁ ଶୁକ୍ରାଣୁର ମଧ୍ୟ ହ୍ରାସ ଦେଖାଦେଇଥାଏ। ହେଲେ କାହିଁକି ଶୀଘ୍ର ପତ୍ତନ ହୋଇଥାଏ ଆସନ୍ତୁ ଜାଣିବା...ଭୟ, ଅସୁରକ୍ଷିତ ଯୌନ ସମ୍ପର୍କ, ଶାରୀରିକ ଏବଂ ମାନସିକ ସମସ୍ୟା ମଧ୍ୟ ଏହି ସମସ୍ୟାର ଏକ ପ୍ରମୁଖ କାରଣ ହୋଇପାରେ । ଏହାସହ ପୁରୁଷଙ୍କ ଉପରେ ପଡୁଥିବା ଚାପ, ମାନସିକ ସମସ୍ୟା, ହୃଦ ରୋଗ କିମ୍ବା ଅନ୍ୟାନ୍ୟ ଚିକିତ୍ସା ଅବସ୍ଥା, ଡ୍ରଗ୍ ବ୍ୟବହାର, ମଦ୍ୟପାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ। ସେପଟେ ଯେଉଁମାନେ ଅତ୍ୟଧିକ ମାତ୍ରାରେ ସିଗାରେଟ୍ ବ୍ୟବହାର କରନ୍ତି ସେମାନଙ୍କ ଠାରେ ମଧ୍ୟ ଶୀଘ୍ର ପତ୍ତନର ସମସ୍ୟା ଦେଖାଦେଇଥାଏ।  


(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)