Health Tips: ଅସାଧାରଣ ଜୀବନ ଶୈଳୀ ଯୋଗୁଁ ବର୍ତ୍ତମାନ ଅଧିକାଂଶ ପୁରୁଷଙ୍କ ଠାରେ ଯୌନ ସମସ୍ୟା (Sexual Problems in Men ) ଦେଖାଦେଇଥାଏ।  ଯାହା ସେମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପକାଇଥାଏ । କେବଳ ସେତିକି ନୁହେଁ, ଅଧିକାଂଶ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ଦୁର୍ବଳ ହୋଇଥିବାରୁ ସେମାନଙ୍କ ପାର୍ଟନର ମଧ୍ୟ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ ହୁଅନ୍ତି । ଆପଣ ଯଦି ନିଜ ପାର୍ଟନରଙ୍କ ସହ ସେକ୍ସ କଲା ବେଳ ଥକି ପଡୁଛନ୍ତି । ଏବଂ ସେକ୍ସ କଲାବେଳେ  ଅଧାରୁ ସମ୍ପର୍କ ଭାଙ୍ଗୁଛନ୍ତି । ତେବେ, ଏହା ଆପଣଙ୍କ ସମ୍ପର୍କକୁ ଆହୁରି ଖରାପ କରିଥାଏ । ଏଭଳି କିଛି ଆୟୁର୍ବେଦିକ୍ (ayurvedic herbs) ଜଡିବୁଟି ରହିଛି (Herbs for sex drive) । ଯାହାକୁ ସେବନ କରିବା ଦ୍ବାରା ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟକୁ ଶକ୍ତି ମିଳିଥାଏ । ଆସନ୍ତୁ ସେହି ଚାରୋଟି ଆୟୁର୍ବେଦିକ୍ ଜଡିବୁଟି ବିଷୟରେ ଜାଣିବା।  


COMMERCIAL BREAK
SCROLL TO CONTINUE READING

Also Read: Health Tips: ଜାଣିଛନ୍ତି କି? ସପ୍ତାହକୁ କେତେ ଥର ସେକ୍ସ କରିବା ଜରୁରୀ


ଏହି ସବୁ ଆୟୁର୍ବେଦିକ୍ ଜଡିବୁଟି ପୁରୁଷଙ୍କ ଠାରେ ଘୋଡ଼ା ପରି ଶକ୍ତି ଯୋଗାଇଥାଏ:


ଅଶ୍ୱଗନ୍ଧା:  ଅଶ୍ୱଗନ୍ଧା ଉଭୟ ପୁରୁଷ ଓ ମହିଳାଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକର। ଅଶ୍ବଗନ୍ଧା ସେବନ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଖାସ୍ କରି ଏହା ପୁରୁଷଙ୍କ ସେକ୍ସ ଡ୍ରାଇଭକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଯାହା ଦ୍ବାରା ଆପଣ ନିଜ ପାର୍ଟନରଙ୍କୁ ବେଡରେ ଦିର୍ଘ ସମୟ ଧରି ଖୁସି ଦେଇପାରିବେ। ଏହି ଜଡିବୁଟି  ପ୍ରତିଦିନ ସେବନ କରିବା ଦ୍ବାରା ପୁରୁଷଙ୍କ ଠାରେ ସେକ୍ସ କରିବା ନେଇ ଅଧିକ ଉତ୍ସାହ ଜାଗ୍ରତ ହୋଇଥାଏ। ଏହା ସହ ପ୍ରତିଦିନ ଅଶ୍ୱଗନ୍ଧା  ସେବନ କରିବା ଦ୍ବାରା ମସ୍ତିସ୍କ ଥଣ୍ତା ରୁହେ । ମନରେ ଉତ୍କଣ୍ଠା ଓ ଅବସାଦ ଦେଖା ଦେଉଥିଲେ ଅଶ୍ୱଗନ୍ଧାର ସେବନ ଏହାର ଉପଶମ ରେ ସହାୟକ ହୋଇଥାଏ। 


ଶିଳାଜିତ୍:  ଶିଳାଜିତ୍ ଜଡିବୁଟି ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ। ଯେଉଁ ପୁରୁଷମାନଙ୍କର ଯୌନ୍ ଶକ୍ତି କମ୍ ଥାଏ । କିମ୍ବା ସେକ୍ସ ଡ୍ରାଇବ୍ କୌଣସି କାରଣରୁ କମ୍ ହୋଇଥାଏ । ସେହି ପୁରୁଷ ମାନେ ଶିଳାଜିତ୍କୁ ସେବନ କରିବା ଦ୍ବାରା ସେମାନଙ୍କ ଯୌନ ସ୍ବାସ୍ଥ୍ୟରେ ସୁଧାର ଆଣେ। ଶିଳାଜିତରେ 
ଫୁଲଭିକ୍ ଏସିଡ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ଥାଏ । ଯାହା ପୁରୁଷଙ୍କ ଶାରୀରିକ ସମ୍ପର୍କ ଗଢିବା ବେଳେ ସାହାର୍ଯ୍ୟ କରେ । ଏକ ରିସର୍ଚ୍ଚରୁ ଜଣାପଡି଼ଛି ଯେ, ଶିଳାଜିତ୍ ପୁରୁଷଙ୍କ ହରମୋନ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୁଏ। 


ଧଳା ମୁସଲି : ଧଳା ରଙ୍ଗର ମୁସଲି (white Musli)। ଏହି ଜଡିବୁଟି ମଧ୍ୟ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ପାଇଁ ଏକ ରାମବାଣ। ଏହି ଜଡିବୁଟିକୁ ଆଜିକା ଦିନରେ ହୋମିଓପାଥିର ଭାବରେ ବ୍ୟବହାର କରାଯାଏ ।  ପୁରୁଷମାନେ ଏହାକୁ ପ୍ରତିଦିନ ସେବନ କଲେ ସେମାନଙ୍କ ଶୁକ୍ରାଣୁ ସଂଖ୍ୟା ବଢେ । ଯାହା ସେମାନଙ୍କୁ ବାପା ହେବାର ସୁଖ ମଧ୍ୟ ପ୍ରାପ୍ତ କରିବା ସହ ଦିର୍ଘ ସମୟ ଧରି ସେମାନେ ସେକ୍ସ ମଧ୍ୟ କରିପାରିବେ। 


ଗୋଖୁରା : ( Gokshura )ଏକ ପ୍ରକାର ଆୟୁର୍ବେଦିକ୍ ଗଛ ।  ଏହାକୁ ଆଜିକା ଦିନରେ ଟନିକ୍ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ପୁରୁଷଙ୍କ ସେକ୍ସ ଡ୍ରଇଭ୍ ବଢାଇବାରେ ସହାୟର ହୁଏ।   ଏହି ଆୟୁରର୍ବେଦିକ୍ ଜଟିବୁଟୁକୁ ସେବନ କରିବା ଦ୍ବାରା ଆପଣଙ୍କ ଯୌନ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ।



(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)