Health Tips : ଆପଣ ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ପିଡିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର
Health Tips : ସାଧାରଣତଃ ବୟସ୍କ ଲୋକଙ୍କ ଠାରେ ଅଧିକ ଆଣ୍ଠୁଗଣ୍ଠି ବା ଅଣ୍ଟାରେ ଯନ୍ତ୍ରଣା ଅଧିକ ଦେଖାଯାଇଥାଏ। କିନ୍ତୁ ଏବେ ଅଧିକାଂଶ ଲୋକେ ଏହି ଯନ୍ତ୍ରଣାରେ କଲବଲ ହେଉଛନ୍ତି।
Health Tips : ସାଧାରଣତଃ ବୟସ୍କ ଲୋକଙ୍କ ଠାରେ ଅଧିକ ଆଣ୍ଠୁଗଣ୍ଠି ବା ଅଣ୍ଟାରେ ଯନ୍ତ୍ରଣା ଅଧିକ ଦେଖାଯାଇଥାଏ। କିନ୍ତୁ ଏବେ ଅଧିକାଂଶ ଲୋକେ ଏହି ଯନ୍ତ୍ରଣାରେ କଲବଲ ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ କିଏ ପ୍ରତିଦିନ ବ୍ୟାୟାମ କରୁଛି ତ ଆଉ କିଏ ଡାକ୍ତରଙ୍କ ପାଖକୁ ଯାଇ ହଜାର ହଜାର ଟଙ୍କାର ମେଡିସିନ୍ ଖାଉଛି । କିନ୍ତୁ ଯନ୍ତ୍ରଣାରୁ ମୁକ୍ତି ମିଳୁ ନାହିଁ । ଏପରି କିଛି ଘରୋଇ ଉପଚାର ରହିଛି। ଯାହା ଏହି ରୋଗକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିପାରିବ। ତେବେ ଆସନ୍ତୁ ଜାଣିବା କେଭଳି କରିବେ ଘରୋଇ ଉପଚାର ।
ଆଣ୍ଠୁଗଣ୍ଠି ଜନିତ ରୋଗରେ ପିଡିତ ଥିବା ଲୋକେ ମାନେ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍। ଗଣ୍ଠିର ଗତିଶୀଳତାକୁ ଉନ୍ନତ କରିବା ପାଇଁ କିଛି କମ୍ କଠିନ ବ୍ୟାୟାମ କରିବା ଆବଶ୍ୟକ । ଏପରିକି କିଛି କିଛି ଆୟୁର୍ବେଦିକ ଡାକ୍ତର ପରାମର୍ଶ ଦେଇଛନ୍ତି ଯେ ,ଦୈନିକ ଆୟୁର୍ବେଦିକ ଚିକିତ୍ସାରେ ସରଳ ବ୍ୟାୟାମ ଯୋଗ କରାଯିବା ଉଚିତ୍। ସେହିପରି ଆପଣ ଯଦି ଆଣ୍ଠୁଗଣ୍ଠି ସମସ୍ୟାରେ ପିଡିତ ତେବେ ଆପଣ ଭିଟାମିନ ସି ପରିପରିବା ଓ ଫଳ ଖାଇବା ଉଚିତ୍। ଆପଣ ନିଜ ଡାଏଟରେ କମଳା ଓ ଆମଲା ମଧ୍ୟ ଖାଇପାରିବେ । ଯାହା ଆପଣଙ୍କୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ । ଗୁଗଲ (Guggal) ଏହା ଆଣ୍ଠଗଣ୍ଠି ସମସ୍ୟାରେ ପିତିତ ଥିବା ଲୋକଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରେ । ଗୋଟିଏ ଦିନରେ ଆପଣ ଏହାକୁ ୧ରୁ ୩ ଗ୍ରାମ ଗରମ ପାଣିର ସେବନ କରିପାରିବେ। କିନ୍ତୁ ଆମେ ଏଠାରେ କହି ରଖୁଛି ଆଲର୍ଜ ଓ କିଡନୀ ସମସ୍ୟା ଥିବା ଲୋକେ ଗୁଗଲ୍ ସେବନ କରିପାରିବେ ନାହିଁ । ଏହା ସେମାନଙ୍କ ପାଇଁ ବିପଦ ଆଣିପାରେ। ଗଣ୍ଠି ଯନ୍ତ୍ରଣାରେ ପିଡିତ ଥିବା ଲୋକେ ଅଦାକୁ ଖାଇପାରିବେ। ଅଦାରେ ଭରପୁର ପରିମାଣରେ ରିମାଟିକ୍, ସ୍ନାୟୁଗତ ଓ ମାଂସପେଶୀ-ସ୍କେଲେଟାଲ୍ ରୋଗର ଚିକିତ୍ସା କରିବାରେ ସାହାଯ୍ୟ କରେ। ତେଣୁ ଗଣ୍ଠି ଯନ୍ତ୍ରଣାରେ ପିଡିତ ରୋଗୀମାନେ ଏହାକୁ ସର୍ବଦା ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଦୈନିକ ୫ ଗ୍ରାମ ଅଦା ଖାଆନ୍ତୁ । ଏହା ହଜମ କରିବାରେ ସହାୟକ ହେବା ସହ ପେଟରେ ଗ୍ୟାସ ଜମିବାକୁ ଦିଏ ନାହିଁ । ହଳଦୀ ମଧ୍ୟ ଏହି ରୋଗୀଙ୍କ ପାଇଁ ବେଶ ଉପାଦେୟ । କ୍ଷୀରରେ ହଳଦୀ ମିଶାଇ ଆପଣ ସେବନ କଲେ ଗଣ୍ଠିବାତ ଯନ୍ତ୍ରଣାରୁ ଆପଣଙ୍କୁ ଖୁବଶିଘ୍ର ଉପଷମ ମିଳିବ । ସେହିପରି ରସୁଣରେ ମଧ୍ୟ ଔଷଧିୟ ଗୁଣ ଭରପୁର ରହିଛି । ଏହାକୁ ସେବନ କରିବା ଦ୍ବାରା ଆପଣଙ୍କର ଅଧା ଯନ୍ତ୍ରଣା ଚୁଟକିରେ କମିଯାଇଥାଏ ।
ଏହାବି ପଢନ୍ତୁ : Healthy Heart :ସୁସ୍ଥ ହୃଦୟ ପାଇଁ ଆପଣାନ୍ତୁ ଏହି ୫ ଉପାୟ , ହେବନି ହୃଦଘାତ !
ଆଣ୍ଠୁଗଣ୍ଠି ଓ ଅଣ୍ଟାରେ ଅନୁଭୂତ ସମସ୍ତ ଯନ୍ତ୍ରଣା ବାତ ନୁହେଁ । ସାଧାରଣତଃ ଛୋଟ ପିଲାମାନେ ଶୀଘ୍ର ବଢୁଥିବାର ସେମାନଙ୍କ ଠାରେ ଶାରୀରିକ ପରିବର୍ତ୍ତନ ଜଲଦି ହୋଇଥାଏ । ତେଣୁ ସେମାନଙ୍କ ଗୋଡରେ ଅନେକ ସମୟରେ ଯନ୍ତ୍ରଣା ଅନୁଭୂତ ରହିଛି । ଶାରୀରିକ ଅଭିବୃଦ୍ଧି ଯୋଗୁଁ ମାଂସପେଶୀ ଓ ଅସ୍ଥି ଏହା ସମୟରେ ବଢି ନ ଥାଏ । ଅସ୍ଥିର ବୃଦ୍ଧି ମାଂସପେଶୀଠାରୁ ଶୀଘ୍ର ହେଉଥିବାରୁ ମାଂସପେଶୀ ଟାଣି ହୋଇଥାଏ । ଏହାକୁ ‘ଗ୍ରୋଇଙ୍ଗ ପେନ’ କୁହାଯାଏ । ଏହାକୁ ବାତ ଭାବିବା ଅନୁଚିତ । ରାତିରେ ଶୋଇବା ସମୟରେ ଟିକେ ତେଲ ମାଲିସ ଦ୍ଵାରା କଷ୍ଟରୁ ଉପଶମ ମିଳିପାରିବ । ପୁଣି କିଛି ଛୁଆଙ୍କ ମାଂସପେଶୀ ଅନ୍ୟମାନଙ୍କଠାରୁ ଅଧିକ ନରମ ହୋଇଥାଏ । ଯାହା ଫଳରେ ଅନେକ ସମୟରେ ସେମାନଙ୍କ ଗୋଡ ଓ ଅଣ୍ଟାରେ ଅଧିକ ଯନ୍ତ୍ରଣା ଅନୁଭୂତ ହୁଏ । ନିୟମିତ ବ୍ୟାୟାମ ଦ୍ଵାରା ମାଂସପେଶୀ ଶକ୍ତି ହୋଇ ଏହି ଯନ୍ତ୍ରଣା କମ୍ ହୋଇଯାଏ । ତେଣୁ ଏ ସବୁକୁ ବାତ ଭାବିବା ଅନୁଚିତ ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)