Mango: ଫଳର ରାଜା ଆମ୍ୱ (Mango) ସ୍ୱାଦରେ ମିଠା (Sweet) ଓ ବେଳେବେଳେ ଖଟା (Sour) ହୋଇଥାଏ । ଯଦିଓ ସମସ୍ତେ କଞ୍ଚା ଆମ୍ବ (Raw Mangoes) ର ଖଟାକୁ ପସନ୍ଦ କରନ୍ତି, କିନ୍ତୁ ପାଚିଲା (Ripen Mangoes) ଖଟା ଆମ୍ବ ସାଧାରଣତଃ ଭଲ ଲାଗେ ନାହିଁ ଓ ମନ ମଧ୍ୟ ଖରାପ ହୋଇଯାଏ । ଏପରି ପରିସ୍ଥିତିରେ ଆମ୍ବ କିଣିବାବେଳେ ଏହା ମନେ ରଖିବା ଆବଶ୍ୟକ ଯେ ଆପଣ କିଣୁଥିବା ଆମ୍ବକୁ କାଟିବା ପରେ ମଧ୍ୟ ସେଗୁଡ଼ିକ ସେଭଳି ରସଯୁକ୍ତ ଓ ମିଠା (Sweet Mangoes) ବାହାରୁ । କିନ୍ତୁ, କ'ଣ ଆମ୍ବ କେବଳ ଦେଖିବା ଓ ଛୁଇଁବା ଦ୍ୱାରା ତାହା ଖଟା କିମ୍ବା ମିଠା କି ବୋଲି ଜଣେ କହିପାରିବ କି? ଏହାର ଜବାବ ହେଉଛି ହଁ । ଏପରି କିଛି ଟ୍ରିକ୍ ଅଛି ଯାହା ଆପଣଙ୍କୁ ସର୍ବୋତ୍ତମ ଆମ୍ବ ବାଛିବାରେ ସାହାଯ୍ୟ କରିପାରିବ ।


COMMERCIAL BREAK
SCROLL TO CONTINUE READING

ଭଲ ଆମ୍ବ ଚିହ୍ନିବାର ଟ୍ରିକ୍ସ


୧. ଆମ୍ବକୁ ସ୍ପର୍ଶ କରି ଦେଖନ୍ତୁ । ପାଚିଲା ମିଠା ଆମ୍ବ ଛୁଇଁବା ପରେ ସ୍ଫୋଟ୍ ହୋଇଥାଏ, କିନ୍ତୁ ଏତେ ନରମ ନୁହେଁ କି ଏହାକୁ ଆପଣ ଖାଇ ପାରିବେ ନାହିଁ । 


୨. ଆମ୍ବକୁ ଶୁଙ୍ଘି ଦେଖନ୍ତୁ କି ଏଥିରେ କୌଣସି ପ୍ରକାରର ରାସାୟନିକ, ଅଲ୍କୋହଲ କିମ୍ବା ଔଷଧର ଗନ୍ଧ ଆସୁ ନାହିଁ ତ କାରଣ ଆମ୍ୱକୁ ରାସାୟନିକ ସାହାଯ୍ୟରେ ଉତ୍ପାଦନ ଓ ବଡ଼ କରାଯାଇଥାଏ । ସେଗୁଡ଼ିକ ପ୍ରାକୃତିକ ହୋଇ ନଥାଏ ।


୩. ଆମ୍ବକୁ ଅତି ନିକଟରୁ ଶୁଘନ୍ତୁ । ଯଦି ଆମ୍ବରୁ ମିଠା ସପୁରୀ ଓ ତରଭୁଜର ଗନ୍ଧ ଆସୁଛି, ତେବେ ଏହା ପାଚିଲା ଓ ମିଠା ହେବ ।


୪. ଫୁଟବଲ ପରି ଦେଖାଯାଉଥିବା ଆମ୍ବ ପ୍ରାୟତଃ ମିଠା ହୋଇଥାଏ । ଅତ୍ୟଧିକ ପତଳା ଓ ନରମ ହୋଇଯାଇଥିବା ଫ୍ଲାଟ ଆମ୍ବକୁ ନିଅନ୍ତୁ ନାହିଁ ।



୫. ଯେଉଁ ଆମ୍ୱରେ ଗାର ଓ ଶୁଖିଲା ଦେଖାଯାଉଥିବା ଆମ୍ବକୁ କିଣନ୍ତୁ ନାହିଁ ।


୬. ଆହୁରି ମଧ୍ୟ ବିଭିନ୍ନ ପ୍ରକାରର ଆମ୍ବ ବିଷୟରେ ଜାଣି ଥିଲେ ହିଁ କିଣନ୍ତୁ । ଉଦାହରଣ ସ୍ୱରୂପ, ଅତୋଲଫୋ ଆମ୍ବ (Ataulfo Mangoes) ସଂପୂର୍ଣ୍ଣ ଭାବେ ପାଚିବା ପୂର୍ବରୁ କୁଞ୍ଚିତ ଓ ନରମ ହୋଇଥାଏ ।


୭. ଫ୍ରାନ୍ସିସ୍ ଆମ୍ବ (Francis Mangoes) ପାଚିଲା ପରେ ମଧ୍ୟ ହାଲୁକା ସବୁଜ ଦେଖାଯାଏ ଓ ବର୍ଣ୍ଣମାଳା S ଆକାରରେ ଦେଖାଯାଏ । ଯେତେବେଳେ ସଂପୂର୍ଣ୍ଣ ବଢ଼଼ିଯାଏ ଏହା ହଳଦିଆ ସୁନେଲି ରଙ୍ଗ ହୋଇଯାଏ ।


୮. ହେଡେନ ଆମ୍ୱ (Haden Mangoes) ର ହେଉଛି ବିଭିନ୍ନ ପ୍ରକାରର ଅଛି । ଯେଉଁଥିରେ ହଳଦିଆ ରଙ୍ଗରେ ଛୋଟ ଧଳା ରଙ୍ଗର ପ୍ୟାଚ୍ ଦେଖାଯାଏ । ସେଗୁଡ଼ିକ ସାମାନ୍ୟ ଓଭାଲ୍ ଓ ଗୋଲାକାର ହୋଇଥାଏ । ପ୍ରାୟତଃ ଏପ୍ରିଲ୍ ଓ ମେ ମାସରେ ମିଳିଥାଏ ।


ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଏସିଆ କପ୍ ଓ ODI ବିଶ୍ୱକପରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି!


ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ୨ ଦିନ ପରେ ଆସିବ ବଡ଼ ଖୁସି ଖବର; ପୁଣି ଏତେ ବଢ଼ିଯିବ ଦରମା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା


ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆର ଘୋଷଣା ହେବା ମାତ୍ରେ ଶେଷ ହେଲା ଏହି ଖେଳାଳିଙ୍କ ଟେଷ୍ଟ କ୍ୟାରିୟର! ଚୟନକର୍ତ୍ତା ଦଳରୁ କଲେ ବାହାର


Disclaimer: ପରାମର୍ଶ ସହିତ ଏହି ସାମଗ୍ରୀ କେବଳ ସାଧାରଣ ସୂଚନା ପ୍ରଦାନ କରେ । ଏହା କୌଣସି ଯୋଗ୍ୟ ପରାମର୍ଶର ବିକଳ୍ପ ନୁହେଁ । ଅଧିକ ବିବରଣୀ ପାଇଁ ସର୍ବଦା ଜଣେ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ । ଏହି ସୂଚନା ପାଇଁ Zee Odisha News ଦାୟୀ ନୁହେଁ ।