Lifestyle Changes For Fertility: ଅସ୍ବାସ୍ଥ୍ୟକର ଜୀବନ ଶୈଳୀ କାରଣରୁ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ (Male sexual health) ଉପରେ ପ୍ରଭାବ ପଡିଥାଏ । ମହିଳାଙ୍କ ପରି ପୁରୁଷମାନଙ୍କ ଠାରେ ମଧ୍ୟ ବନ୍ଧ୍ୟା ଦୋଷ (male fertility )ଦେଖାଦେଉଛି । ଯାହା ଫଳରେ ସେମାନେ ବାପା ହେବା ସୁଖରୁ ବଞ୍ଚିତ ହେଉଛନ୍ତି। ତେବେ, ଏଥିପାଇଁ କିଛି ଟିପ୍ସ ରହିଛି । ଯାହା ଦ୍ବାରା ପୁରୁଷମାନେ ବନ୍ଧ୍ୟାଦୋଷରୁ ମୁକ୍ତି ପାଇପାରିବେ। ଏବଂ ବାପା ହେବାର ସୁଖ ମଧ୍ୟ ପାଇପାରିବେ। 


COMMERCIAL BREAK
SCROLL TO CONTINUE READING

Also Read: Health Tips: ଦମ୍ପତିଙ୍କ ମଧ୍ୟରେ କମୁଛି ଶାରୀରିକ ସମ୍ବନ୍ଧର ଦୂରତା, ଜାଣନ୍ତୁ କାରଣ କଣ?


ପ୍ରଜନନ କ୍ଷମତା ବୃଦ୍ଧି ପାଇଁ ପୁରୁଷମାନେ ଆପଣାନ୍ତୁ ଏହି ସବୁ ଉପାୟ :


ଖାସ୍ କରି ଆପଣ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣନ୍ତୁ । ଏକ ରିସର୍ଚ୍ଚରୁ  ଜଣାପଡି଼ଛି ଯେ, ସକ୍ରିୟ ପୁରୁଷମାନଙ୍କର ଟେଷ୍ଟୋଷ୍ଟେରନ୍ ସ୍ତର ଏବଂ ନିଷ୍କ୍ରିୟ ପୁରୁଷଙ୍କ ଅପେକ୍ଷା ଉଚ୍ଚ ଗୁଣର ଶୁକ୍ରାଣୁ ଥାଏ । ଏହା ସହିତ, ଅତ୍ୟାଧିକ କାର୍ଯ୍ୟକଳାପରୁ ଦୂରେଇ ରହିବା ଉଚିତ କାରଣ ଏହାର ପ୍ରତିକୂଳ ପ୍ରଭାବ ପଡିପାରେ ଏବଂ ଟେଷ୍ଟୋଷ୍ଟେରନ୍ ସ୍ତର ହ୍ରାସ ହୋଇପାରେ । 


ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ନିଜ ଡାଏଟରେ ସାମିଲ୍ କରନ୍ତୁ:


ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ପୁରୁଷମାନେ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ନିଜ ଡାଏଟରେ ସାମିଲ୍ କରନ୍ତୁ। ଏହା ସେମାନଙ୍କ ଶୁକ୍ରାଣୁ ସଂଖ୍ୟା ବଢାଇବାରେ ସାହାର୍ଯ୍ୟ କରେ। ଫଳରେ ଆପଣଙ୍କ ପ୍ରଜନନ କ୍ଷମତା ମଧ୍ୟ ବଢିଥାଏ। 


ଅଧିକ ସବୁଜ ପନିପରିବା ଖାଆନ୍ତୁ :
ଖାସ୍ କରି ସବୁଜ ପନିପରିବା ମଧ୍ୟ ଆପଣଙ୍କ ପ୍ରଜନନ କ୍ଷମତା ବଢାଇବାରେ ସାହାର୍ଯ୍ୟ କରେ। ଏହା ଆପଣଙ୍କ ଠାରେ ସୃଷ୍ଟି ହେଉଥିବା ଶୁକ୍ରାଣୁକୁ ମଧ୍ୟ ବେଶ୍ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ। ପୁରୁଷ ବନ୍ଧ୍ୟାଦୋଷ ରୋକିବା ପାଇଁ ଆପଣ ନିଜ ଡାଏଟରେ , ଶଷ୍ୟ, ଅଲିଭ୍ ଅଏଲ , ବାଦାମ୍ ତେଲ, ମାଛ , ଚିକେନ୍ ପରି ଖାଦ୍ୟ ମଧ୍ୟ ସାମିଲ କରନ୍ତୁ। 


ଧୂମ୍ରପାନ ଛାଡ଼ନ୍ତୁ:


ଧୂମ୍ରପାନ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ। ଏହା ଫୁସଫୁସ କ୍ୟାନସର, ହାର୍ଟ ରୋଗ, ବ୍ଲକ ଭେସେଲ ନଷ୍ଟ, ଶ୍ୱାସ ପ୍ରଶ୍ୱାସ ଓ ଆଖି ରୋଗ ଭଳି ମାରାତ୍ମକ ରୋଗ ମଧ୍ୟ ସୃଷ୍ଟି କରିବାରେ ସହାୟକ ହୁଏ। କେବଳ ସେତିକି ନୁହେଁ,  ପ୍ରଜନନ କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଧୂମ୍ରପାନ କରୁଥିବା ପୁରୁଷଙ୍କ ଠାରେ ବନ୍ଧ୍ୟାଦୋଷ ଅଧିକ ଦେଖାଦେଇଥାଏ। ତେଣୁ ଯଥା ସମ୍ଭବ ଆପଣ ଧୂମ୍ରପାନ ଛାଡନ୍ତୁ। 


ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଖାଆନ୍ତୁ :


ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ସହ ମଜବୁତ୍ କରିଥାଏ।  ଏକ ରିସର୍ଚ୍ଚରୁ ଜଣାପଡି଼ଛି ଯେ, ଭିଟାମିନ୍ ସି ଯୁକ୍ତ ଖାଦ୍ୟ ପୁରୁଷମାନେ ଖାଇବା ଉଚିତ୍ । 


ଟେନସନରୁ ଦୂରେଇ ରୁହନ୍ତୁ : 
ଟେନସନ୍ ବା ଚାପ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଖାସ୍ କରି ଆପଣଙ୍କ ଶୁକ୍ରାଣୁ ସଂଖ୍ୟା କମ୍ କରିଥାଏ। ତେଣୁ ଯଥା ସମ୍ଭବ ଆପଣ ଖୁସି ରହିବାକୁ ଚେଷ୍ଟା କରନ୍ତୁ। 


ମଦ୍ୟପାନ କମ୍ କରନ୍ତୁ  : 
ଅତ୍ୟଧିକ ମଦ୍ୟପାନ କରିବା ଦ୍ବାରା  ଶୁକ୍ରାଣୁ ଉତ୍ପାଦନ ହ୍ରାସ ହୁଏ ଏବଂ ଟେଷ୍ଟୋଷ୍ଟେରନ୍ ସ୍ତର କମିଯାଏ । ଯଦି ଆପଣ ମଦ୍ୟପାନ କରୁଛନ୍ତି । ତେବେ, କମ୍ ମାତ୍ରାରେ ମଦ୍ୟପାନ କରିବା ଉଚିତ୍ । 


(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । )