Mangal Ruchak Rajyog 2023: ଜ୍ୟୋତିଶ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ (Mangal Ruchak Rajyog 2023) । ତେବେ, ଆଜି (ନଭେମ୍ବର ୧୨)ରେ ମଙ୍ଗଳ ରାତ୍ର ୮ଟା ୫୨ ମିନିଟ୍ ସମୟରେ ବିଛା ରାଶିକୁ ଚଳନ କରିବେ । ପୂର୍ବରୁ ଏହି ଗ୍ରହରେ ସୂର୍ଯ୍ୟ ଦେବ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ସୂର୍ଯ୍ୟ-ମଙ୍ଗଳଙ୍କ ସ୍ଥିତି ରୁଚକ ରାଜଯୋଗ ସୃଷ୍ଟି କରୁଛି (Mangal Ruchak Rajyog 2023) । ମଙ୍ଗଳଙ୍କ (mars) ଏହି ଚଳନ କିଛି ରାଶିଙ୍କ ପାଇଁ ଶୁଭଫଳ ଆଣି ଦେବ । ତେବେ ଆସନ୍ତୁ ଜାଣିବା ସେହି ରାଶି (zodiac sign) ଗୁଡି଼କ ବିଷୟରେ...


COMMERCIAL BREAK
SCROLL TO CONTINUE READING

Also Read: Diwali Remedies 2023: ଦୀପାବଳିରେ କରନ୍ତୁ ଏହି ଉପାୟ, ଧନ ସମ୍ପତ୍ତିରେ ଭରିଯିବ ଘର


ବିଛା ରାଶି- ମଙ୍ଗଳଙ୍କ ଚଳନ ଫଳରେ ବିଶେଷ ଭାବେ ଲାଭବାନ ହେବେ ବିଛା ରାଶିର ବ୍ୟକ୍ତି ବିଶେଷ ।  କାହିଁକିନା ଏହି ରାଶିରେ ମଙ୍ଗଳ ଓ ସୂର୍ଯ୍ୟଙ୍କ ସ୍ଥିତି ବିଛା ରାଶିକୁ ଶୁଭଫଳ ପ୍ରଦାନ କରିବ।  ମଙ୍ଗଳ ବିଛା ରାଶିର ଅଧିପତି ହୋଇଥିବାରୁ ଏହି ସମୟରେ ଚମିକିବ ଏହି ରାଶିର ଭାଗ୍ୟ । ପୁରୁଣା ବିବାଦରୁ ମୁକ୍ତି ମିଳିବ। ଆର୍ଥିକ୍ ସ୍ଥିତି ମଜବୁତ ହେବ। ନୂତନ ସମ୍ପତ୍ତି ଓ ଯାନ କ୍ରୟ ନେଇ ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ବେଶ ଭଲ ରହିବ । ବ୍ୟବସାୟ ନେଇ ବଡ଼ ଡ଼ିଲ୍ ହେବାର ଯୋଗ ରହିଛି । ଅଟକି ଥିବା କାର୍ଯ୍ୟ ପୂରଣ ହେବ ।


ମେଷ ରାଶି- ମଙ୍ଗଳଙ୍କ ଏହି ଚଳନ (Mangal Rashi Parivartan 2023) ଫଳରେ ଲାଭବାନ ହେବେ ମେଷ ରାଶିର (Aries) ବ୍ୟକ୍ତି ବିଶେଷ । ଏହି ଚଳନ ଯୋଗୁଁ ସୃଷ୍ଚି ହେଉଥିବା ରାଜଯୋଗ ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆର୍ଥିକ୍ ସ୍ଥିତି ମଜବୁତ ହେବା ସହ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି। ଆକସ୍ମିକ୍ ଧନ ଲାଭ ସହ ଆୟ ବୃଦ୍ଧି ସମ୍ଭାବନା ରହିଛି । ପରିବାରରେ ଲାଗି ରହିଥିବା ବିଦାଦର ଅନ୍ତ । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ। ଏବଂ ବିଶେଷ କରି, ଆପଣ ଏହି ସମୟରେ ନୂଆ ଗାଡି଼ କିମ୍ବା ଜମି କ୍ରୟ କରିପାରନ୍ତି।


ତୁଳା ରାଶି- ମଙ୍ଗଳଙ୍କ ଏହି ଚଳନ ତୁଳା ରାଶିର (Libra) ବ୍ୟକ୍ତି ବିଶେଷ ପାଇଁ ମଧ୍ଯ ଶୁଭ ରହିବ। ଏହି ସମୟରେ ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ। ଆୟ ବଢିବ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ସନ୍ତାନ ସନ୍ତତିଙ୍କ ଠାରୁ ଶୁଭ ସମାଚାର ପାଇ ଖୁସି ହେବେ।  ଚାକିରି କ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି । ମାନ ସମ୍ମାନ ବଢିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଏହି ସମୟରେ ଶୁଭଫଳ ପାଇବେ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)