Kidney Detox Drinks: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏଥିରେ କୌଣସି ପ୍ରକାରର ତ୍ରୁଟି ଦେଖାଗଲେ ଆମ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ତାହାର ପ୍ରଭାବ ପଡିଥାଏ । ଏପରି ପରିସ୍ଥିତିରେ କିଡନୀକୁ ସୁରକ୍ଷା ଦେବାର ଦାୟିତ୍ୱ ମଧ୍ୟ ଆମର ହୋଇଯାଏ। ପ୍ରତିଦିନ ଚା-କଫି ପିଇବା ଏବଂ ଅସ୍ୱାସ୍ଥ୍ୟକର ତଥା କ୍ଷତିକାରକ ବିଷାକ୍ତ ପାନୀୟ ନେବା ଦ୍ୱାରା ତାହା ଆମ ଶରୀରରେ ଜମା ହେବା ଆରମ୍ଭ କରେ । ଏହି ବିଷାକ୍ତ ପଦାର୍ଥ କିଡନୀ ରୋଗକୁ ମଧ୍ୟ ଆମନ୍ତ୍ରଣ କରିଥାଏ । ଆମ ଶରୀରରେ କିଡନୀର କାମ ହେଉଛି ଶରୀରରୁ ମଇଳା ବିଷାକ୍ତ ପଦାର୍ଥ ବାହାର କରିବା । ଏଭଳି ପରିସ୍ଥିତିରେ, କିଡନୀ ବିଫଳତା ହେତୁ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ । ଶରୀର ଭିତରେ ବିଷାକ୍ତ ପଦାର୍ଥର ଉପସ୍ଥିତି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ଠିକ୍ ନୁହେଁ । ଆଜି ଆପଣଙ୍କୁ ଏପରି ୫ ଟି ସୁସ୍ଥ ଏବଂ ପ୍ରଭାବଶାଳୀ ପାନୀୟ ବିଷୟରେ କହିବୁ ଯାହା କିଡନୀକୁ ଡିଟକ୍ସାଇଫ୍ କରିବାରେ ସାହାଯ୍ୟ କରିବ ।


COMMERCIAL BREAK
SCROLL TO CONTINUE READING

ଲେମ୍ବୁ


ପ୍ରତିଦିନ ସକାଳ ଆରମ୍ଭରୁ ଆପଣ ୨ ଗ୍ଲାସ୍ ଉଷୁମ ପାଣିରେ ଲେମ୍ୱୁ ମିଶାଇ ପିଇବା ଆବଶ୍ୟକ । ଯାହା କିଡନୀ ସ୍ୱାସ୍ଥ୍ୟ ପାଇଁ ଭଲ ହେବ । ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଥାଏ, ଯାହା କିଡନୀ ଷ୍ଟୋନକୁ ରୋକିଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ମଧ୍ୟ ସହାୟକ ହୋଇଥାଏ ।


ଧନିଆ ପତ୍ର ରସ


ଦିନକୁ ଗୋଟିଏ ଗ୍ଲାସ୍ ତାଜା ଧନିଆ ପତ୍ର ରସ ପିଇବା କିଡନୀ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏହି ରସ ଶରୀରକୁ ହାଇଡ୍ରେଟ୍ ରଖେ ଏବଂ କିଡନୀ ସଫା କରିବାରେ ସାହାଯ୍ୟ କରେ ।


ଅମୃତଭଣ୍ଡା ଏବଂ କମଳା ରସ


ଏହି ଦୁଇଟି ଫଳ କିଡନୀ ରୋଗ ପାଇଁ ଏକ ଔଷଧ ଭାବେ ବିବେଚନା କରାଯାଏ । ଯଦି ଆପଣ ମଧ୍ୟ କିଡନୀ ଜନିତ ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆପଣ ଏହି ଦୁଇଟିକୁ ମିଶାଇ ତାଜା ରସ ଗ୍ରହଣ କରି ପାରିବେ । ଅମୃତଭଣ୍ଡାରେ ପେପେନ୍ ନାମକ ଏକ ଏନଜାଇମ୍ ଥାଏ, ଯାହା କିଡନୀ ସଫା କରିବାରେ ସାହାଯ୍ୟ କରିଥାଏ । କମଳାରେ ଭିଟାମିନ୍ ସି ଥାଏ, ଯାହା କିଡନୀ ସ୍ୱାସ୍ଥ୍ୟକୁ ଭଲ ରଖିଥାଏ । ଉଭୟ ଫଳର ରସ ପିଇବା ଦ୍ୱାରା କିଡନୀ ଷ୍ଟୋନ ଏବଂ ଅନ୍ୟାନ୍ୟ ସମସ୍ୟା ଦୂର ହୋଇଥାଏ ।


ଅଦା ଏବଂ ଲେମ୍ବୁ ଚା


ଉଭୟ ଅଦା ଏବଂ ଲେମ୍ବୁ କିଡନୀ ପାଇଁ ଲାଭଦାୟକ ଅଟେ । ଅଦା କିଡନୀ ଫୁଲାକୁ କମ୍ କରିଥାଏ । ଏଥି ସହିତ ଲେମ୍ବୁ କିଡନୀକୁ ସଫା ରଖିବାରେ ସହାୟକ ହୋଇଥାଏ । ଅଦାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହାକୁ ପ୍ରସ୍ତୁତ କରିବାକୁ ହେଲେ ଆପଣ ୧ କପ୍ ପାଣି ଗରମ କରି ସେଥିରେ ୧ ଇଞ୍ଚର ଅଦା ଏବଂ ଫାଳେ ଲେମ୍ବୁର ରସ ମିଶାଇ ପିଅନ୍ତୁ ।


ଶୁଦ୍ଧ ପାଣି


କିଡନୀ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାନୀୟ ହେଉଛି ଶୁଦ୍ଧ ଜଳ । ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା କିଡନୀ ସଫା ହେବାରେ ସାହାଯ୍ୟ କରେ । ଜଳ ମଧ୍ୟ କିଡନୀକୁ ଫିଲ୍ଟ୍ରେସନରେ ସାହାଯ୍ୟ କରିଥାଏ । ପାଣି ପିଇବା ଦ୍ୱାରା କିଡନୀ ବିଷାକ୍ତ ପଦାର୍ଥ ବାହାରିଯାଏ । ଗୋଟିଏ ଦିନରେ ଅତି କମରେ ୮ ରୁ ୧୦ ଗ୍ଲାସ୍ ପାଣି ପିଇବା ଆବଶ୍ୟକ ।


Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। ଆପଣ ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ ।


Also Read- Vladimir Putin: ବର୍ଷ ଆରମ୍ଭରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି, ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ


Also Read- ଆସୁଛନ୍ତି ରାଷ୍ଟ୍ରପତି, ଡିସେମ୍ୱର ୩ରୁ ୬ ଏହି ରୁଟ୍ ରେ ଗାଡି ଚଳାଚଳ ବନ୍ଦ