Quick White Hair Remedy:  ଧଳା କେଶକୁ କଳା କିମ୍ବା ବ୍ରାଉନ୍ କରିବା ପାଇଁ ଆପଣ ବଜାରର ମିଳୁଥିବା ହେୟାର କର୍ଲର ଉପରେ ଭରଷା କରୁଛନ୍ତି କି ? ଯଦି ହଁ ତେବେ ଏହାକୁ ତୁରନ୍ତ ବନ୍ଦ କରନ୍ତୁ। ବଜାରରେ ବିକ୍ରି ହେଉଥିବା ହେୟାର କର୍ଲର ଆପଣ ବ୍ୟବହାର କଲେ ଏହାର ସାଇଡ ଇଫେକ୍ଟ ଆପଣଙ୍କ କେଶ ଉପରେ ପଡିବ । କେଶକୁ କଳା ବା ବ୍ରାଉନ ବଦଳରେ ଏହା କର୍କଟ ଓ ଆଲର୍ଜି ରୋଗ ସୃଷ୍ଟି କରିଥାଏ । କିନ୍ତୁ ଆପଣ ଅତି ସହଜ ଉପାୟରେ ଘରେ ହେୟାର କର୍ଲର ପ୍ରସ୍ତୁତ କରିପାରିବେ। ଏବଂ ଏହା ସ୍ଥାୟୀଭାବରେ କେଶକୁ କଳା କିମ୍ବା ବ୍ରାଉନ୍ କରିପାରିବ। 


COMMERCIAL BREAK
SCROLL TO CONTINUE READING

ତେବେ ଆସନ୍ତୁ ଜାଣିବା ପ୍ରାକୃତିକ ଭାବରେ କେଶକୁ କିପରି କଳା କିମ୍ବା ବ୍ରାଉନ କର୍ଲର କରିହେବ :


କଳା କେଶ ପାଇଁ ତେଲ ତିଆରି କରିବାର ପଦ୍ଧତି : କଞ୍ଚା ଆମଲା, କଳାଜିରା, ଭୃସଙ୍ଗା ପତ୍ର,ବିଟ୍ ମୂଳ, ମନ୍ଦାର ଫୁଲ, ହେନା ପତ୍ର ଓ ଧନିଆ ପତ୍ରକୁ ଏକାଠି କରି ନଡିଆ ତେଲରେ ମିଶାନ୍ତୁ ଏବଂ ସବୁକୁ ମିଶ୍ରଣ କରି ଚୁଲାରେ ଅତି କମ୍ ଆଞ୍ଚରେ ରାନ୍ଧନ୍ତୁ। ୫ରୁ ୧୦ ମିନିଟ୍ ଯାଏଁ ସେଗୁଡିକୁ ରାନ୍ଧନ୍ତୁ,  ଯେତେବେଳେ ପତ୍ର ଗୁଡିକ ରାନ୍ଧିବା ପରେ ବ୍ରାଉନ କର୍ଲର ହୋଇଯିବ । ସେତେବେଳେ ଏକ ଛଣାରେ ତେଲରୁ ଛାଣନ୍ତୁ । ଏବଂ ଥଣ୍ଡା ହେବା ପରେ ଏହାକୁ ଏକ ବୋତଲରେ ଭରନ୍ତୁ । ଯେତେବେଳେ ଆପଣ ଏହି ତେଲ ଲଗାଇବାକୁ ଚାହାଁନ୍ତି ,ସେତେବେଳେ ପ୍ରଥମେ ପ୍ରଥମେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ପରେ ଏହି ତେଲକୁ ଲଗାନ୍ତୁ । ଏହି ତେଲ ଲଗାଇବା ପରେ ଅତି କମରେ ୩୬ ଘଣ୍ଟା ପାଇଁ କେଶ ଧୋଇ ଦିଅନ୍ତୁ ନାହିଁ । ତେବେ ତେଲ ଲଗାଇବା ସମୟରେ ଆପଣ ହେନା ପାଉଡର ମଧ୍ୟ ମିଶ୍ରଣ କରିପାରିବେ। ଏହା କେଶକୁ ଶୁଷ୍କ କରାଇବାକୁ ଦେବ ନାହିଁ । 


Also Read : Broccoli: ଏହି ରୋଗୀଙ୍କ ପାଇଁ ବିଷ ସଦୃଶ ହୋଇଥାଏ ବ୍ରୋକୋଲି, ଖାଇବା ପୂର୍ବରୁ ଜାଣିରଖନ୍ତୁ ଏହି ବଡ଼ କଥା


Also Read : Foods For Memory: ୩୦ ବର୍ଷ ପରେ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, କମିବନି ସ୍ମରଣ ଶକ୍ତି


କେଶ ରଙ୍ଗ ରଙ୍ଗ କିପରି କରିବେ : ଆପଣ ଚା ’ପତ୍ର, ବିଟ୍ ମୂଳ ଏବଂ କଫିକୁ ମିଶ୍ରଣ କରି  ଏକ କପ୍ ପାଣିରେ ୧୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ।  ଯଦି ଆପଣ ଚାହାଁନ୍ତି, ଏଥିରେ ଆପଣ ବିଟ୍ ରୁଟ ଖଣ୍ତ ଖଣ୍ତ କରି ମିଶ୍ରଣ କରିପାରିବେ। ବର୍ତ୍ତମାନ ସମାନ ପରିମାଣରେ ହେନା ପାଉଡରକୁ ମିଶାନ୍ତୁ ଏବଂ ଏଥିରେ ୧ ଚାମଚ ଆମଲା ପାଉଡର ମିଶାନ୍ତୁ । ମିଶ୍ରଣକୁ ହାଲୁକା ଆଞ୍ଚରେ ଫୁଟାଇ ୧୫ ମିନିଟ୍ ଯାଏଁ ଘୋଡାଇ ରଖନ୍ତୁ ।  ଯେତେବେଳେ ଆପଣ ନିଜ କେଶକୁ ରଙ୍ଗ କରିବାକୁ ଚାହିଁବେ । ସେତେବେଳେ ଆପଣ ଏହି ମିଶ୍ରଣକୁ ନିଜ କେଶରେ ଲଗାଇପାରିବେ । ମିଶ୍ରଣକୁ ଲଗାଇବାର ୨ ଘଣ୍ଟା ପରେ କେଶ ଧୁଅନ୍ତୁ ।   ଯଦି ଆପଣଙ୍କ କେଶ ଝଡୁଥିବ ତେବେ ଆପଣଙ୍କ ଏହି ମିଶ୍ରଣ ଲଗାଇବା ପରେ ମଧ୍ୟ କେଶ ଝଡିବା ବନ୍ଦ ହୋଇଯିବ । 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)