ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ସବସ୍କ୍ରିପସନ୍ ଏବଂ ଆପ୍ କ୍ରୟରୁ ହେଉଥିବା ଆୟ ଚଳିତବର୍ଷର ପ୍ରଥମ ୬ ମାସରେ ଅନେକ ରେକର୍ଡ ଭାଙ୍ଗିଛି। ମାର୍କେଟ ଟ୍ରାକର୍ Sensor Tower ସୋମବାର ଦିନ କହିଛି ଯେ, ବିଶ୍ୱର ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ଠାରୁ ଆପ୍ ଦ୍ୱାରା ପ୍ରାପ୍ତ ରାଜସ୍ୱ ପ୍ରାୟ ୬୫ ବିଲିୟନ ଡ଼ଲାର୍ (୪୮ ଖବରରୁ ଅଧିକ ଟଙ୍କା) ଅଟେ।


COMMERCIAL BREAK
SCROLL TO CONTINUE READING

ରିପୋର୍ଟ ଅନୁସାରେ ଗତବର୍ଷ ତୁଳନାରେ ଏଥର ୨୫ ପ୍ରତିଶତ ଅଧିକ ରାଜସ୍ୱ ଆୟ ହୋଇଛି। Sensor Towerର ପ୍ରାଥମିକ ଆକଳନରୁ ଜଣାପଡିଛି ଯେ, ଚଳିତବର୍ଷ ଜାନୁୟାରୀରୁ ଜୁନ୍ ମଧ୍ୟରେ ଲୋକମାନେ ଆପ୍ ଷ୍ଟୋର୍ ଏବଂ ଗୁଗଲ୍ ପ୍ଲେ ଷ୍ଟୋର୍‌ରେ ୬୪.୯ ବିଲିୟନ ଡ଼ଲାର୍ ଖର୍ଚ୍ଚ କରିଛନ୍ତି। ଏହା ୨୦୨୦ ମସିହାର ସମାନ ଅବଧିରେ ପ୍ରାପ୍ତ ଆୟଠାରୁ ୨୫ ପ୍ରତିଶତ ଅଧିକ। ଏହି ୬ ମାସରେ, ଉପଭୋକ୍ତାମାନେ ଆପଲ୍ ଆପ୍ ଷ୍ଟୋର୍‌ରେ ସବସ୍କ୍ରିପସନ୍ ଏବଂ ଅନ୍ୟାନ୍ୟ ଆପ୍ କିଣିବା ପାଇଁ ମୋଟ ୪୧.୫ ବିଲିୟନ ଡଲାର୍ ଖର୍ଚ୍ଚ କରିଥିଲେ। ଏଥି ସହିତ, ଜୁନ୍ ଶେଷ ସୁଦ୍ଧା ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ୨୩.୪ ବିଲିୟନ ଡଲାର ରୋଜଗାର ହେବ ବୋଲି ଆଶା କରାଯାଉଛି। ତେବେ ଆସନ୍ତୁ ଜାଣିବା କେଉଁ ଆପ୍ କେତେ ଟଙ୍କା ଆୟ କରିଛି।


TikTak:


ସର୍ବାଧିକ ଆୟ କରୁଥିବା ଅଣ-ଗେମ୍ ମୋବାଇଲ୍ ଆପ୍ ତାଲିକାରେ ଟିକଟକ୍ ଶୀର୍ଷରେ ଅଛି। ଏହାର ଉପଭୋକ୍ତାମାନେ ୬ ମାସ ମଧ୍ୟରେ ଏହି ଲୋକପ୍ରିୟ ଭିଡିଓ ଆପରେ ପ୍ରାୟ ୯୨୦ ମିଲିୟନ୍ ଡଲାର୍ (୬୮ ଅରବ ଟଙ୍କା) ଖର୍ଚ୍ଚ କରିଛନ୍ତି। ଗତବର୍ଷ ସମାନ ଅବଧିରେ ଏହାର ଆୟ ୭୪ ପ୍ରତିଶତ ବୃଦ୍ଧି ପାଇଛି।


Also Read: ମଙ୍ଗଳବାର ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କାରଣ..


Youtube:


TikTak ପରେ Youtube ସର୍ବାଧିକ ଆୟ କରୁଥିବା ଅଣ-ଗେମ୍ ମୋବାଇଲ୍ ଆପ୍। ଗୁଗୁଲର ମାଲିକାନାରେ ଥିବା ୟୁଟ୍ୟୁବର ବ୍ୟବହାରକାରୀମାନେ ଏହି ପ୍ଲାଟଫର୍ମ ବ୍ୟବହାରରେ ୫୬୫ ମିଲିୟନ ଡଲାର (୪୨ ଅରବ ଟଙ୍କା) ଖର୍ଚ୍ଚ କରିଛନ୍ତି।


Mobile Games:


ଗତବର୍ଷ ସମାନ ଅବଧି ତୁଳାନାରେ ଚଳିତବର୍ଷ ଉପଭୋକ୍ତାମାନେ ମୋବାଇଲ୍ ଗେମ୍ସରେ ୧୮ ପ୍ରତିଶତ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ମୋବାଇଲ୍ ଗେମ୍ ଚଳିତବର୍ଷ ୪୪.୭ ବିଲିୟନ ଡ଼ଲାର୍ (୩୩ ଖରବ ଟଙ୍କା) ରୋଜଗାର କରିଛି। ଚାଇନାର ଇଣ୍ଟରନେଟ୍ ଫାର୍ମ Tencent ମୋବାଇଲ୍ ଗେମ୍ Honor of Kings ଏହି ୬ ମାସରେ ୧.୫ ବିଲିୟନ ଡଲାରରୁ ଅଧିକ (୧.୧ ଖରବ ଟଙ୍କା) ରୋଜଗାର କରିଛି।


Sensor Tower ଏହି ସର୍ଭେ ବିଷୟରେ କହିଛି, 'ଯଦିଓ ଗତବର୍ଷ ତୁଳନାରେ ମୋବାଇଲ୍ ଗେମରେ ଉପଭୋକ୍ତା ଖର୍ଚ୍ଚ ମନ୍ଥର ହୋଇଛି, ଏହା ଗେମ୍ ଇଣ୍ଡଷ୍ଟ୍ରୀ ପାଇଁ ମନ୍ଥରତାର ସଙ୍କେତ ବୋଲି କୁହାଯାଇପାରିବ ନାହିଁ। ବରଂ, କୋଭିଡ ମହାମାରୀ ହେତୁ ସୃଷ୍ଟି ହୋଇଥିବା ଅସାଧାରଣ ପରିସ୍ଥିତି ପରେ ଏହା ସ୍ୱାଭାବିକତାର ସଙ୍କେତ ଅଟେ। ଏହି ସର୍ଭେ ବଢୁଥିବା ଆପ୍ ଅର୍ଥନୀତିର ଗୁରୁତ୍ୱକୁ ଦର୍ଶାଉଛି।'