Horoscope Of 2024: ଆଉ ଦିନ କେଇଟା ପରେ ଶେଷ ହୋଇଯିବ ପୁରୁଣା ବର୍ଷ । ଆଉ ଆସିବ ନୂଆବର୍ଷ ୨୦୨୪।  ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ରାଶିଫଳ ବ୍ୟକ୍ତିର ଭବିଷ୍ୟତ ବାବଦରେ ସମ୍ୟକ୍ ସୂଚନା ଦେଇଥାଏ। ଅନେକ ସମୟରେ ରାଶି ଚଳନ ମନୁଷ୍ୟ ଜୀବନ ଉପରେ ପ୍ରଭାବ ପକେଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେମିତି କଟିବ ବର୍ଷ  ୨୦୨୪...


COMMERCIAL BREAK
SCROLL TO CONTINUE READING

ALSO READ: Mangal Gochar 2023: ନୂଆବର୍ଷ ପୂର୍ବରୁ ଧନୀ ହେବେ ଏହି ତିନି ରାଶି, ନୂଆ ଚାକିରି ସାଙ୍ଗକୁ ରହିଛି ପଦୋନ୍ନତିର ଯୋଗ


 ୨୦୨୪ରେ କିଭଳି ରହିବ ଆପଣଙ୍କ ଭାଗ୍ୟ :


ମେଷ ରାଶି:  ବର୍ଷ ୨୦୨୪, ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ସଂଘର୍ସମୟ ରହିବ। ବିଶେଷ କରି, ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ପେଟ ଏବଂ ଚକ୍ଷୁ ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇପାରନ୍ତି । ଟଙ୍କା ସଞ୍ଚୟ ପ୍ରତି ଧ୍ୟାନ ଦେବା ଉଚିତ୍। ନଚେତ୍ ଆପଣଙ୍କ ବର୍ଷସାରା ଅନାବଶ୍ୟକ ଖର୍ଚ୍ଚ ବଢିବ।  ବିଶେଷ କରି,  ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ପାଇଁ ଏହି ବର୍ଷ ଭଲ ରହିବ। କର୍ମକ୍ଷେତ୍ରରେ ବି ବିବାଦ ଦେଖାଦେବ।  ସହକର୍ମୀଙ୍କ ସହିତ ମତଭେଦ ହୋଇପାରେ। କିନ୍ତୁ ବିବାହିତ ଜୀବନ ସୁଖମୟ ହେବ।


ବୃଷ ରାଶି: ଏ-ବର୍ଷ ଆପଣଙ୍କୁ ମିଶ୍ରିତ ଫଳ ମିଳିବ। ବର୍ଷ ଆରମ୍ଭରୁ ପାରିବାରିକ ବିବାଦ ଦେଖାଦେଇପାରେ। ଯାହା ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇବ।  କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିପାରେ। ବ୍ୟବସାୟୀଙ୍କୁ କିଛି ପାଇଁ ବର୍ଷଟି ସେତେ ଖାସ୍ ରହିବ ନାହିଁ। କ୍ଷତି ସହିପାରନ୍ତି। ଗାଡି, ନୂଆ ଘର କିଣିପାରନ୍ତି। ପ୍ରେମୀଙ୍କ ପାଇଁ ବର୍ଷଟି ଖୁବ୍ ଭଲ ରହିବ। ବୈବାହିକ ଜୀବନରେ ତିକ୍ତତା ଦେଖାଦେଇପାରେ। 


ମିଥୁନ ରାଶି:  ଏହି ରାଶିର ଲୋକଙ୍କ ପାଇଁ ବର୍ଷଟି ବେଶ୍ ଆନନ୍ଦମୟ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଶତ୍ରୁ ମାନଙ୍କ ଠାରୁ ଦୂରତା ବାଜାୟୀ ରଖନ୍ତୁ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ। ବନ୍ଧୁ ମାନଙ୍କଠାରୁ ସମର୍ଥନ ପାଇବ। ତରବରିଆ ଭାବେ ନେଇଥିବା ନିଷ୍ପତି ଯୋଗୁଁ ଆପଣ ସମସ୍ୟାରେ ପଡିପାରନ୍ତି। ଟଙ୍କା ବିନିଯୋଗ କରିବା ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।  ଶିକ୍ଷା ସହିତ ଜଡିତ ଲୋକଙ୍କ ପାଇଁ ପ୍ରଗତିର ବାଟ ଖୋଲିବ। 


କର୍କଟ ରାଶି : ୨୦୨୪ କର୍କଟ ରାଶି ପାଇଁ ଶୁଭଫଳଦାୟୀ ହେବ ନାହିଁ। ଶନିଙ୍କ ଛାୟା ଏହି ରାଶିରେ ଥିବାରୁ କଠିନ ପରିଶ୍ରମ କଲେ ମଧ୍ୟ ଆପଣଙ୍କୁ ଭଲ ଫଳ ମିଳିବ ନାହିଁ। କର୍ମକ୍ଷେତ୍ରରେ ବାଧା ଉପୁଜିବ ଏବଂ ସ୍ଥାନ ପରିବର୍ତ୍ତନ ହେତୁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଭୋଗିବେ। ନିଜ ପରିବାର ଲୋକେ ଆପଣଙ୍କ ସହ ଶତ୍ରୃତା ମନୋଭାବ ରଖିବେ। ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ। ପାରିବାରିକ ବିବାଦ ଯୋଗୁଁ ଆପଣଙ୍କ ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେବ।  ଘରେ ଶୁଭ କାର୍ଯ୍ୟ ହେବାର ସମ୍ଭାବନା ରହିଛି। 


ସିଂହ ରାଶି:  ଏ-ବର୍ଷ ସିଂହ ରାଶିର ଲୋକଙ୍କ ପାଇଁ ବର୍ଷ ୨୦୨୪ ସ୍ବାଭାବିକ୍ ରହିବ। ଜାତକରେ ରାହୁଙ୍କ ସ୍ଥିତି ଯୋଗୁଁ  ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଦେଖାଦେବ।  ବ୍ୟବସାୟରେ ସଫଳତା ପାଇବେ। ବର୍ଷ ଶେଷ ଆଡକୁ ତିର୍ଥଯାତ୍ରା କରିପାରନ୍ତି। ଏବଂ କର୍ମକ୍ଷେତ୍ରରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିବା ସହ ନୂଆ ଚାକିରି ନେଇ ବଡ ଅଫର ବିଦେଶରୁ ମିଳିପାରେ।  କୃଷକମାନଙ୍କ ପାଇଁ ବର୍ଷଟି ଖୁବ୍ ଭଲ ରହିବ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରି ସଫଳ ହେବେ । ଯେଉଁମାନେ କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି।


କନ୍ୟା ରାଶି : ବର୍ଷ ୨୦୨୪ ଏହି ରାଶିର ଲୋକେ ଶୁଭଫଳ ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହିତ ଧନଧାନ୍ୟରେ ଜୀବନ ଭରିଯିବ। ବିଦେଶ ଭ୍ରମଣ କରିବାର ସମ୍ଭାବନା ରହିଛି । ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ନିଜ ସନ୍ତାନ ମାନଙ୍କ ଠାରୁ ଭଲ ଖବର ପାଇବେ। ଏହା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। କୋର୍ଟ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ, କିନ୍ତୁ ତୁମେ ସଫଳତା ପାଇବେ। ପାରିବାରିକ ବିବାଦ ଦେଖାଦେଇପାରେ।  ସନ୍ତାନ ସୁଖ ବି ପାଇପାରନ୍ତି। ଏହି ରାଶିର ଲୋକମାନେ ଅଟକିଥିବା ଟଙ୍କା ପାଇବେ । ଚାକିରିଆ ଲୋକଙ୍କ ପାଇଁ ବର୍ଷଟି ଭଲ ରହିବ।


ତୁଳା ରାଶି: ସେହିପରି, ତୁଳା ରାଶିର ଲୋକେବି ଶୁଭଫଳ ପାଇବେ। ବ୍ୟବସାୟରେ ସମସ୍ୟା ସତ୍ୱେ ଲାଭ ଆଦି ଫଳ ଭୋଗ କରିବେ । ରାଜନୀତିରେ ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ । ସଭା ସମିତି ପ୍ରଭୁତିରୁ ଅଶ୍ୱସ୍ଥି ଲାଭ କରିବେ । ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ। ଯେଉଁମାନେ ମଧ୍ୟସ୍ତି କର୍ମକ୍ଷେତ୍ରରେ ଜଡିତ । ସେମାନଙ୍କ ପାଇଁ ବର୍ଷଟି ବହୁତ୍ ଭଲ ରହିବ। କିନ୍ତୁ ବର୍ଷ ଆରମ୍ଭରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଘରେ କୌଣସି ବଡ଼ ଅଘଟଣ ଦେଖାଦେଇପାରେ। ଶୁଭ କାର୍ଯ୍ୟରେ ବିଳମ୍ବ ହେବ। 

ବିଛା ରାଶି: ଚଳିତ ବର୍ଷ ବିଛା ରାଶିର ଲୋକଙ୍କ ପାଇଁ ବର୍ଷ ୨୦୨୪ ସେତେଟା ମଙ୍ଗଳମୟ ହେବନି। କାହିଁକିନା ଏହି ରାଶି ଉପରେ ଶନିଙ୍କ ପ୍ରଭାବ ରହିଥିବାରୁ ଅଜଣା କାରଣରୁ ମନରେ ଭୟ ସଂଚାର ହେବ।  କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ବରିଷ୍ଠ ଅଧିକାରୀଙ୍କ ପାଇଁ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିପାରେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। ପିଲାମାନଙ୍କ ସହିତ ମତଭେଦ ଦେଖାଦେଇପାରେ। ଅର୍ଥହାନୀର ଯୋଗ ରହିଛି। ଜମି କିଣା ହୋଇପାରେ।


ଧନୁ ରାଶି:  ବର୍ଷ ୨୦୨୪ ଏହି ରାଶିର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ନିଜ ସନ୍ତାନମାନଙ୍କ ଠାରୁ ଭଲ ଖବର ପାଇପାରନ୍ତି। ବ୍ୟବସାୟରେ ଫସି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। କିନ୍ତୁ ଜମିଜମା ବିବାଦ ଦେଖାଦେଇପାରେ। ରୋଜଗାର ପାଇଁ ନୂଆ ବାଟ ଖୋଲିବ। କିଛି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ପୁରୁଣା ରୋଗରୁ ମୁକ୍ତି ମିଳିବ। ବର୍ଷ ଆରମ୍ଭରୁ ଦୂରଯାତ୍ରା କରିପାରନ୍ତି। କାର୍ଯ୍ୟାଳୟରେ ଆପଣଙ୍କୁ ବଡ଼ ପ୍ରମୋସନ୍ ମିଳିବ। 


ମକର ରାଶି:  ୨୦୨୪ ବର୍ଷ ଏହି ରାଶିର ଲୋକଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। କାହିଁକିନା ଏ ରାଶିର ଲୋକଙ୍କ ଜାତକରେ ଶନୀ ସାଢେ ସତୀର ପ୍ରଭାବ ରହିଛି। ଫଳରେ ଆପଣ ପ୍ରତ୍ୟକ କାର୍ଯ୍ୟରେ ଅସଫଳତା ପ୍ରାପ୍ତ କରିବେ। ଦାମ୍ପତ୍ୟ ଜୀବନରେ ବିବାଦ ପୂର୍ଣ୍ଣ ହେବ। ଆପଣଙ୍କୁ ଅପମାନଜନକ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ଖରାପ ରହିବ। ଟଙ୍କା ପଇସାର ଅଭାବ ବର୍ଷସାରା ଲାଗି ରହିବ। ଦୁର୍ଘଟଣାର ସାମ୍ନା କରିପାରନ୍ତି। 


କୁମ୍ଭ ରାଶି: କର୍ମକ୍ଷେତ୍ରରେ ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି । କୌଣସି କାମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ବହୁତ ଭଲ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ସେତେଟା ଭଲ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ । ଶାସ୍ତ୍ରାଧ୍ୟୟନ, ସାହିତ୍ୟ ଚର୍ଚ୍ଚା, ସଭାସମିତି, ବିତର୍କରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ। ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ବର୍ଷ ସାରା ଆର୍ଥିକ ସମସ୍ୟା ଦେଖାଦେଇପାରେ। 


ମୀନ ରାଶି:  ସେହିପରି ଏହି ରାଶିର ଲୋକଙ୍କ ପାଇଁ ବର୍ଷଟି ଅଶୁଭ ଫଳ ପ୍ରଦାନ କରିବ। ବ୍ୟବସାୟରେ ଉତ୍ଥାନ-ପତନ ଦେଖାଦେବ। କାର୍ଯ୍ୟ ଭାର ହେତୁ ମାନସିକ ଚାପ ରହିବ । ଏକାଧିକ କାମ ହାତକୁ ନେଇ ବ୍ୟଥିତ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ପୁରୁଣା ବିନିଯୋଗୁ ମଧ୍ୟ ଲାଭ ପାଇପାରନ୍ତି। ଜମିଜମା ବିବାଦରେ ଫସିପାରନ୍ତି।