Litchi For Health: ଲିଚୁ ଏକ ଖରାଦିନିଆ ଫଳ । ପିଲାଠୁ ବୁଢା ଯାଏଁ  ସମସ୍ତ ଲିଚୁ (Litchi)ଖାଇବାକୁ ବେଶ୍ ପସନ୍ଦ କରନ୍ତି । ଖରାଦିନ ବଜାରରେ ଏହା ସହଜରେ ମିଳିଥାଏ । ଦାମ୍ ମଧ୍ୟ ବେଶି ନଥାଏ। ତେବେ ଲିଚୁ ପାଟିକୁ ଯେତିକି ସୁଆଦିଆ ତାହା ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏକ ବରଦାମ ମଧ୍ୟ କହିଲେ ଅତୃକ୍ତି ହେବ ନାହିଁ (health benefits of Lychee) ।  ଏହି ଫଳଟି ଭିଟାମିନ୍ ସି  ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର। ଏହା ସ୍ବାସ୍ଥ୍ୟ ପାଇଁ ବେଶ ହିତକର। ତେବେ, ଆସନ୍ତୁ ଜାଣିବା ଲିଚୁ ଖାଇବା ଦ୍ବାରା ଶରୀରକୁ ଆଉ କଣ ସବୁ ଫାଇଦା ମିଳିଥାଏ।


COMMERCIAL BREAK
SCROLL TO CONTINUE READING

ALSO READ: Health Tips: ୪୦ ପରେ ବି ଦେଖାଯିବେ ୟଙ୍ଗ୍, ବାସ୍ ଡାଏଟରେ ସାମିଲ୍ କରିନିଅନ୍ତୁ ଏହି ୫ଟି ସୁପର ଫୁ଼ଡ୍


ଇମ୍ୟୁନିଟି ବୁଷ୍ଟର୍: ଲିଚୁରେ ଭିଟାମିନ୍ ସି  ଭରପୂର ମାତ୍ରାରେ ରହିଛି। ଯାହା ଏହାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ।  ଭିଟାମିନ୍ ସି  ବିଭିନ୍ନ ସଂକ୍ରମଣ ରୋଗକୁ ରକ୍ଷା କରିଥାଏ। ଏହା ବ୍ୟତୀତ ଲିଚୁରେ ଭିଟାମିନ୍ ବି୬ ଥାଏ। ଯାହା କର୍କଟ ରୋଗ ହେବାର ଆଶଙ୍କାକୁ କମ୍ କରିଥାଏ । 


ହଜମ କରିବାରେ ସାହାଯ୍ୟ କରେ: ଲିଚୁ ଡାଏଟାରୀ ଫାଇବରର ଏକ ଉତ୍ତମ ଉତ୍ସ ।  ନିୟମିତ ଲିଚୁ ଖାଇବା ଦ୍ୱାରା ଅନ୍ତନଳୀ ଗତିବିଧିକୁ ପ୍ରୋତ୍ସାହିତ କରିବାରେ ସାହାର୍ଯ୍ୟ କରେ।  କୋଷ୍ଠକାଠିନ୍ୟକୁ ଭଳି ରୋଗର ଆଶଙ୍କକୁ କମ୍ କରେ। ଏବଂ ହଜମ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରେ। 


ଚର୍ମର ସ୍ୱାସ୍ଥ୍ୟକୁ ଠିକ୍ ରଖେ : ଲିଚୁରେ ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ପଲିଫେନୋଲ୍ ପରି ଆଣ୍ଟିଅକ୍ସିଡାଣ୍ଟ ଥାଏ। ଯାହା ଚର୍ମ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ। ଲିଚୁ ନିୟମିତ ଖାଇବା ତ୍ୱଚାରେ ଚମକ ଆସେ। 


ଓଜନ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରେ : ଲିଚୁ ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ। ଏହା କମ୍ କ୍ୟାଲୋରୀ ଯୁକ୍ତ ଫଳ ଅଟେ।ଏହାକୁ ନିଜ ଡାଏଟରେ ସାମିଲ୍ କରିବା ଦ୍ବାରା ଓଜନ ନିୟନ୍ତ୍ରଣରେ ରୁହେ। 


(Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)