Magh Month 2023: ଇଂରାଜୀ କ୍ୟାଲେଣ୍ଡର ପରି, ହିନ୍ଦୀ କ୍ୟାଲେଣ୍ଡରରେ ମଧ୍ୟ ୧୨ ମାସ ଅଛି । ଯଦିଓ ହିନ୍ଦୀ ମାସ ଗୁଡିକ ଚୈତ୍ର ମାସରୁ ଆରମ୍ଭ ହୋଇଥାଏ। ହିନ୍ଦୀ କ୍ୟାଲେଣ୍ଡର ଅନୁଯାୟୀ, ୨୦୨୩ ମସିହାରେ ଜାନୁଆରୀ ମାସରେ, ମାଘ ମାସରୁ ହିଁ ଆରମ୍ଭ ହେବ। ସ୍ନାନ, ଦାନ ଏବଂ ଅନୁତାପ ପାଇଁ ମାଘ ମାସକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି । ମାଘ ମାସରେ ସୂର୍ଯ୍ୟ ଭଗବାନ, ମାତା ଗଙ୍ଗା ଏବଂ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ । ଏହି ମାସରେ ପବିତ୍ର ନଦୀରେ ଗାଧୋଇବା ଦ୍ୱାରା ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେହିପରି, ଭଗବାନ ବିଷ୍ଣୁ ଏବଂ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିବା ଦ୍ବାରା ଜଣେ ବ୍ୟକ୍ତି ସମସ୍ତ ପାପରୁ ମୁକ୍ତି ପାଇ ମୃତ୍ୟୁ ପରେ ମୋକ୍ଷପ୍ରାପ୍ତ ମଧ୍ୟ ହୋଇଥାଏ । ୨୦୨୩ ମସିହାରେ, ମାଘ ମାସ ୭,୨୦୨୩ ରୁ ଆରମ୍ଭ ହେବ । ମାଘ ମାସ ବିଷୟକୁ ନେଇ କେତେକ ନିୟମ ରହିଛି । ଯାହା ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। 


COMMERCIAL BREAK
SCROLL TO CONTINUE READING

ମାଘ ମାସରେ ଏହା କରିବା ଉଚିତ୍  ଏବଂ ଏହା କରିବା ଉଚିତ୍ ନୁହେଁ : 


- ମାଘ ମାସରେ ଜଣେ ବ୍ୟକ୍ତି  ନଦୀରେ ଗାଧୋଇବା ଉଚିତ୍, ଗଙ୍ଗା ନଦୀରେ ଗାଧୋଇବାକୁ ଚେଷ୍ଟା କରିବା ଉଚିତ୍ । ଯଦି ଏହା ସମ୍ଭବ ନୁହେଁ, ଗଙ୍ଗା ଜଳକୁ ନିଜ ସ୍ନାନ କରୁଥିବା ପାଣିରେ ମିଶାଇ ସ୍ନାନ କରିପାରିବେ। ମାଘ ମାସରେ, ସକାଳେ ସ୍ନାନ କରିବା ଏବଂ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ବହୁ ବହୁ ପୁଣ୍ୟର ଫଳ ଦିଏ ବୋଲି ବିବେଚନା କରାଯାଏ । 


- ଏହା ବ୍ୟତୀତ ଭଗବତ୍ ଗୀତା ମାଘ ମାସରେ ପ୍ରତିଦିନ ପାଠ କରାଯିବା ଉଚିତ୍ । ଏହା କରିବା ଦ୍ୱାରା ମନ ଶାନ୍ତ ରହେ, ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ଏବଂ ଆପଣଙ୍କ ଜୀବନରେ ସକରାତ୍ମକତା, ସୁଖ ଏବଂ ସମୃଦ୍ଧତା ଆଣିଥାଏ। 


- ମାଘ ମାସରେ ପ୍ରତିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ । ଏହାସହ ବିଷ୍ଣୁ ନାମ ମଧ୍ୟ ଜପ କରନ୍ତୁ । ଏହା ବିଶ୍ବାସ କରାଯାଏ ଯେ, ଭଗବାନ ବିଷ୍ଣୁଙ୍କ ପୂଜା ସମୟରେ ବିଷ୍ଣ୍ୁ ନାମ ପାଠ କରିବା ଦ୍ବାରା ସମସ୍ତ ପାପ ନାଶ ହୋଇଥାଏ । 


- ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପାଇବାକୁ ହେଲେ , ମାଘ ମାସରେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ତୁଳସୀଙ୍କୁ ପୂଜା କରନ୍ତୁ । ଏହା କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବଜାୟୀ ରୁହେ। ଏବଂ ଆର୍ଥିକ ସ୍ଥିତି ସୁଦୃଢ ହୁଏ । 


- ମାଘ ମାସରେ ଦାନ ନିଶ୍ଚିତ ଭାବେ କରନ୍ତୁ । ଏହି ମାସରେ, ଗରମ ପୋଷାକ ଦାନ କରିବା ଏବଂ ତେଲ ଦାନ କରିବା ଦ୍ୱାରା ଅନେକ ପୁଣ୍ୟ ମିଳିଥାଏ। 


ମାଘ ମାସରେ କଦାପି ଆମିଷ ଓ ମଦ୍ୟପାନ କରନ୍ତୁ ନାହିଁ । ଏହା ବ୍ୟତୀତ ଏହି ମାସରେ ମୂଳା ଖାଇବା ମଧ୍ୟ ନିଷେଧ ବୋଲି କୁହାଯାଇଛି। ଧାର୍ମିକ ଶାସ୍ତ୍ର ଅନୁଯାୟୀ, ମାଘ ମାସରେ ମୂଳା ଖାଇବା ମଦ୍ୟପାନ ସହିତ ସମାନ ବୋଲି କୁହାଯାଏ । 



(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ  ।)