healthy skin during the rainy season : ଏବେ ବର୍ଷା ଋତୁ ଆରମ୍ଭ ହୋଇଛି। ଚାରିଆଡେ ବର୍ଷା ଲାଗି ରହିବା ସହ ଗରମ ମଧ୍ୟ ହେଉଛି। କାରଣ ପରିବେଶରେ ଆର୍ଦ୍ରତା ମାତ୍ରା ମଧ୍ୟ ଅଧିକ ରହୁଛି। ହ୍ୟୁମିଡିଟି କାରଣୁ ସ୍କିନରେ ବିଭିନ୍ନ ସମସ୍ୟା ଦେଖାଦେଉଛି। ଆଉ ସ୍କିନ ମଧ୍ୟ ତେଲିଆ ଲାଗୁଛି। ଶରୀରରୁ ବହୁତ ମାତ୍ରାରେ ଝାଳ ବାହାରୁଛି। ଅତ୍ୟଧିକ ଝାଳ ବାହାରିବା ଦ୍ବାରା ଆମ ଶରୀରରେ ଥିବା ଲୋମ ଛିଦ୍ରାଂଶ ବନ୍ଦ ହେବାର ସମ୍ଭାବନା ରହିଛି। ଯେଉଁଥିପାଇଁ ମୁହଁରୁ ଅଧିକ ଝାଳ ବାହାରେ। ମୁହଁରେ ରାସେସ ଭଳି ହୋଇଯାଏ।ତେବେ ଏଭଳି ସ୍ଥିତିରେ ଆମେ ଆମର ସ୍କିନକୁ କିଭଳି ସୁରକ୍ଷିତ ରଖିବା ସେନେଇ ସମସ୍ତେ ଏବେ ଚିନ୍ତାରେ।


COMMERCIAL BREAK
SCROLL TO CONTINUE READING

ମହିଳାମାନେ ଏଭଳି ପରିସ୍ଥିତି ସ୍କିନ କେୟାର ରୁଟିନକୁ ଫଲୋ କରିବା ଦରକାର। ଚାଲନ୍ତୁ ଜାଣିବା କିଭଳି ଏହାର ଉପଚାର କରିବେ।


ଏକ୍ସପର୍ଟଙ୍କ ମୁତାବକ ବର୍ଷାଦିନେ ଅନେକାଂଶରେ ଚର୍ମ ସମସ୍ୟା ଦେଖାଦିଏ। କାରଣ ତାପମାତ୍ରା କମ ହୋଇଥାଏ। ଯେଉଁଥିପାଇଁ ସ୍କିନ ଖୁବଶୀଘ୍ର ତୈଳାକ୍ତ ହୋଇଥାଏ। ଏଥିରେ ମୁହଁରେ ବ୍ରଣ ହେବାସହ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ। ଦିନରେ ଆପଣ ଯେତେ ଲିକ୍ୟୁଇଡ ପଦାର୍ଥ ଖାଇବେ ତାହା ଆପଣଙ୍କ ପାଇଁ ସେତେ ଭଲ। ଆପଣଙ୍କ ଶରୀରକୁ ଏହା ହାଇଡ୍ରେଟ ରଖିବ।


-ଅଏଲି ମଶ୍ଚରାଇଜର ବ୍ୟବହାର କରନ୍ତୁ ନାହିଁ
-କିଛି ସମୟ ବ୍ୟବଧାନ ମଧ୍ୟରେ ମୁହଁ ଧୋଇବା ନିହାତି ଦରକାର। 
-ସ୍କିନରୁ ରଗଡ଼ିକି ଝାଳ ପୋଛନ୍ତୁ ନାହିଁ ଏଭଳି ପୋଛିଲେ ସ୍କିନରେ ରାସେସ ହୋଇଥାଏ। 
-ଓଦା ହୋଇଥିବା ଡ୍ରେସ, ହେୟାର ବ୍ୟାଣ୍ଡ, ଝାଳ ବାହାରିଥିବା ଡ୍ରେସକୁ ଦ୍ବିତୀୟ ଥର ବ୍ୟବହାର କରନ୍ତୁ ନାହିଁ,ଏହାଦ୍ୱାରା ଚର୍ମରେ ଫଙ୍ଗଲ ହୋଇଥାଏ।
-ସଫା ବସ୍ତ୍ର ପରିଧାନ କରନ୍ତୁ
-ସବୁଜ ପନିପରିବା ଏବଂ ବହୁ ମାତ୍ରାରେ ପାଣି ପିଅନ୍ତୁ,ଯଦି ପାରିବେ ପିଉଥିବା ପାଣିରେ ବିଟ ରୁଟ,ଗାଜର,କାକୁଡି, ଧନିଆ ପତ୍ର ପକାଇ ସେହି ପାଣିକୁ ପିଅନ୍ତୁ।ଏହାଦ୍ୱାରା ଚର୍ମ ଡିଟକ୍ସ ରହିଥାଏ। ଓ ବ୍ରଣ ସମସ୍ୟା ଦୂରେଇ ଯାଇଥାଏ।ଫଳରେ ଚର୍ମ ଚିକ୍କଣ ହୋଇଥାଏ।