Healthy Morning Routine: ଶେଜରୁ ଉଠିବା ପରେ କରନ୍ତୁ ଏହି ୭ଟି କାମ, ରହିବେ ପୁରା ଫି୍ଟ
7 Tips For Healthy Morning Routine: ଶରୀରକୁ ସୁସ୍ଥ ଖାଦ୍ୟ, ବ୍ୟାୟାମ ସହିତ, ଠିକ୍ ସମୟରେ ଖାଇବା ଓ ନିଦ ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ସକାଳେ ଉଠି ଏହି ନିୟମ ମାନିବା ଦ୍ବାରା ଆପଣ ସୁସ୍ଥ ରହିପାରିବେ। ଆସନ୍ତୁ ଜାଣିବା ସେହି ୭ଟି ନିୟମ କ’ଣ .....
7 Tips For Healthy Morning Routine: ପ୍ରତ୍ୟେକ ଲୋକ ସୁସ୍ଥ ଓ ଫିଟ୍ ରହିବାକୁ ଚାହାନ୍ତି । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଓ କାର୍ଯ୍ୟ ବ୍ୟସ୍ତତା ଭିତରେ ବହୁ ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରନ୍ତି ନାହିଁ । ଏପରି କିଛି ନିୟମ ଅଛି ଯାହାକୁ ଆପଣାଇବା ଦ୍ବାରା ଶରୀରକୁ ସର୍ବଦା ସୁସ୍ଥ ରଖାଯାଇପାରିବ । ଅନ୍ୟପଟେ ଶରୀରକୁ ରୋଗରୁ ମୁକ୍ତ ରଖିବା ପାଇଁ ଭଲ ଖାଦ୍ୟ ଓ ବ୍ୟାୟାମ ଏକାନ୍ତ ଆବଶ୍ୟକ । ଯଦି ଆପଣ ରୋଗମୁକ୍ତ ରୁହନ୍ତି, ତେବେ ଆପଣ ସୁସ୍ଥ ଓ ଫିଟ୍ ରହିପାରିବେ । କିନ୍ତୁ ପରିବର୍ତ୍ତତ ଜୀବନଶୈଳୀ ଲାଗି ଆମ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିନଥାଏ । ଶରୀରକୁ ସୁସ୍ଥ ଖାଦ୍ୟ, ବ୍ୟାୟାମ ସହିତ, ଠିକ୍ ସମୟରେ ଖାଇବା ଓ ନିଦ ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ସକାଳେ ଉଠି ଏହି ନିୟମ ମାନିବା ଦ୍ବାରା ଆପଣ ସୁସ୍ଥ ରହିପାରିବେ। ଆସନ୍ତୁ ଜାଣିବା ସେହି ୭ଟି ନିୟମ କ’ଣ .....
ସକାଳୁ ଜଲଦି ଉଠିବା ଦରକାର - ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତାହାଲେ ରାତିରେ ଶୀଘ୍ର ଶୋଇ ସକାଳୁ ଜଲଦି ଉଠନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ଶରୀର ସୁସ୍ଥ ରହିପାରିବ । ଖାଲି ଏତିକି ନୁହେଁ, ଏହି ଅଭ୍ୟାସ ଦ୍ବାରା ଶରୀରରେ କୌଣସି ପ୍ରକାରର ଅସୁବିଧା ହେବନାହିଁ । ମନ ମଧ୍ୟ ସକ୍ରିୟ ରହିବା ସହ ଆପଣ ପୂର୍ତ୍ତି ଅନୁଭବ କରିବେ । ଶୀଘ୍ର ଉଠିବା ପୂର୍ବରୁ, ଧ୍ୟାନ ରଖନ୍ତୁ ଯେ ପ୍ରାୟ ୮ ଘଣ୍ଟା ଶୋଇବା ନିହାନ୍ତି ଦରକାର ।
ପାଣି ପିଅନ୍ତୁ – ସକାଳୁ ଉଠି ଖାଲି ପେଟରେ ପ୍ରଥମେ ପାଣି ପିଇବା ଉଚିତ୍ । ଅନେକ ଲୋକ ସକାଳୁ ଗରମ ପାଣି ପିଇବାକୁ ପସନ୍ଦ କରନ୍ତି, ଏହା ସ୍ୱାସ୍ଥ୍ୟ ପାଇଁ ହିତକର ମଧ୍ଯ ହୋଇଥାଏ । ସେହିପରି ଦିନସାରା ପ୍ରଚୁର ପାଣି ପିଇବାକୁ ଚେଷ୍ଟା କରନ୍ତୁ । ପାଣି ଶରୀରକୁ ଡିଟକ୍ସ କରିବା ସହ ଶରୀର ଭିତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ସକାଳୁ ଉଷୁମ ପାଣି ପିଇବା ଦ୍ବାରା ପେଟ ସହିତ ଜଡିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ ।
ବ୍ୟାୟାମ କରନ୍ତୁ - ଫିଟ୍ ଓ ସୁସ୍ଥ ରହିବାକୁ ହେଲେ ଶରୀରକୁ ବ୍ୟାୟମ ଅତ୍ୟନ୍ତ ଜରୁରୀ ଅଟେ । ପ୍ରତ୍ୟେକ ଦିନ ୨୦ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ବ୍ୟାୟାମ କରିବା ଦ୍ବାରା ଆପଣ କେବଳ ଫିଟ୍ ରହିବେ ତାହା ନୁହେଁ ବରଂ ଆପଣଙ୍କ ଶରୀର ଅନେକ ରୋଗରୁ ମଧ୍ୟ ରକ୍ଷା ପାଇପାରିବ । ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ବ୍ୟାୟାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |
ଜଳଖିଆ ପୂର୍ବରୁ ବ୍ରଶ୍ କରନ୍ତୁ - ଅନେକ ଲୋକ ବିନା ବ୍ରଶ୍ ନକରି ଜଳଖିଆ ଖାଇଥାଆନ୍ତି । ଏହା କରିବା ଦ୍ବାରା ଖାଦ୍ୟରେ ଉପସ୍ଥିତ ଉପାଦାନଗୁଡ଼ିକ ଦାନ୍ତରେ ଥିବା ପ୍ଲେକ୍ ସହିତ ରାସାୟନିକ ଭାବରେ ପ୍ରତିକ୍ରିୟା କରି ଏସିଡ୍ ସୃଷ୍ଟି କରନ୍ତି, ଯାହା ଦାନ୍ତକୁ ନଷ୍ଟ କରିପାରେ । ବ୍ରଶ କରିବା ପରେ ଜଳଖିଆ ଖାଇବା ଦ୍ୱାରା ଫ୍ଲୋରାଇଡର ଆବରଣ ଦାନ୍ତରେ ଜମା ହୋଇଯାଏ, ଯାହା ଦାନ୍ତକୁ ସୁରକ୍ଷିତ ରଖିଥାଏ ।
ଜଳଖିଆ ଖାଆନ୍ତୁ - କାର୍ଯ୍ୟରେ ବ୍ୟସ୍ତ ଯୋଗୁଁ ଆଜିକାଲି ବହୁ ଲୋକେ ଜଳଖିଆ କରିପାରନ୍ତି ନାହିଁ । ବିଶେଷଜ୍ଞଙ୍କ ମତ ଅନୁଯାୟୀ, ସକାଳୁ ଦୀର୍ଘ ସମୟ ଖାଲି ପେଟ ରହିବା ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇନଥାଏ । ସକାଳୁ ଜଳଖିଆ ନ ଖାଇବା ଦ୍ବାରା ଅନେକ ରୋଗ ସହ ମେଦବହୁଳତା ବଢିବା ନେଇ ସମ୍ଭାବନା ରହିଥାଏ । ସୁସ୍ଥ ଓ ସକ୍ରିୟ ରହିବାକୁ ହେଲେ ସକାଳ ସମୟରେ ଜଳଖିଆ ଖାଇବା ନିହାତି ଜରୁରୀ ଅଟେ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)