Universal USB-C Port: ୟୁରୋପୀୟ ୟୁନିଅନ୍ ପରେ ଭାରତରେ ସମସ୍ତ ସ୍ମାର୍ଟ ଡିଭାଇସରେ USB-C ଚାର୍ଜିଂ ପୋର୍ଟକୁ ଅନିବାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର । କେନ୍ଦ୍ର ସରକାରଙ୍କ ଆନ୍ତଃମନ୍ତ୍ରୀସ୍ତରୀୟ ଟାସ୍କଫୋର୍ସ ବୈଠକ ପରେ ଦେଶରେ ବିକ୍ରି ହେଉଥିବା ସମସ୍ତ ସ୍ମାର୍ଟ ଡିଭାଇସରେ USB-C ପୋର୍ଟ ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ଏଣିକି ଦେଶରେ ସମସ୍ତ ସ୍ମାର୍ଟ ଉପକରଣରେ ରହିବ USB-C Port । ବୈଦ୍ୟୁତିକ ଉପକରଣ ପାଇଁ ସାଧାରଣ ଚାର୍ଜିଂ ପୋର୍ଟ USB-C Port ଯୁକ୍ତ କରିବା ପାଇଁ ପର୍ଯ୍ୟାୟକ୍ରମେ ଦେଶର ସମସ୍ତ ସ୍ମାର୍ଟଫୋନ୍ ନିର୍ମାଣକାରୀ କମ୍ପାନି ଏବଂ ଶିଳ୍ପସଂସ୍ଥା ସହମତି ପ୍ରକାଶ କରିଛନ୍ତି । ଏନେଇ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ୟୁନିଫର୍ମ ଚାର୍ଜିଂ ପୋର୍ଟଗୁଡିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓ ଉଦ୍ୟୋଗ ସଂଗଠନ ଗୁଡ଼ିକ ମଧ୍ୟରେ ଗ୍ରାହକ ସନ୍ତୁଷ୍ଟି ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।


ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି


ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ (Consumer Affairs Ministry)ର ସଚିବ ରୋହିତ କୁମାର ସିଂଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।  ଆନ୍ତଃମନ୍ତ୍ରୀସ୍ତରୀୟ ଟାସ୍କଫୋର୍ସ ବୈଠକରେ ଆଲୋଚନାରେ ୟୁନିଭର୍ସାଲ ପୋର୍ଟ ଫ୍ୟାସିଲିଟି (one charging port for all devices) ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ MAIT, FICCI, CII, IIT କାନପୁର,  IIT (BHU), ବାରାଣସୀ ସମେତ ପରିବେଶ ମନ୍ତ୍ରାଳୟ, ଶିଳ୍ପ ସଙ୍ଗଠନର ପ୍ରତିନିଧି ଯୋଗ ଦେଇଥିଲେ।


ପର୍ଯ୍ୟାୟ କ୍ରମେ ହେବ ରୋଲଆଉଟ୍ 


ପର୍ଯ୍ୟାୟ କ୍ରମେ ସ୍ମାର୍ଟଫୋନ କମ୍ପାନି ଓ ଅନ୍ୟ ସ୍ମାର୍ଟ ଉପକରଣ ନିର୍ମାଣକାରୀ କମ୍ପାନିର ଚାର୍ଜିଂ ପୋର୍ଟରେ ସମାନତା ଆସିବ । ସରକାରଙ୍କ ନିର୍ଦ୍ଦେଶକୁ ସମସ୍ତ ଷ୍ଟକହୋଲ୍ଡର ସହମତି ଦେଇଥିଲେ ବି ଏଥିପାଇଁ କିଛି ସମୟ ମାଗିଛନ୍ତି ସ୍ମାର୍ଟ ଉପକରଣ ନିର୍ମାଣକାରୀ କମ୍ପାନି । ସାଧାରଣ ଚାର୍ଜିଂ ପୋର୍ଟର ଏକ ପର୍ଯ୍ୟାୟ ରୋଲ-ଆଉଟ୍ ପାଇଁ ପ୍ରୟାସ କରାଯାଉଛି । ଏଥିପାଇଁ ସମସ୍ତ କମ୍ପାନିର ଷ୍ଟକ, ଉତ୍ପାଦନ ହେବାକୁ ଯାଉଥିବା ସାମଗ୍ରୀର ଅନୁଧ୍ୟାନ କରିବାକୁ ପଡ଼ିବ । ଯଦିଓ ଅଧିକାଂଶ ସ୍ମାର୍ଟ
ଡିଭାଇସରେ USB-C Port ଉଲପବ୍ଧ ରହିଥାଏ । କିନ୍ତୁ ସ୍ମାର୍ଟ ଫୋନ ବ୍ୟତୀତ ଅନ୍ୟ ଉପକରଣରେ ଟାଇଟ୍-ଏ ପୋର୍ଟ ମଧ୍ୟ ବ୍ୟବହାର ହୋଇଥାଏ । ଏହିସମସ୍ତ ଷ୍ଟକକୁ ପୁନର୍ବାର ପରବର୍ତ୍ତନ କରାଯାଇ Universal USB-C Portକୁ ପରିବର୍ତ୍ତନ କରାଯିବ । 


ଫିଚର ଫୋନରେ ରହିପାରେ ଅଲଗା ଚାର୍ଜିଂ ପୋର୍ଟ


ସ୍ମାର୍ଟଫୋନ୍, ଟାବଲେଟ୍, ଲାପଟପ୍ ଇତ୍ୟାଦି ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ପାଇଁ ଚାର୍ଜିଂ ପୋର୍ଟ ଭାବରେ USB ଟାଇପ୍-ସି ଗ୍ରହଣ ଉପରେ ଷ୍ଟକ୍ ହୋଲ୍ଡରଙ୍କ ମଧ୍ୟରେ ବ୍ୟାପକ ସହମତି ପ୍ରକାଶ ପାଇଛି । ଏଥିସହ ଫିଚର ଫୋନ୍ ପାଇଁ ଏକ ପୃଥକ ଚାର୍ଜିଂ ପୋର୍ଟ ଗ୍ରହଣ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଉପଭୋକ୍ତା କଲ୍ୟାଣ ତଥା ଇ-ଆବର୍ଜନା ରୋକିବା ପାଇଁ ୟୁନିଫର୍ମ ଚାର୍ଜିଂ ପୋର୍ଟ ପ୍ରସ୍ତାବକୁ ସମସ୍ତେ ଗ୍ରହଣ କରିଛନ୍ତି । ସମସ୍ତ ଡିଭାଇସରେ  Universal USB-C Port ଉପଲବ୍ଧ ହେବାପରେ ଇ-ଆବର୍ଜନା ହ୍ରାସ ସମ୍ଭାବନା ରହିଛି । କାରଣ ସ୍ମାର୍ଟ ଉପକରଣ କ୍ରୟ ସମୟରେ ଚାର୍ଜର କ୍ରୟ ଉପଭୋକ୍ତାଙ୍କ ଇଚ୍ଛାଧୀନ ରହିବ । 


ଓୟାରଲେସ୍ ଡିଭାଇସ୍ ପାଇଁ ଗଠନ ହେବ ସବ୍ ଗୃପ୍


ଉପଭୋକ୍ତା ବ୍ୟାପାର ବିଭାଗ ମଧ୍ୟ ଏକ ସବ୍-ଗ୍ରୁପ୍ ଗଠନ କରିବାକୁ ନିଷ୍ପତ୍ତି ନେଇଛି ଯାହା ଓୟାରଲେସ୍ ଯୋଗ୍ୟ ସାମଗ୍ରୀ ପାଇଁ ଏକ ୟୁନିଫର୍ମ ଚାର୍ଜିଂ ପୋର୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଉପ-ଗୋଷ୍ଠୀ ଶିଳ୍ପ ସଂସ୍ଥା, ଏକାଡେମିକ୍ ଅନୁଷ୍ଠାନ ପ୍ରତିନିଧିଙ୍କୁ ନେଇ ଗଠିତ ହେବ। 


 


Also read: GII: ଇନୋଭେସନ କ୍ଷେତ୍ରରେ ବଢୁଛି ଭାରତର ଗୌରବ, ଦେଶରେ ଦ୍ୱିଗୁଣିତ ହେଲା ୟୁନିକର୍ଣ୍ଣ ଷ୍ଟାର୍ଟଅପ୍


 


ବୈଠକରେ ଏହା ମଧ୍ୟ କୁହାଯାଇଛି ଯେ ଇ-ଆବର୍ଜନା ସମ୍ବନ୍ଧରେ ଇଲେକ୍ଟ୍ରୋନିକ୍ ଉପକରଣରେ ସାଧାରଣ ଚାର୍ଜିଂ ପୋର୍ଟଗୁଡିକର ସମ୍ଭାବ୍ୟ ପ୍ରଭାବକୁ ଆକଳନ କରାଯିବ । ଏହାର ଯାଞ୍ଚ କରିବା ପାଇଁ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଏକ ଯାଞ୍ଚ କମିଟି ଗଠନ ହେବ । 


ଚାର୍ଜିଂ ପୋର୍ଟଗୁଡିକର ସମାନତା ପାଇଁ ହୋଇଥିବା ଏହି COP-26 ବୈଠକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା LiFE (lifestyle for environment) ମିଶନ ଅନ୍ତର୍ଗତ ଏକ ପଦକ୍ଷେପ।