ଉଚ୍ଚ ରକ୍ତଚାପ(Blood Pressure) 
କିଛି ଲୋକଙ୍କର ବିପି ବା ଉଚ୍ଚ ରକ୍ତଚାପ ସମସ୍ୟା ସବୁ ବେଳେ ଲାଗି ରହିଥାଏ । ଏପରି ସ୍ଥିତିରେ ଆପଣ କୌଣସି ଜିନିଷକୁ ହାଲୁକା ଭାବେ ଗ୍ରହଣ ନ କରିବା ଆବଶ୍ୟକ। କାରଣ ଏହା ଦୁର୍ବଳ ହୃଦୟର ସଙ୍କେତ ଅଟେ । ବାସ୍ତବରେ ଯେତେବେଳେ ଆପଣଙ୍କ ହୃଦୟ ଦୁର୍ବଳ ହୁଏ ସେତେବେଳେ ଏହି ପ୍ରକାରର ସସସ୍ୟା ଦେଖାଦେଇଥାଏ । 


COMMERCIAL BREAK
SCROLL TO CONTINUE READING

କାନ୍ଧ ଏବଂ ଛାତିରେ ଯନ୍ତ୍ରଣା 
ଯଦି ଆପଣଙ୍କର ପାଞ୍ଚ ମିନିଟ୍ ପାଇଁ କାନ୍ଧ ଏବଂ ଛାତିରେ ଯନ୍ତ୍ରଣା ହେଉଛି ତେବେ ଏହାକୁ ବିଲୁକୁଲ୍ ବି ହାଲୁକାରେ ଗ୍ରହଣ କରନ୍ତୁ ନାହିଁ । ଯଥା ସମ୍ଭବ ଏ ସମ୍ପର୍କରେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ କାରଣ ଏହି ପରି ଯନ୍ତ୍ରଣା ସ୍ବାଭାବିକ ନୁହେଁ । ଏହା ହୃଦୟ ଦୁର୍ବଳ ହେବାର ସଙ୍କେତ ହୋଇଥାଇ ପାରେ । 


ଘୁଙ୍ଘୁରୀ ଆଉ ଶୋଇବା ସମସ୍ୟା
କିଛି ଲୋକଙ୍କୁ ଘୁଙ୍ଘୁରୀ ଏବଂ ଶୋଇବା ସମ୍ବନ୍ଧୀୟ ସମସ୍ୟା ରହିଥାଏ । ଏପରି ଘଟଣାରୁ କିଛି ଲୋକେ ଏହାକୁ ହାଲୁକା ଭାବରେ ଗ୍ରହଣ କରିଥାଆନ୍ତି ଏବଂ ଏହାର ଚିକିତ୍ସା କରନ୍ତି ନାହିଁ । ଆପଣଙ୍କୁ କହି ରଖୁଛୁ କି ଏପରି ସମସ୍ୟା ଯଦି ଆପଣଙ୍କ ଉପୁଜୁଛି ଏହା ହେଉଛି ଆପଣଙ୍କ ଦୁର୍ବଳ ହୃଦୟର ସଙ୍କେତ । ଏପରି ସ୍ଥିତିରେ ଆପଣ ସତର୍କ ରହିବା ଜରୁରୀ ନ ହେଲେ ଅନେକ ଅସୁବିଧା ସମ୍ମୁଖୀନ ହୋଇପାରନ୍ତି ।