ନୂଆଦିଲ୍ଲୀ: ଗୁଗୁଲର ୟୁଟ୍ୟୁବ୍(Youtube), ଫେସବୁକର ଇନଷ୍ଟାଗ୍ରାମ(Instagram) ଓ ବାଇଟ୍ ଡାନ୍ସର ଟିକଟକ୍(TikTok) ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖବର ମିଳିଛି ଯେ ଏହି ତିନୋଟି ପ୍ଲାଟଫର୍ମର ପ୍ରାୟ ୨୩.୫ କୋଟି ୟୁଜର୍ସଙ୍କ ଟାଡା ଲିକ୍ ହୋଇଛି । ରିପୋର୍ଟ ଅନୁଯାୟୀ, ୟୁଜର୍ସଙ୍କ ବ୍ୟକ୍ତିଗତ ପ୍ରୋଫାଇଲ(personal profile) ର ତଥ୍ୟ ଡାର୍କ ୱେବରେ ବିକ୍ରି ହୋଇଯାଇଛି । ପ୍ରୋ-ଗ୍ରାହକ ୱେବସାଇଟ୍ କମ୍ପାରିଟେକ(Comparitech)ର ସୁରକ୍ଷା ଅନୁସନ୍ଧାନକାରୀ କହିଛନ୍ତି ଯେ, ଏହି ଡାଟା ବ୍ରେକ୍ ପଛରେ 'ଅସୁରକ୍ଷିତ ତଥ୍ୟ' ରହିଛି । ଫୋର୍ବସ୍(Forbes) ରିପୋର୍ଟରେ ସୁରକ୍ଷା ଅନୁସନ୍ଧାନକାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ ଲିକ୍ ହୋଇଥିବା ତଥ୍ୟ ବିଭିନ୍ନ ଡାଟାବେସରେ ପହଞ୍ଚିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼ ପରିବର୍ତ୍ତନ


ଏଥିମଧ୍ୟରୁ ଦୁଇଟି ବିଶେଷ ଡାଟା ସେଟ ରହିଛି । ସେଥିରେ ପ୍ରାୟ ୧୦ କୋଟି ୟୁଜର୍ସଙ୍କର ଡାଟା ସେଭ୍ ରହିଛି । ଏଥିରେ ଇନଷ୍ଟାଗ୍ରାମରୁ ଅପସାରିତ ହୋଇଥିବା ୟୁଜର୍ସଙ୍କ ପ୍ରୋଫାଇଲ୍ ମଧ୍ୟ ଅଛି । ତୃତୀୟ ବୃହତ୍ତମ ଡାଟା ସେଟ୍ ୪.୨ କୋଟି ଟିକଟକ୍ ୟୁଜର୍ସଙ୍କ ଥିଲା । ଏହା ପରେ ପ୍ରାୟ ୪୦ ଲକ୍ଷ ଡାଟା ସେଟ୍ ୟୁଟ୍ୟୁବ୍ ୟୁଜର୍ସଙ୍କ ପ୍ରୋଫାଇଲ୍ ଥିଲା । ରିପୋର୍ଟରେ କୁହାଯାଇଛି ଯେ ସେଥିରେ ମହଜୁଦ ଥିବା ପ୍ରତ୍ୟେକ ପାଞ୍ଚଟି ରେକର୍ଡ ମଧ୍ୟରୁ ଗୋଟିଏ ୟୁଜର୍ସଙ୍କ ଫୋନ୍ ନମ୍ବର, ଠିକଣା, ପ୍ରୋଫାଇଲ୍ ନାମ, ଫୁଲ୍ ପ୍ରକୃତ ନାମ, ପ୍ରୋଫାଇଲ୍ ଫଟୋ, ଆକାଉଣ୍ଟ୍ ଡିସ୍କ୍ରିପଶନ ସହିତ ଫୋଲୋୟର୍ସଙ୍କ ସଂଖ୍ୟା ଏବଂ ଲାଇକ୍ସର ସମସ୍ତ ବିବରଣୀ ମଧ୍ୟ ମହଜୁଦ ରହିଛି ।


ଅଧିକ ପଢ଼ନ୍ତୁ:-ଗେହଲଟ୍ ହେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତ ପାଇଲଟଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ପଦ !


ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !


କମ୍ପାରିଟେକ(Comparitec)ର ସଂପାଦକ ପାଉନ୍ ବିସ୍କଫ୍(Paun Bischoff) କହିଛନ୍ତି ଯେ, ଏହି ଡାଟା ସ୍ପାମର୍ସ ଏବଂ ସାଇବର ଅପରାଧ ପାଇଁ ବହୁତ କାମରେ ଆସିବ । ଯେଉଁଥିପାଇଁ ସେମାନେ ଏକ ଫିଶିଂ ଅଭିଯାନ ଚଳାନ୍ତି । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଲିକ୍ ହୋଇଥିବା ତଥ୍ୟ ପଛରେ ଡିପ୍ ସୋସିଆଲ୍ ନାମକ ଏକ କମ୍ପାନୀର ହାତ ରହିଛି । ଯାହା ୨୦୧୮ରେ ଫେସବୁକ୍ ଓ ଇନଷ୍ଟଗ୍ରାମ ୟୁଜର୍ସଙ୍କ ପ୍ରୋଫାଇଲକୁ ସ୍କ୍ରାପ୍ କରିବା ପରେ ବ୍ୟାନ୍ କରାଯାଇଥିଲା । ତେବେ କମ୍ପାରିଟେକର ରିପୋର୍ଟରେ କୁହାଯାଇଛି ଯେ ସୋସିଆଲ ଡାଟା ସହିତ କୌଣସି ପ୍ରକାର ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିଛି ।