Vitamin b12 deficiency: ଶରୀରରେ ଭିଟାମିନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୌଣସି ଭିଟାମିନ୍‌ର ଅଭାବ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ଭିଟାମିନ୍ B12 ଅଭାବ ମଧ୍ୟ ଶରୀର ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଅନେକ ଲୋକେ ଏହାକୁ ଅଣଦେଖା କରିଥାଆନ୍ତି, ଯେଉଁ କାରଣରୁ ସେମାନେ ଅନେକ ସମସ୍ୟାରେ ପଡ଼ିଥାଆନ୍ତି । ତେବେ ଭିଟାମିନ୍ B12 ଅଭାବ ହେତୁ ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ତେବେ ଆସନ୍ତୁ ଜାଣିବା B12 ଅଭାବ ଫଳରେ ମହିଳାମାନେ କେଉଁ ସବୁ ରୋଗର ଶିକାର ହୋଇପାରନ୍ତି ।


COMMERCIAL BREAK
SCROLL TO CONTINUE READING

ସାଧାରଣତଃ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମହିଳା ନିଜ ଖାଦ୍ୟ ପ୍ରତି ବିଶେଷ ଭାବେ ଧ୍ଯାନ ଦେଇପାରନ୍ତିନାହିଁ । ଯାହା ଫଳରେ ସେମାନଙ୍କୁ କମ୍ ପରିମାଣର ପୋଷକତତ୍ବ ମିଳିଥାଏ । ଶରୀରକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଓ ଫାଇବର ରହିବା ଆବଶ୍ୟକ । ଆମେ ଖାଦ୍ୟ ମାଧ୍ୟମରେ ଶରୀର ପାଇଁ ଭିଟାମିନ୍‌ ପାଇଥାଉ । ଏହି ଭିଟାମିନ୍ ମଧ୍ୟରୁ B12 (Vitamin b12) ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ଯାହା ଶରୀର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଏହା ସାଧାରଣ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣରେ ମିଳିନଥାଏ, ସେଥିପାଇଁ ଅଧିକାଂଶ ମହିଳାଙ୍କ ଶରୀରରେ ଏହି ଭିଟାମିନ୍ ଅଭାବ ଦେଖାଯାଇଥାଏ ।


ଶରୀର ପାଇଁ କାହିଁକି ଜରୁରୀ ଭିଟାମିନ୍ B12


ଅନ୍ୟ ଭିଟାମିନ୍ ଅପେକ୍ଷା ଭିଟାମିନ୍ ବି -12 ଶରୀର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହା କେବଳ ସ୍ୱାସ୍ଥ୍ୟରେ ଉନ୍ନତି କରେ ତାହା ନୁହେଁ ବରଂ ଏହା ତ୍ୱଚାକୁ କୋମଳ ଓ ସୁନ୍ଦର କରିବାରେ ମଧ୍ଯ ସାହାଯ୍ୟ କରିଥାଏ । ଯଦି ଶରୀରକୁ ସଠିକ୍ ପରିମାଣର ଭିଟାମିନ୍ ବି -12 ମିଳେ ତାହାଲେ କେଶ ମଜଭୁତ ହୋଇଥାଏ, ରକ୍ତର ଅଭାବ ଦୂର ହୋଇଥାଏ ଓ ମେଟାବୋଲିଜିମ୍ ବଢାଇଥାଏ । ଏହି ଭିଟାମିନ୍ ପ୍ରୋଷ୍ଟେଟ କ୍ୟାନସର, କୋଲାଜେନ୍, ଫୁସଫୁସ ମଧ୍ୟ ରକ୍ଷା କରିଥାଏ । ମାଂସ, ମାଛ ଓ  ଅନେକ ପ୍ରକାରର ଶାକାହାରୀ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣର ଭିଟାମିନ୍ ବି -12  ମିଳିଥାଏ ।


ଗର୍ଭବତୀ ମହିଳାମାନଙ୍କରେ ଭିଟାମିନ୍ B12 ଅଭାବ ଦ୍ବାରା ଦେଖାଦେଇଥାଏ ଏହିସବୁ ସମସ୍ୟା


ମାଆ ଶରୀରରୁ ମିଳୁଥିବା ଭିଟାମିନ୍ ବି -12 ଯୋଗୁଁ  ନବଜାତ ଶିଶୁର ବିକାଶରେ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଗର୍ଭବତୀ ମହିଳାମାନଙ୍କ ଶରୀରରେ ଭିଟାମିନ୍ ବି -12 ର ଅଭାବ ହେଲେ ଶିଶୁ ଶରୀରରେ ଫୁସଫୁସ ଓ ଶ୍ୱାସ ସଂକ୍ରମଣ, ସ୍ନାୟୁଗତ ସମସ୍ୟା ଇତ୍ୟାଦି ଅନେକ ସମସ୍ୟା ଦେଖାଯାଏ । ତେଣୁ ଗର୍ଭବସ୍ଥା ସମୟରେ ଭିଟାମିନ୍ ବି -12 ଅଭାବ ହେଲେ ମହିଳାମାନେ ଡାକ୍ତରଙ୍କ ସହ ପରାମର୍ଶ କରି ତୁରନ୍ତ ଚିକିତ୍ସା କରିବା ଉଚିତ୍ ।


ଶରୀରକୁ ଏହିସବୁ ଲାଭ ଦେଇଥାଏ ଭିଟାମିନ୍ B12


  • ହୃଦରୋଗର ଓ ଆଲଜାଇମର ଭଳି ରୋଗର ଆଶଙ୍କା କମ୍‌ କରିଥାଏ ।

  • ଏନର୍ଜି ବୁଷ୍ଟର ଓ ଆଣ୍ଟି-ଏଜିଙ୍ଗ ବଢାଇବାପେ ସାହାଯ୍ୟ କରେ ।

  • ଇମ୍ୟୁନିଟିକୁ ବଢାଇବା ସହ ଏକାପଣକୁ କମ୍‌ କରିଥାଏ ।

  • ଶରୀରରେ ରେଡ଼ ବ୍ଲଡ୍‌ ସେଲ୍‌ ଗଠନ କରିଥାଏ।


ଭିଟାମିନ୍ B12 ଅଭାବର ଲକ୍ଷଣ


  • ଥକ୍କାପଣ

  • ରକ୍ତହୀନତା

  • ଓଜନ ହ୍ରାସ

  • ଭୋକ କମ୍‌ ଲାଗିବା


ପ୍ରକାଶ ଥାଉ କି, ଶରୀରରେ ଭିଟାମିନ୍ ବି – 12 ଅଭାବ ଦେଖାଦେଲେ, ଅଣ୍ଡା, କ୍ଷୀର, ଦହି, ପନିର, ଓ ଚିକେନ୍ ଖାଆନ୍ତୁ । ଏସବୁ ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣର ଭିଟାମିନ୍ ବି -12 ମିଳିଥାଏ ।


(Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ ।)