Breast Cancer: ସମଗ୍ର ବିଶ୍ବରେ ମହିଳାମାନଙ୍କଠାରେ ସନ୍ତ କର୍କଟ ଭଳି ସମସ୍ୟା ଦେଖାଦେଉଛି । ସନ୍ତ କର୍କଟ ଏକ ଗୁରୁତର ରୋଗ ଅଟେ । ଠିକ୍ ସମୟରେ ଏହି ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ ହୋଇପାରିବ ।


COMMERCIAL BREAK
SCROLL TO CONTINUE READING

ଯଦିଓ ବର୍ତ୍ତମାନ ସମୟରେ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି, ତଥାପି ସାଧାରଣ ଲୋକଙ୍କଠାରେ କର୍କଟ ରୋଗର ଭୟ ଦେଖାଯାଉଛି । ଶରୀରର ଯେକୌଣସି ଅଙ୍ଗରେ କର୍କଟ ସୃଷ୍ଟି ହୋଇପାରେ, କିନ୍ତୁ ଯେତେବେଳେ ଏହାର ବହୁଳ ପ୍ରକାରର କଥା ଆସେ, ସେମାନଙ୍କ ମଧ୍ୟରେ ସ୍ତନ କର୍କଟ ସବୁଠାରୁ ବିପଦଜନକ ବୋଲି ଧରାଯାଏ ।


ସନ୍ତ କର୍କଟର ଲକ୍ଷଣ


 ସନ୍ତ କର୍କଟ ରୋଗର ଲକ୍ଷଣ ଆରମ୍ଭରୁ ଦୃଶ୍ୟମାନ ହୋଇନଥାଏ । ଇଣ୍ଡିଆନ୍ କ୍ୟାନସର ସୋସାଇଟି ଅନୁଯାୟୀ, ସ୍ତନ କର୍କଟ ରୋଗର ଲକ୍ଷଣ ବିଭିନ୍ନ ମହିଳାଙ୍କଠାରେ ଭିନ୍ନ ଭିନ୍ନ ହୋଇପାରେ, ଯାହା ମଧ୍ୟରୁ କେତେକ ନିମ୍ନଲିଖିତ ଅଟେ ।


  • ସନ୍ତ କିମ୍ବା ବାହୁ ତଳେ ଗଣ୍ତି

  • ସନ୍ତରେ ଯନ୍ତ୍ରଣା ହେବା କିମ୍ବା ଫୁଲିବା

  • ସନ୍ତ ଟାଣ ହୋଇଯିବା

  • ସନ୍ତ ଉପରେ କୁଣ୍ତେଇ ହେବା

  • ସନ୍ତରୁ ରକ୍ତ କିମ୍ବା ତରଳ ପଦାର୍ଥ ବାହାରିବା


ସ୍ତନ କର୍କଟ କାରଣ


ଶାରୀରିକ ଅସୁସ୍ଥତା ଓ ଅନିୟମିତ ଜୀବନଶୈଳୀ ବ୍ୟତୀତ ଅନେକ ଥର ଜେନେଟିକ କାରଣ ମଧ୍ୟ ସ୍ତନ କର୍କଟ ପାଇଁ ଦାୟୀ ହୋଇଥାଏ । ଅବଶ୍ୟ, କେବଳ ୫-୧୦% ସ୍ତନ କର୍କଟ ରୋଗ ଜେନେଟିକ କାରଣରୁ ହୋଇଥାଏ ।


  • ହରମନ୍ ଅସନ୍ତୁଳନ

  • ଅନିୟମିତ ଜୀବନଶୈଳୀ

  • ସନ୍ତ କୋଷଗୁଡ଼ିକର ଅସ୍ବାଭାବିକ ଭାବେ ବୃଦ୍ଧି

  • ମେଦବହୁଳତା ବା ମୋଟାପଣ

  • ଅସନ୍ତୁଳନ ଖାଦ୍ୟ

  • ବ୍ୟାୟାମ ନକରିବା

  • ଅଧିକ ବୟସରେ ଗର୍ଭଧାରଣ କରିବା ବା ଶିଶୁ ଜନ୍ମ ଦେବା

  • ଗର୍ଭନିରୋଧକ ଔଷଧ ସେବନ

  • ମଦ୍ୟପାନ ଓ ଧୂମପାନ ଅଭ୍ୟାସ


(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧରଣ ସୂଚନା ଉପରେ ଆଧାରିତ। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)