Heart Attack: କାହାକୁ କେତେବେଳେ ହାର୍ଟ ଆଟାର୍କ ହେବ ତାହା ଜାଣିବା କଷ୍ଟକର । ହୃଦଘାଟ ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି । ବିବାହ ଶୋଭାଯାତ୍ରା ବେଳେ ହଠାତ ନାଚିବା ସମୟରେ ତଳେ ପଡିଯିବା, ଜିମରେ ବ୍ୟାୟାମ କରିବା ସମୟରେ ହୃଦଘାତ, ଚାଲିବ ସମୟରେ ହଠାତ ଧଇଁସଇଁ ହୋଇ ନିଶ୍ବାସ ଠିକ୍ ଭାବରେ ନେଇ ନ ପାରି ଶେଷରେ ମୃତ୍ୟୁ ମୁଖରେ ପଡିବା । ଏଭଳି ଘଟଣା ଆମକୁ ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ । ବିଏଲକେ କପୁର ମାସ୍ସ ହସପିଟାଲର କାର୍ଡିଓଲୋଜିର ନିର୍ଦ୍ଦେଶକ ଡକ୍ଟର ନୀରଜ ଭାଲା (Dr.Neeraj Bhalla, Director of Cardiology, BLk Kapoor Max Hospital) ଙ୍କ ଅନୁଯାୟୀ,କୌଣସି ସୁସ୍ଥ ବ୍ୟକ୍ତି ହଠାତ୍ ହୃଦଘାତରେ ଆକ୍ରାନ୍ତ ହୁଅନ୍ତି ନାହିଁ। ହୃଦଘାତ ହେବା ପୂର୍ବରୁ କିଛି ଲକ୍ଷଣ ଦେଖାଦେଇଥାଏ । କିନ୍ତୁ କିଛି ଲୋକେ ଏହି ସମସ୍ୟାକୁ ଅଣଦେଖା କରିଥାନ୍ତି । 


COMMERCIAL BREAK
SCROLL TO CONTINUE READING

କିପରି ହୃଦଘାତ ଆସେ ?


ହାର୍ଟର ମାଂସପେଶୀକୁ ରକ୍ତ ଯୋଗାଉଥିବା ଧମନୀଗୁଡ଼ିକରେ ଚର୍ବି ଜମା ହେତୁ ଧୀରେ ଧୀରେ ବନ୍ଦ ହୋଇଯାଏ,ଯେଉଁ କାରଣରୁ ହାର୍ଟରେ ପହଞ୍ଚିବାକୁ ଥିବା ରକ୍ତ  ଠିକଣା ସ୍ଥାନରେ ପହଞ୍ଚି ପାରେ ନାହିଁ । ଯେତେବେଳେ ଧମନୀ ବ୍ଲକ ହୋଇଯାଏ, ହଠାତ୍ ହୃତପିଣ୍ଡକୁ ରକ୍ତ ଯୋଗାଣ ବନ୍ଦ ହୋଇଯାଇଥାଏ,ଯେଉଁ କାରଣରୁ ହୃଦଘାତ ହୋଇଥାଏ । 


ଖାସକରି ଭାରତୀୟ ଲୋକମାନେ ଅଧିକ ମିଠା  ଓ ଲୁଣ ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଫଳରେ ସେମାନଙ୍କ ଶରୀରରେ କୋଲେଷ୍ଟ୍ରଲର ପରିମାଣ ବୃଦ୍ଧି ପାଇଁଥାଏ । କେବଳ ଏହି ଗୋଟିଏ କାରଣ ନୁହେଁ, ଆଦୈ ବ୍ୟାୟାମ ନ କରିବା , ଜଙ୍କଫଡ୍ ଖାଇବା, ତେଲେ ମସଲା ଯୁକ୍ତ ଅଧିକ ଖାଦ୍ୟ ସେବନ କରିବା  ହୃଦଘାତର ଆଶଙ୍କାକୁ ବଢାଇଥାଏ । କିନ୍ତୁଖାସ କରି ହାଇବ୍ଲଡ ପ୍ରେସର ଥିବା ଲୋକଙ୍କ ଠାରେ  ହୃଦଘାତ ଅଧିକ ହେବାର ଆଶଙ୍କା ଥାଏ । 


Also Read : Health Tips: ଥଣ୍ତା ଓ କାଶ ପାଇଁ ଆପଣନ୍ତୁ ଏହି ସବୁ ଘରୋଇ ଉପଚାର,ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା!


ନିରାକରଣ :
-ସୂର୍ଯ୍ୟଦୋୟର 2 ଘଣ୍ଟା ପୂର୍ବରୁ ଉଠିବା ଉଚିତ୍ ।
-ସକାଳୁ ଖାଲି ପେଟରେ ଦୁଇ ଗ୍ସାସ ଗରମ ପାଣି ପିଅନ୍ତୁ ।
-ନିୟମିତ ଭାବେ ଯୋଗ  କରନ୍ତୁ ।
-ସକାଳୁ ସକାଳୁ ସନ ବାଥ କରନ୍ତୁ ।
-ସମୟାନୁଯାୟୀ ନିଜର ଖାଦ୍ୟ ଗ୍ରହଣ କରନ୍ତୁ ।
-ଶୋଇବା ପୂର୍ବରୁ ହଳଦୀ ମିଶା କ୍ଷୀର ଏକ ଗ୍ସାସ ପିଅନ୍ତୁ ।
-ଫ୍ରେସ ଫୁଡ୍ ବା ଗରମ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ ।
-ଜଙ୍କ ଫୁଡ୍ ଖାଇବା ଠାରୁ ନିଜକୁ ଦୂରେଇ ରୁହନ୍ତୁ ।
-ନିୟମିତ ବ୍ୟାୟମ କରନ୍ତୁ ।


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)