Diabetes Home Remedies: ଆଜିକାଲିର ସମାଜରେ ମଧୁମେହ (Diabetes) ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ବ୍ୟସ୍ତ ବହୁଳ ଜୀବନଶୈଳୀ ଓ ଖରାପ ଖାଦ୍ୟପେୟ ଏହାର ମୁଖ୍ୟ କାରଣ ଅଟେ । ଭାରତର ପ୍ରତି ୧୧ ଜଣଙ୍କ ମଧ୍ୟରୁ ଜଣେ ଏହି ରୋଗରେ ଶିକାର ହୋଇଥିବା ଦେଖିବାକୁ ମିଳିଥାଏ । ଆକଳନ ଅନୁଯାୟୀ, ୨୦୩୦ ସୁଦ୍ଧା ଏହି ସଂଖ୍ୟା ୯୦ ମିଲିୟନରୁ ବଢି ୧୧୩ ମିଲିୟନ, ସେହିପରି ୨୦୪୫ ସୁଦ୍ଧା ଏହି ସଂଖ୍ୟା ଆହୁରି ବଢି ୧୫୧ ମିଲିୟନରେ ପହଞ୍ଚିପାରେ। ଯଦି ସମୟ ଥାଉ ଥାଉ ରକ୍ତରେ ଶର୍କରା (Blood sugar levels) ସ୍ତରକୁ ନିୟନ୍ତ୍ରଣ କରାନଯାଏ, ତେବେ ପରବର୍ତ୍ତୀ ସମୟରେ ଏହା ଶରୀର ଲାଗି କ୍ଷତିକାରକ ହୋଇପାରେ । ଯଦି ଆପଣ ମଧୁମେହରୁ ନିଜକୁ ରକ୍ଷା କରିବାରୁ ଚାହୁଁଛନ୍ତି , ତେବେ କିଛି ଘରୋଇ ଉପଚାର ଦ୍ବାରା ଏହା ସମ୍ଭବ ହୋଇପାରିବ । ଆସନ୍ତୁ ସେ ନେଇ ଆଲୋଚନା କରିବା ।


COMMERCIAL BREAK
SCROLL TO CONTINUE READING

ନିମ୍ବ ପତ୍ର


ନିମ୍ବ ପତ୍ର ମଧୁମେହ ରୋଗ ପାଇଁ ରାମବାଣ ସଦୃଶ ହୋଇଥାଏ । ଏଥିରେ ଥିବା ଫ୍ଲାଭୋନାଏଡ (flavonoids), ଟ୍ରାଇଟରପେନଏଡ଼ (Tri terpenoids), ଆଣ୍ଟିଭାଇରାଲ ପଦାର୍ଥ (antiviral substances ) ଓ ଗ୍ଲାଇକୋସିଡ଼ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଆପଣ ନିମ୍ବ ପତ୍ରକୁ ପାଉଡର କରି ମଧ୍ୟ ବ୍ୟବହାର କରିପାରିବେ । ଶୁଖିଲା ନିମ୍ବ ପତ୍ରକୁ ଗ୍ରାଇଣ୍ଡ୍ କରି ଏହି ପାଉଡ଼ରକୁ ଦିନକୁ ଦୁଇ ଥର ପାଣିରେ ମିଶାଇ ବା ଖାଲି ଖାଆନ୍ତୁ ।


କଲରା ରସ


ଯଦି ପ୍ରତ୍ୟେକ ଦିନ ଆପଣ ସକାଳୁ ଖାଲି ପେଟରେ କଲରା ରସ ପିଉଛନ୍ତି ବା କଲରା ଖାଉଛନ୍ତି ତାହାଲେ ଆପଣ ମଧୁମେହରୁ ରକ୍ଷା ପାଇପାରିବେ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ ସହ ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ ।


ଅଦା


ପ୍ରତିଦିନ ଅଦା ଖାଇବା ଦ୍ବାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇଥାଏ।  ଅଦା ଇନସୁଲିନକୁ ସନ୍ତୁଳିତ କରେ । ଗୋଟିଏ ପାତ୍ରରେ ଗୋଟେ କପ୍ ପାଣି ଓ ଏକ ଇଞ୍ଚ ଅଦା ପକାଇ ଏହାକୁ ୫ ମିନିଟ୍ ପାଇଁ ଫୁଟାନ୍ତୁ। ଏହି ପାଣିକୁ ଦିନକୁ ଥରେ କିମ୍ବା ଦୁଇଥର ପିଇବା ଦ୍ବାରା ମଧୁମେହ ରୋଗରୁ ମୁକ୍ତି ମିଳିଥାଏ ।


ଜାମ୍ମୁ କୋଳି


ଜାମ୍ମୁ କୋଳିକୁ କଳା ଲୁଣ ସହିତ ଖାଇବା ଦ୍ୱାରା ମଧୁମେହ ରୋଗର ଭୟ ଦୂର ହୋଇଥାଏ । ଜାମୁ କୋଳି ମଞ୍ଜିକୁ ଶୁଖିବା ଏହାକୁ ଗ୍ରାଇଣ୍ଡିଂ କରି ପାଉଡର ତିଆରି କରନ୍ତୁ । ଏହି ପାଉଡ଼ରକୁ ଖାଇବା ଦ୍ବାରା ମଧୁମେହରୁ ମୁକ୍ତି ମିଳିଥାଏ । ଦୁଇ ଚାମଚ ଜାମୁ କୋଳି ମଞ୍ଜି ପାଉଡ଼ରକୁ ସକାଳେ ଓ ସନ୍ଧ୍ୟାରେ ଉଷୁମ ପାଣିରେ ଭିଜାଇ ଖାଆନ୍ତୁ।


ମେଥି 


ମଧୁମେହ ରୋଗୀଙ୍କ ଲାଗି ମେଥି ବେଶ ପ୍ରଭାବଶାଳୀ ହୋଇଥାଏ । ଏହା ଗ୍ଲୁକୋଜ (glucose) ପରିମାଣକୁ ସଂନ୍ତୁଳିତ କରିବା ସହ ରକ୍ତରେ ଶର୍କରା ସ୍ତର ମଧ୍ଯ ସଠିକ୍ ଭାବେ ପରିଚାଳିତ କରିଥାଏ । ଦୁଇ ଚାମଚ ମେଥି ମଞ୍ଜିକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ । ସକାଳୁ ଏହି ପାଣିକୁ ପିଇବା ସହ ମଞ୍ଜିକୁ ଖାଲି ପେଟରେ ଖାଆନ୍ତୁ । ନିୟମିତ ଏପରି କରିବା ଦ୍ବାରା ମଧୁମେହ ରୋଗର ଭୟ ଦୂର ହୋଇଥାଏ ।


ବ୍ୟାୟାମ


ସୁଗାଲ ଲେବଲକୁ (sugar level control) ନିୟନ୍ତ୍ରଣ କରିବା ପାଇଁ ବ୍ୟାୟାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ  । ବିଶେଷଜ୍ଞଙ୍କ ଅନୁଯାୟୀ, ଚାଲିବା, ଜଗିଂ, ପହଁରିବା ବା ଖେଳିବା ଇତ୍ୟାଦି ବ୍ୟାୟମ ଦ୍ବାରା ମଧୁମେହରୁ ମୁକ୍ତି ମିଳିଥାଏ ।



​(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି ।)