Lemon Honey Water: ମୋଟାପା ବା ମେଦବହୁଳତା ଏକ ବେମାରୀ ସଦୃଶ। ବିଶେଷକରି ଯୁବପିଢି ଏହାର ଶିକାର ହେଉଛନ୍ତି। ଏଥିପାଇଁ ଅଧିକାଂଶ ଯୁବପିଢି ଫିଟ୍ ରହିବାକୁ ଜିମ୍ ଯାଉଛନ୍ତି। ତ ଆଉ କିଏ ସକାଳୁ ଉଠିବା ମାତ୍ରା ଶରୀରରୁ ଚର୍ବି କମାଇବା ପାଇଁ ଖାଲି ପେଟରେ ସକାଳୁ ଲେମ୍ବୁ ଏବଂ ମହୁ ମିଶ୍ରଣ ପାଣି ପିଉଛି। କିନ୍ତୁ ଆପଣ ଜାଣିଛନ୍ତି କି ଖାଲି ପେଟରେ ଲେମ୍ବୁ ଏବଂ ମହୁ ମିଶ୍ରଣ ପିଇବା ଦ୍ବାରା କ'ଣ ସବୁ କ୍ଷତି ଶରୀରକୁ ପହଞ୍ଚିଥାଏ। ତେବେ, ଆସନ୍ତୁ ଜାଣିବା...


COMMERCIAL BREAK
SCROLL TO CONTINUE READING

ଲେମ୍ବୁ ଭିଟାମିନ୍-ସିର ଏକ ଉତ୍ସ । ଏବଂ ମହୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଲେମ୍ବୁ ଏବଂ ମହୁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।। କିନ୍ତୁ କେତେକ କ୍ଷେତ୍ରରେ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ।  ଏ-ନେଇ ଆୟୁର୍ବେଦ ବିଶେଷଜ୍ଞ ଡ. ଦିକ୍ଷା ଭବସାର ନିଜ ଇନଷ୍ଟାଗ୍ରାମ ଏକ ଲମ୍ବା ପୋଷ୍ଟ କରିଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଲେମ୍ବୁ ଏବଂ ମହୁ ମିଶ୍ରଣ  ଚର୍ବିକୁ ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ। ଲେମ୍ବୁ ଓ ମହୁ ବ୍ୟବହାର କରିବା ପୂର୍ବରୁ ମନେରଖନ୍ତୁ ଯେ, ପାଣି ଅତ୍ୟଧିକ ଗରମ ନ-ହେବା ଉଚିତ୍। ସବୁବେଳେ ଉଷୁମ ପାଣିରେ ମହୁ ମିଶାଇ ପିଅନ୍ତୁ। ମହୁ ଅତ୍ୟଧିକ ଗରମ ପାଣିରେ ମିଶିଲେ ଏହା ବିଷ ସଦୃଶ ହୋଇଥାଏ। ଏକ ଚାମଚରୁ ଅଧିକ ମହୁ ବ୍ୟବହାର କରିବା ଅନୁଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ଯଦି ଆପଣ ଜଣେ ଆର୍ଥ୍ରାଇଟିସ୍, ଗ୍ୟାସ୍ ଜନିତ ସମସ୍ୟା, ଦୁର୍ବଳ ହାଡ,  ପାଟି ଘା'  ଓ ଦୁର୍ବଳ ଦାନ୍ତ ଇତ୍ୟାଦିରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ତେବେ ଆପଣ ଲେମ୍ବୁ ଓ ମହୁ ମିଶ୍ରଣକୁ ଖାଇବା ଉଚିତ୍ ନୁହେଁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।


(Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)