ନୂଆଦିଲ୍ଲୀ: Mens Health: ଶରୀରର ଷ୍ଟାମିନା (Stamina) ବୃଦ୍ଧି ପାଇଁ ଲୋକମାନେ ବ୍ୟାୟାମ ଓ ଯୋଗ ପାଇଁ ଭଲ ଖାଦ୍ୟ ଗ୍ରହଣ କରନ୍ତି । ଆଜି ଆମେ ଆପଣଙ୍କୁ ଏପରି ୫ଟି ମସଲା (Spices) ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ ଆପଣଙ୍କ ଖାଦ୍ୟରେ ସାମିଲ କରି ନିଜର ଶକ୍ତି ବୃଦ୍ଧି କରିପାରିବେ । ଆହୁରି ମଧ୍ୟ ଆପଣ ନିଜର ସାଥୀଙ୍କ ଜୀବନରେ ସୁଖ ଭରି ପାରିବେ ।


COMMERCIAL BREAK
SCROLL TO CONTINUE READING

ବିଶେଷକରି ଯେତେବେଳେ ପୁରୁଷମାନଙ୍କ କଥା ଆସେ, ସେମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ଟିକେ ସତର୍କ ରହିବା ଆବଶ୍ୟକ । ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଖାଇବା ଦ୍ୱାରା ପୁରୁଷମାନଙ୍କୁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ । ଏହି ଜିନିଷ ଗୁଡ଼ିକ ଆପଣଙ୍କୁ ନା କେବଳ ସୁସ୍ଥ ରଖିଥାଏ ବରଂ ଆପଣଙ୍କୁ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।


ଜାଇ ଫଳ (Nutmeg)


ଜାଇ ଫଳ (Nutmeg) ଖାଇବା ଦ୍ୱାରା ସେକ୍ସ ଡ୍ରାଇଭ୍ ବଢ଼ିଥାଏ । ଏହାର ସେବନରୁ କାମନା ଇଚ୍ଛା (Libido) ରେ ବୃଦ୍ଧି ଘଟିଥାଏ । ଜାଇ ଫଳର ନିୟମିତ ବ୍ୟବହାର ଆପଣଙ୍କ ଯୌନ ଜୀବନକୁ ବଢ଼ିଆ କରିଦେଇଥାଏ । ଅନେକ ଲୋକ ସେମାନଙ୍କ ଖାଦ୍ୟରେ ଜାଇ ଫଳ ବ୍ୟବହାର କରନ୍ତି । ଯାହାକି ଦ୍ୱାରା ଅଧିକ ଲାଭ ମିଳିଥାଏ ।


କେଶର (Saffron)


କେଶର (Saffron) ଖାଇବା ପୁରୁଷଙ୍କ ପାଇଁ ବହୁତ ଭଲ ବୋଲି ମନେ କରାଯାଏ । ଏହାକୁ ଖାଇବା ଦ୍ୱାରା ସେମାନଙ୍କର ସେକ୍ସ ଡ୍ରାଇଭ୍ ମଧ୍ୟ ପୂର୍ବ ଅପେକ୍ଷା ଭଲ ହୋଇଯାଏ । କ୍ଷୀର ସହିତ କେଶର ମିଶ୍ରଣ କରି ପିଇଲେ ଏହାର ପ୍ରଭାବ ଡବଲ ହୋଇଯାଏ ।


ରସୁଣ (Garlic)


ରସୁଣ (Garlic) ର ବ୍ୟବହାର ମଧ୍ୟ ଅତ୍ୟନ୍ତ ଉପଯୋଗୀ ବୋଲି ମନେ କରାଯାଏ । ଏହାର ବ୍ୟବହାର ଶୁକ୍ରାଣୁ ପରିମାଣକୁ ବଢ଼ାଇଥାଏ । ଆପଣ ରସୁଣକୁ କଞ୍ଚା ମଧ୍ୟ ଖାଇପାରିବେ । ଆହୁରି ମଧ୍ୟ ଏହାକୁ ପନିପରିବାରେ ମିଶାଇ ଖାଇପାରିବେ ।


ଅଧିକ ପଢ଼ନ୍ତୁ:-ପ୍ରବଳ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୧୪୫ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍


ଅଧିକ ପଢ଼ନ୍ତୁ:-ପ୍ରତିବର୍ଷ ମାଗଣାରେ ମିଳିବ ୨ଟି LPG ସିଲିଣ୍ଡର, ସରକାର କଲେ ବଡ଼ ଘୋଷଣା; CNG-PNG ମଧ୍ୟ ହେଲା ଶସ୍ତା


ଅଧିକ ପଢ଼ନ୍ତୁ:-ସଚିନ ତେନ୍ଦୁଲକରଙ୍କ ବଡ଼ ଦାବି, ଟି-20 ବିଶ୍ୱକପରେ ଜସପ୍ରୀତ ବୁମ୍ରାଙ୍କ କମି ଅନୁଭବ ହେବାକୁ ଦେବେନି ଏହି ଖେଳାଳି


ଅଦା (Ginger)


ଅଦା (Ginger) ରେ ଅନେକ ଉପାଦାନ ରହିଛି, ଯାହା ଆପଣଙ୍କର ଯୌନ ଜୀବନକୁ ଆହୁରି ଉନ୍ନତ କରିଥାଏ । ଏହାକୁ ଖାଇବା ଦ୍ୱାରା ପ୍ରେମର ଅନ୍ତରଙ୍ଗ ମୁହୂର୍ତ୍ତର ସମୟ ବଢ଼ିଯାଇଥାଏ ।


ମେଥି (Fenugreek)


ମେଥି (Fenugreek) ମଞ୍ଜି ଖାଇବା ଦ୍ୱାରା ପୁରୁଷଙ୍କ ଲିବିଡୋ ବା କାମନା ଇଚ୍ଛା ବଢ଼ିଥାଏ । ଖାଦ୍ୟରେ ମେଥି ମଞ୍ଜି ବ୍ୟବହାର କରିବାରୁ ଶକ୍ତି ବଢ଼ାଇଥାଏ ।


ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।