Shivling Jal Benefits: ହିନ୍ଦୁ ଧର୍ମରେ ବିଭିନ୍ନ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିବା ନେଇ ଅନେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ସେହି ବିଧି ବିଧାନ ଅନୁଯାୟୀ ପୂଜାପାଠ କରିବା ଦ୍ବାରା ଭଗବାନ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ବାସ କରାଯାଏ । ତେବେ ସୋମବାର ଦିନ ଭଗବାନ ଭୋଳା ଶଙ୍କରଙ୍କୁ ଅର୍ପଣ କରାଯାଇଛି । ଏହି ଦିନ ଦେବ ଦେବ ମହାଦେବଙ୍କୁ ପୂଜା କରିବା ସହ ଭକ୍ତ ମାନେ ଶିବ ଲିଙ୍ଗ ଉପରେ ଜଳାଭିଷେକ କରିଥାଆନ୍ତି । ବିଶ୍ବାସ ରହିଛି ଯେ, ଜଳାଭିଷେକ କରିବା ଦ୍ବାରା ମହାଦେବ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ଆଜି ଆସନ୍ତୁ ଜାଣିବା ଜଳାଭିଷେକକୁ ନେଇ ଅଜଣା କଥା ।


COMMERCIAL BREAK
SCROLL TO CONTINUE READING

ଜଳାଭିଷେକ ନେଇ ରହିଛି ସ୍ବତନ୍ତ୍ର ବିଧି ବିଧାନ


ଶିବ ପୁରାଣରେ, ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରିବା ନେଇ ବିଧି ବିଧାନ ଉପରେ ବର୍ଣ୍ଣନା କରାଯାଇଛି । ଏହା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଶିବ ଲିଙ୍ଗ ଉପରେ ଜଳାଭିଷେକ କରୁଛନ୍ତି ତାହାଲେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ସେହିପରି ଏଥିରେ କ୍ଷୀର, ଘିଅ, ମହୁ ଇତ୍ୟାଦି ଅନ୍ୟାନ୍ୟ ପଦାର୍ଥକୁ ଶିବ ଲିଙ୍ଗ ଉପରେ ଅଭିଷେକ କରିବା ବିଷୟରେ କୁହାଯାଇଛି । ଏହି ସବୁ ଜିନିଷରେ ଅଭିଷେକ କରିବା ଦ୍ବାରା ଅଲଗା ଅଲଗା ଫଳ ମିଳିଥାଏ ।


ଜଳାଭିଷେକ ପାଣି ପିଇବା ଦ୍ବାରା ମିଳିଥାଏ ଏହି ସବୁ ଫାଇଦା


ଶିବ ଲିଙ୍ଗ ଉପରେ ଅର୍ପଣ କରାଯାଉଥିବା ଜଳ ଅମୃତ ସମାନ ହୋଇଥାଏ ।ଶିବ ପୂରାଣ ବିଧ୍ୟେଶ୍ବର ସଂହିତା ୨୨ ଅଧ୍ୟାୟର ୧୮ ପଦରେ କୁହାଯାଇଛି ଯେ, ଶିବ ଲିଙ୍ଗ ଉପରେ ଅପର୍ଣ କରାଯାଉଥିବା ଜଳକୁ ଅଳ୍ପ ଅଳ୍ପ କରି ୩ ଥର ପିଇବା ଦ୍ବାରା ଅନେକ ପ୍ରକାର ରୋଗରୁ ମୁକ୍ତ ମିଳିଥାଏ । ଏହାକୁ ପିଇବା ଦ୍ବାରା ଆହୁରି ଅନେକ ଲାଭ ମଧ୍ଯ ହୋଇଥାଏ ।


  • ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରିବା ଦ୍ବାରା ଖରାପ ଗ୍ରହ ମାନଙ୍କ ପ୍ରଭାବ ଦୂର ହୋଇଯାଏ । ଜାକତରେ ଗ୍ରହ ମାନଙ୍କ ଖରାପ ପ୍ରଭାବ ଥିଲେ ପ୍ରତିଦିନ ଶିବ ଲିଙ୍ଗ ଉପରେ ଜଳ ଅପର୍ଣ କରିବା ଦ୍ବାରା ଏହା ଖଣ୍ତିତ ହୋଇଥାଏ ।

  • ବିଶ୍ୱାସ ରହିଛି ଯେ, ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଶିବ ଲିଙ୍ଗ ଉପରେ ଜଳାଭିଷେକ କରିନ୍ତି ତାହାଲେ ଧନ ପ୍ରାପ୍ତ ସହ ବ୍ୟବସାୟରେ ମଧ୍ଯ ଅଗ୍ରଗତି ହୋଇଥାଏ ।

  • ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ଦ୍ବାରା ମନ ଶାନ୍ତ ହୋଇଥାଏ । ନକାରାତ୍ମକ ଭାବନା ମଧ୍ଯ ଦୂର ହୋଇଥାଏ । ଏହାକୁ ନେଇ ଏକ କାହାଣୀ ମଧ୍ଯ ରହିଛି, ଯେତେବେଳେ ଭୋଳାନାଥ ବିଷ ପାନ କରିଥିଲେ ସେ ସମୟରେ ତାଙ୍କୁ ଶାନ୍ତ କରିବା ଲାଗି ଦେବତାମାନେ ତାଙ୍କ ଉପରେ ପାଣି ଢାଳି ତାଙ୍କୁ ଶାନ୍ତ କରାଇଥିଲେ ।  


ଜଳାଭିଷେକ ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ


ମହାଦେବଙ୍କୁ ଜଳ ଅର୍ପଣ କରିବାବେଳେ କିଛି କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ । ମନେରଖନ୍ତୁ, ଜଳାଭିଷେକ ସମୟରେ ଏହି ଜଳ କାହାର ପାଦ ଉପରେ ପଡିବା ଉଚିତ୍ ନୁହେଁ । ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରିବା ପରେ ଏହି ସାଧାରଣ ଜଳ ମଧ୍ଯ ପ୍ରସାଦ ସମାନ ହୋଇଥାଏ । ଏହି କାରଣରୁ ପାଦରେ ଏହି ଜଳ ପଡ଼ିବା ଅନର୍ଥର କାରଣ ହୋଇଥାଏ ।  ପାଦରେ ଏହି ଜଳ ପଡ଼ିବା ବିପର୍ଯ୍ୟୟର କାରଣ ହୋଇଥାଏ । ମନେରଖନ୍ତୁ ଯେ, ଶିବ ଲିଙ୍ଗ ଉପରେ ଅର୍ପଣ କରାଯାଉଥିବା ଜଳ କେବଳ ଗଛ, ଲତା ଓ ମାଟିରେ ଉତ୍ସର୍ଗୀକୃତ କରାଯିବା ଉଚିତ୍ ।


(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ରପଞ୍ଚାଙ୍ଗପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )