MS Dhoni Web Series: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (MS Dhoni) ବୁଧବାର ଦିନ ନିଜର ଆଗାମୀ ଗ୍ରାଫିକ୍ ଉପନ୍ୟାସ 'ଅଥର୍ଭ: ଦି ଅରିଜିନ୍'ର ପ୍ରଥମ ଲୁକ୍ ଜାରି କରିଛନ୍ତି । ଧୋନି ନିଜ ଫେସବୁକ ହ୍ୟାଣ୍ଡେଲ ଜରିଆରେ ନିଜର ଆଗାମୀ ପୌରାଣିକ ୱେବ୍ ସିରିଜର ପ୍ରଥମ ଲୁକ୍ ଟିଜର (MS Dhoni Web Series) ସେୟାର କରିଛନ୍ତି । ଧୋନି ଏଣ୍ଟରଟେନମେଣ୍ଟ କମ୍ପାନୀ ଦ୍ୱାରା ୱେବ୍ ସିରିଜ୍ ପ୍ରସ୍ତୁତ କରାଯାଉଛି, ଯାହା ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀଙ୍କ ଦ୍ୱାରା ୨୦୧୯ ରେ ପ୍ରତିଷ୍ଠିତ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ଧୋନି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, 'ମୋର ନୂତନ ଅବତାର 'ଅଥର୍ଭ' ଘୋଷଣା କରି ଖୁସି ଅନୁଭବ କରୁଛି ।' ଉଲ୍ଲେଖନୀୟ ବିଷୟ ହେଉଛି, ଏମଏସ ଧୋନି ନିଜ ନୂତନ ଗ୍ରାଫିକ୍ସ ଉପନ୍ୟାସରେ ଅଥର୍ଭ ଭାବରେ ନଜର ଆସୁଛନ୍ତି । ଧୋନିଙ୍କ ଏହି ଗ୍ରାଫିକ୍ ଉପନ୍ୟାସ ଲେଖକ ରମେଶ ଥାମିଲମାନି ଲେଖିଛନ୍ତି ।



ଧୋନିଙ୍କ ଦ୍ୱାରା ସେୟାର ହୋଇଥିବା ପ୍ରଥମ ଲୁକ୍ କ୍ଲିପରେ ଧୋନିଙ୍କୁ ଯୁଦ୍ଧକ୍ଷେତ୍ରରେ ଏକ ଆନିମେଟେଡ୍ ଅବତାରରେ ଦେଖିବାକୁ ମିଳେ । ଏହି କ୍ଲିପ୍‌ରେ ଧୋନି ରାକ୍ଷସ ସୈନ୍ୟ ବିରୁଦ୍ଧରେ ଲଢୁଥିବା ଦେଖିବାକୁ ମିଳୁଛି ।


ଧୋନିଙ୍କ ୱେବ୍ ସିରିଜ୍ ବିଜ୍ଞାନ ଫିକ୍ସେନ ଉପରେ ଆଧାରିତ । ପୁସ୍ତକଟି ଏକ ପୌରାଣିକ ବିଜ୍ଞାନ-କାହାଣୀ, ଯାହା ଏକ ରହସ୍ୟମୟ ଅଘୋରିର ଯାତ୍ରା ବିଷୟରେ ବର୍ଣ୍ଣନା କରେ ।ଆହୁରି ମଧ୍ୟ, ଏହି ୱେବ୍ ସିରିଜ୍ ମାଧ୍ୟମରେ ସମାଜରେ ଚାଲିଥିବା ବଡ଼ ପୁରାଣକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଏକ ପ୍ରୟାସ କରାଯାଇଛି ।


ଏହା ବି ପଢ଼ନ୍ତୁ: Attractive Zodiac Signs: ଏହି ୪ଟି ରାଶିର ଝିଅମାନଙ୍କ ଉପରେ ଅଧିକ ଆକର୍ଷିତ ହୋଇଥାନ୍ତି ପୁଅ


ଏହା ବି ପଢ଼ନ୍ତୁ: ଧରାପଡ଼ିଲା ଡ୍ରାଗନର ମିଛ! ଗାଲୱାନ୍ ସଂଘର୍ଷରେ ପ୍ରାଣ ହରାଇଥିଲେ ୩୮ ଜଣ ଚୀନ୍‌ ସୈନିକ