Sex During Your Periods: ସେକ୍ସ (Sex) ବା ଶାରୀରିକ ସମ୍ପର୍କ ଗଢିବା କେବଳ ଶରୀରକୁ ଆନନ୍ଦ ଦିଏ ନାହିଁ । ମନକୁ ମଧ୍ୟ ପ୍ରଫୁଲ୍ଲିତ ରଖେ। ତେବେ, ଶାରୀରିକ ସମ୍ପର୍କ ରଖିବା ବା ସେକ୍ସ କଲା ବେଳେ କିଛି ଦିଗ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିଥାଏ। ନଚେତ୍ ଆପଣଙ୍କ ଓ ଆପଣଙ୍କ ପାର୍ଟନରଙ୍କୁ ମଧ୍ୟ ସଂକ୍ରମଣର ଭୟ ଥାଏ । ଖାସ୍ କରି ମହିଳାଙ୍କ ପିରିୟଡସ୍ ବା ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ଗଢିବା ଉଚିତ୍ କି ନାହିଁ। ସେନେଇ ଅନେକଙ୍କ ମଧ୍ୟରେ ଆଜିବି  ଦ୍ବନ୍ଦ ରହିଛି । ଆପଣଙ୍କ ମନରେ ମଧ୍ୟ ଏଭଳି ପ୍ରଶ୍ନ ଅନେକ ସମୟରେ ଉଙ୍କି ମାରୁଥିବ ନିଶ୍ଚୟ । ତେବେ, ଆସନ୍ତୁ ଜାଣିବା ମହିଳାଙ୍କ ପିରିୟଡସ୍ ବା ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନା ଅନୁଚିତ୍ । ତେବେ, ଏନେଇ କଣ କହୁଛନ୍ତି ହେଲଥ୍ ଏକ୍ସପର୍ଟ ଜାଣନ୍ତୁ... 


COMMERCIAL BREAK
SCROLL TO CONTINUE READING

Also Read: Health Tips: ଏହି ୪ଟି ଆୟୁର୍ବେଦିକ ଚେରମୂଳି ପୁରୁଷଙ୍କ ପାଇଁ ବରଦାନ, ଯୌନସ୍ୱାସ୍ଥ୍ୟରେ ଆଣେ ସୁଧାର !


Also Read: Health Tips: ଜାଣିଛନ୍ତି କି? ସପ୍ତାହକୁ କେତେ ଥର ସେକ୍ସ କରିବା ଜରୁରୀ


ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବା ନିରାପଦ କି? 
ପିରିୟଡସ୍ ବା ଋତୁସ୍ରାବ ସମୟରେ ଅଧିକାଂଶ ମହିଳା ସମ୍ପର୍କ ସ୍ଥାପନ କରିବାକୁ ସଙ୍କୋଚ କରିଥାଆନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ,ଯେ  ପିରିୟଡସ୍ ସମୟରେ ସେକ୍ସ କଲେ ମହିଳାଙ୍କୁ ଫାଇଦା ମିଳିଥାଏ। (Period Cramps) ଋତୁସ୍ରାବ ଜନିତ ଯନ୍ତ୍ରଣା କମ୍ ହୋଇଥାଏ। ଏବଂ ସେମାନଙ୍କୁ ଆରମ୍ ମିଳିଥାଏ। ପିରିୟର୍ଡ ସମୟରେ ସେକ୍ସ କଲେ, ହରମୋନ୍, ଏଣ୍ଡୋରଫିନ୍ ଏବଂ ଷ୍ଟ୍ରେସ୍ ବଷ୍ଟିଙ୍ଗ୍ ଭଳି ପଦାର୍ଥ ସୃଷ୍ଟି ହୁଏ । ଯାହା ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।  କିଛି ଲୋକ ଭାବନ୍ତି ଯେ, ଏହି ସମୟରେ ଶାରୀରିକ ସମ୍ପର୍କ ରଖିଲେ ସଂକ୍ରମଣର ଆଶଙ୍କା ଥାଏ । ଏବଂ ଯୌନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡି଼ଥାଏ। ଏହି କାରଣରୁ ପିରିୟଡସ୍  ସମୟରେ ସାଧାରଣଃ ଅଧିକ ଲୋକେ ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି ନାହିଁ। ଏପରିକି ଆଉ କିଛି ଲୋକେ ବିଶ୍ବାସ କରନ୍ତି ଯେ, ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଅଶୁଭ ହୋଇଥାଏ। 


ପିରିୟଡସ୍ ସମୟରେ ଶାରୀରିକ ସମ୍ପର୍କ ରଖିଲେ ଋତୁସ୍ରାବ ଜନିତ ଯନ୍ତ୍ରଣା କମ୍ ହୁଏ :


ପିରିୟର୍ଡସ ସମୟରେ ଶାରୀରିକ ସମ୍ପର୍କ ଗଢିଲେ ମହିଳାମାନଙ୍କର ଋତୁସ୍ରାବ ଜନିତ ଯନ୍ତ୍ରଣା କମ୍ ହୋଇଥାଏ। ସେକ୍ସ ସମୟରେ ସୃଷ୍ଟି ହେଉଥିବା  ପ୍ରୋଷ୍ଟାଗ୍ଲାଣ୍ଡିନ ନାମକ ଏକ ପଦାର୍ଥ  ମହିଳା ମାନଙ୍କର ହେଉଥିବା ଏହି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବ୍ୟାୟାମର ଅଭାବ, ଧୂମପାନ ଏବଂ ମଦ୍ୟପାନ କରୁଥିବା ମହିଳାମାନଙ୍କର ଖାସ କରି ପିରିୟଡସ୍ ସମୟରେ ପେଟରେ ଯନ୍ତ୍ରଣା ଅନୁଭୂବ ହୋଇଥାଏ। 
 
ପିରିୟଡସ୍ ସମୟରେ ସେକ୍ସ କରିବା ପରେ ମହିଳାମାନେ ଯୌନାଙ୍ଗକୁ ସଫା କରିବା ଉଚିତ୍ ନା ନାହିଁ :
 ପିରିୟର୍ଡସ୍ ସମୟରେ ଆପଣ ଯଦି ସେକ୍ସ କରୁଛନ୍ତି ।  ତାହା କେବଳ ନିଜ ସାଥୀଙ୍କ ସହିତ ତେବେ ସେକ୍ସ ପରେ , ଆପଣ ଯୌନାଙ୍ଗକୁ ସଫା ନ କଲେ ମଧ୍ୟ କୌଣସି ସମସ୍ୟା ନାହିଁ । ଯଦି ଆପଣ ଏକାଧିକଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି। ତେବେ ଆପଣଙ୍କୁ ସ୍ବଚ୍ଛତା ଉପରେ ଧ୍ୟାନ ଦେବାକୁ ପଡିବ। ଖାସ୍ କରି ସେକ୍ସ ପରେ ଯୌନାଙ୍ଗକୁ ସଫା କରିବା ଉଚିତ୍ । 


ପିରିୟର୍ଡସ୍ ସମୟରେ ଶାରୀରିକ ସମ୍ପର୍କ ଗଢିବା ସମୟରେ କଣ୍ତୋମ ବ୍ୟବହାର କରନ୍ତୁ :
ସଂକ୍ରମଣର ଭୟକୁ ଦୂର କରିବା ପାଇଁ ଆପଣ ଋତୁସ୍ରାବ ସମୟରେ ସମ୍ପର୍କ ଗଢିବା ସମୟରେ କଣ୍ତୋମର ବ୍ୟବହାର କରନ୍ତୁ । ଏହା ଉଭୟଙ୍କ ପାଇଁ ବେଶ ଭଲ ହୋଇଥାଏ। 



(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)