Foods For Diabetes: ଆଜିକାଲି ଅନେକ ଲୋକେ ମଧୁମେହ ରୋଗରେ ପୀଡିତ ଅଛନ୍ତି ।  ଯଦି କେହି ମଧୁମେହରେ ପୀଡିତ ହୁଏ । ତେବେ ଏହି ରୋଗକୁ ନିୟନ୍ତ୍ରଣରେ ରଖିବା ଏକ କଷ୍ଟସାଧ୍ୟ କାମ । ଖାସ କରି ବ୍ଲଡ ସୁଗାର ଲେବୁଲକୁ କଣ୍ଟ୍ରୋଲରେ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।  ମଧୁମେହ ରୋଗ ଶରୀର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ । ଯଦି ଆପଣ ମଧୁମେହ ରୋଗୀ ତେବେ, ଆପଣ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଏହି ଖବର ଖାସ୍ ଆପଣଙ୍କ ପାଇଁ । ଏଠାରେ ଆମେ ଆପଣଙ୍କୁ ଏପରି କିଛି କଥା କହିବୁ, ଯାହା ଖାଇବା ଦ୍ୱାରା ଆପଣଙ୍କ ବ୍ଲଡ ସୁଗାର ଲେବୁଲ ନିୟନ୍ତ୍ରଣରେ ରଖିପାରିବେ।


COMMERCIAL BREAK
SCROLL TO CONTINUE READING

ମଧୁମେହ ରୋଗୀମାନେ ଏହି ସୁପରଫୁଡକୁ ନିଜ ଡାଏଟରେ ସାମିଲ କରିବା ଉଚିତ ପାରିବେ -


ଡାଲଚିନି:
ଡାଲଚିନି,ବ୍ଲଡ ସୁଗାର ଲେବୁଲକୁ ସଠିକ୍ ଭାବରେ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।  ଏହାର କାରଣ ହେଉଛି ଭୋଜନ ପରେ ରକ୍ତରେ ଶର୍କରା ସ୍ତର ଶିଘ୍ର ବଢିଥାଏ । ଡାଲଚିନି ଏହାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଡାଲଚିନି ଖାଇବା ଦ୍ୱାରା ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ସେଥିପାଇଁ ଆପଣ ନିଜ ଖାଦ୍ୟରେ ଡାଲଚିନି ଅନ୍ତର୍ଭୁକ୍ତ କରିପାରିବେ। ଏହାକୁ ବ୍ୟବହାର କରିବା ପାଇଁ,ଏକ ଚାମଚ ଡାଲଚିନି ଗୁଣ୍ତରେ ଅଧା ଚାମଚ ମେଥି ଗୁଣ୍ତ ଓ ହଳଦୀ ମିଶାଇ ଖାଲି ପେଟରେ ଖାଆନ୍ତୁ। ଏହା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିପାରିବେ ।


Also Read: Diabetic Foot Care Tips: ମଧୁମେହ ରୋଗୀମାନେ ରାତିରେ କିଣନ୍ତୁ ଜୋତା ଓ ଚପଲ, ଜାଣନ୍ତୁ ଏହାରି ପଛରେ ରହିଛି କେଉଁ କାରଣ ?


ଗୋଲମରିଚ:
ଗୋଲମରିଚ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ। କାରଣ ଏଥିରେ ପିପରାଇନ୍(piperine) ଥାଏ,ଯାହା ମଧୁମେହକୁ ବଢାଇବାକୁ ଦିଏ ନାହିଁ ।  ଏହାକୁ ବ୍ୟବହାର କରିବା ପାଇଁ ଗୋଟିଏ ଚାମଚରେ ଗୋଲମରିଚ ଗୁଣ୍ତ ସହ ଅଧା ଚାମଚ ହଳଦୀ ମିଶାଇ ଖାଲି ପେଟରେ ଖାଇପାରିବେ। ଯାହା ଦ୍ବାରା ଆପଣଙ୍କୁ ବିଶେଷ ଫାଇଦା ମିଳିବ ।


ମେଥି:
ମେଥିର ସ୍ବାଦ ପିତା ହୋଇପାରେ,କିନ୍ତୁ ସ୍ବାସ୍ଥ୍ୟ ପାଇଁ ଏହା ବେଶ ହିତକର । ମଧୁମେହ, ମୋଟାପଣ ଏବଂ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବାରେ ଏହା କୌଣସି ଔଷଧ ଠାରୁ କମ୍ ନୁହେଁ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ। ତେଣୁ ଏହାକୁ ମଧୁମେହ ରୋଗୀମାନେ ନିଜ ଡାଏଟରେ ସାମିଲ କରିବା ଉଚିତ୍ ।  ସକାଳ ସମୟରେ ଗୋଟିଏ ଚାମଚ ମେଥି ଗୁଣ୍ତ ସହିତ ସହିତ ଗୋଟିଏ ଗ୍ଲାସ ଗରମ ପାଣି ଖାଲିପେଟରେ  ଖାଇପାରିବେ । ଯାହା ମୋଟାପଣ ଓ କୋଲଷ୍ଟ୍ରଲ ଓ ମଧୁମେହକୁ ରୋକିବାରେ ସାହାର୍ଯ୍ୟ କରିବ । 


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)